
ମୁସଲମାନ ଏବଂ ହିନ୍ଦୁ ଧର୍ମକୁ ନେଇ ଅନେକ ବିବାଦ ଲାଗି ରହିଛି। ବର୍ତ୍ତମାନରେ ନୁହେଁ ବରଂ ଇତିହାସରେ ମଧ୍ୟ ହିନ୍ଦୁ ଏବଂ ମୁସ୍ଲିମ ଧର୍ମର ନେଇ ଯୁଦ୍ଧ ଏବଂ ବାଦ ବିବାଦ ଲାଗି ରହିଥିଲା। ଇତିବାସରେ ଟିପୁ ସୁଲତାନ ନାମ ଏହି ବାବାଦରେ ପ୍ରଥମେ ଉଠିଥାଏ। ଟିପୁ ସୁଲତାନ ଜଣେ ମୁସ୍ଲିମ ରାଜା ଥିଲେ। ତେବେ ଏଥି ମଧ୍ୟରେ ସାରୁଖାନ ଟିପୁ ସୁଲତାନର ଏକ ଫିଲ୍ମ କରିବା ନେଇ ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ସାରୁଖ ଖାନ ଟିପୁ ସୁଲତାନର ଅଭିନୟ କରିବେ। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଲାଗି ରହିଛି। DS Beta Anil ନାମକ ଜଣେ ଫେସବୁକ ୟୁଜର 25 ଜୁନରେ ସାରୁଖ ଖାନର ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ,ସାରୁଖ ଖାନ ଅଭିନୟ କରିଥିବା ଟିପୁ ସୁଲତାନ ଫିଲ୍ମ ଆଜି ହିଟ୍ ହେଲା, କାଲି ଔରଂଜେଵ୍, ହୀମାୟୁ, ଆହୁରି ଅନେକ ମୋଗଲ ଲୁଟେରା ଙ୍କ ଉପରେ ଫିଲ୍ମ୍ ତିଆରି ହେବ। ପୋଷ୍ଟରେ ସାରୁଖାନ ପରି ଆକ୍ଟରକୁ ବହିଷ୍କାର କରିବାକୁ ଦାବି କରିଛିନ୍ତି। ଅନୁସନ୍ଧାନ ପୂର୍ବରୁ ପୋଷ୍କୁ ଅନେକ ଥର ସେୟାର କରାଯାଇଛି। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ଛଡ଼ା 9 ଜୁନରେ Seshadev Desh ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ, ଟିପୁ ସୁଲତାନ ଚାଳିଶ ହଜାର ହିନ୍ଦୁଙ୍କୁ ହାତୀ ଦ୍ୱାରା ଗଳି ମାରିଦେଲା, କାରଣ ସେମାନେ ଇସ୍ଲାମ କବୁଲ କଲେ ନାହିଁ। 8 ଶହ ବ୍ରାହ୍ମଣଙ୍କ ମୁଣ୍ଡକଟା କଲା ସେହି କରାଣ ପାଇଁ। ତେବେ, ଶାହରୁଖ ଖାନ ଅଭିନୀତ ଟିପୁସୁଲତାନ ଫିଲ୍ମର କଣ ହେବା ଉଚିତ୍? ଆଣ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟରେ 17 କମେଣ୍ଟ ଦିଆ ଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ସୋସିଆଲ ମିଡ଼ିଆରେ ସାରୁଖ ଖାନ ଟିପୁ ସୁଲତାନ ରୁପରେ ଥିବାର ଏକ ପୋଷ୍ଟର ମଧ୍ୟ ଭାଇରାଲ ହେଉଛି। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ବନି ଯାଇଛି। ପୋଷ୍ଟରେ ଲେଖା ଯାଇଛି ଦ ଫାସ୍ଟ ଫ୍ରିଡମ ଫାଇଟର। ପୋଷ୍ଟରରେ ସାରୁଖାନ ଟିପୁ ସୁଲତାନ ରୁପରେ ଦେଖା ଯାଉଛନ୍ତି। ତଳେ ପୋଷ୍ଟରର ଦେଖନ୍ତୁ।
ତେବେ କଣ ସାରୁଖ ଖାନ ଟିପୁ ସୁଲତାନର ଫିଲ୍ମ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଗୁଗୁଲରେ ସର୍ଚ କରିଲୁ ଯେ, ଶାହାରୁଖ ଖାନ୍ ଟିପୁସୁଲତାନ ନାମକ କୌଣସି ଫିଲ୍ମ କରିଛନ୍ତି କି। filmibeat ପେଜରୁ ଆମେ ପାଇଳୁ ଯେ, ସାହାରୁଖ ଖାନ 2021 ମଧ୍ୟରେ ଟିପୁ ସୁଲତାନ ନାମକ କୌଣସି ଫିଲ୍ମ ସାଇନ କରି ନହାନ୍ତି। ଏହା ଛଡ଼ା 2019ର zero ଫିଲ୍ମ ପରଠାରୁ ସାହରୁଖ ଖାନ କୌଣସି ଫିଲ୍ମ 2020 ଜୁନ ମଧ୍ୟରେ କରି ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ filmibeat ପେଜର ଲିଙ୍କ ଦେଖନ୍ତୁ।
ଭାଇରାଲ ହେଉଥିବା ପୋଷ୍ଟର ଆମକୁ Zain khan ନାମକ ଜଣେ ୟୁଟ୍ୟୁବ ଚ୍ୟାନେଲରୁ ମିଳିଲା। ଭାଇରାଲ୍ ପୋଷ୍ଟର ହେଉଛି ଏକ ପ୍ରଶଂସକଙ୍କ ଦ୍ୱାରା ନିର୍ମିତ। ଏହି ଭିଡିଓଟି 20 ସେପ୍ଟେମ୍ବର 2018 ରେ ଜୟନ୍ ଖାନ୍ ନାମକ ଜଣେ ୟୁଜର ଦ୍ୱାରା ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା। ଏହି ଭିଡିଓ ଆରମ୍ଭରେ, ଏକ ଦାବିପତ୍ର ଦିଆଯାଇଛି ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଏହି ଟ୍ରେଲରଟି ଜଣେ ପ୍ରଶଂସକଙ୍କ ଦ୍ୱାରା ମନୋରଞ୍ଜନ ପାଇଁ ନିର୍ମିତ କରାଯାଇଛି। ଭିଡ଼ିଓକୁ ପ୍ରସ୍ତୁତ କରିବା ପାଇଁ ୟୁଟ୍ୟୁବରେ ଉପଲବ୍ଧ ବିଭିନ୍ନ ଭିଡିଓ କ୍ଲିପ୍ସକୁ ଯୋଡ଼ି ଏଡ଼ିଟ୍ କଟାଯାଇଛି । ଏହି ଭିଡିଓ ତିଆରି କରିବାର ଉଦ୍ଦେଶ୍ୟ କପିରାଇଟ୍ ନିୟମକୁ ଉଲ୍ଲଂଘନ କରିବା ନୁହେଁ। ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ଆମେ ଇଣ୍ଟରନେଟ୍ ସର୍ଚ୍ଚ କରିଥିଲୁ କିନ୍ତୁ ଶାହାରୁଖ ଖାନଙ୍କ ଟିପୁ ସୁଲତାନଙ୍କ ନାମରେ ଆମେ କୌଣସି ଫିଲ୍ମ ପାଇଲୁ ନାହିଁ। ଶାହାରୁଖ ଏଭଳି କୌଣସି ଫିଲ୍ମରେ କାମ କରୁନାହାଁନ୍ତି। ଯଦି ଏହା ଘଟେ, ତେବେ ଗଣମାଧ୍ୟମରେ ଏ ବିଷୟରେ କିଛି ରିପୋର୍ଟ ଆସିଥାନ୍ତା। କିନ୍ତୁ ସେପରି କୌଣସି ଖବର ସୋସିଆଲ ମିଡ଼ିଆରେ ନାହିଁ।
ଏହା ବ୍ୟତୀତ ଶାହାରୁଖ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ତାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ଅବଗତ କରାଉଛନ୍ତି, କିନ୍ତୁ ଆମେ ତାଙ୍କ ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଆକାଉଣ୍ଟରେ ସେପରି କୌଣସି ସୂଚନା ପାଇନାହୁଁ। ତେଣୁ ଭାଇରାଲ ହେଉଥିବା ପୋଷ୍ଟର ପ୍ରକୃତ ଚଳଚ୍ଚିତ୍ର ନୁହେଁ, ଏହା ଏକ ପ୍ରଶଂସକ ନିର୍ମିତ ପୋଷ୍ଟର ଅଟେ। ଏହା ଛଡ଼ା ଶାହାରୁଖ ଖାନ୍ ମଧ୍ୟ ଟିପୁ ସୁଲତାନ ପରି କୌଣସି ଫିଲ୍ମ କରି ନାହାନ୍ତି କି କୌଣସି ଟିପୁ ସୁଲତାନ ଫିଲ୍ମ ଆଗକୁ କରିବେ ବୋଲି ସାଇନ କରି ନାହାନ୍ତି।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଶାହାରୁଖ ଖାନ ଟିପୁ ସୁଲତାନ ପରି କୌଣସି ଫିଲ୍ମରେ କାମ କରୁନାହାଁନ୍ତି। କିମ୍ବା ଆଗାମି ଦିନରେ କରିବେ ବୋଲି ସାଇନ କରି ନାହାନ୍ତି। ଭାଇରାଲ୍ ପୋଷ୍ଟର ତାଙ୍କର ଜଣେ ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ ଅଟେ।

Title:ଶାହାରୁଖ ଖାନ ଟିପୁସୁଲତାନ ନାମକ କୌଣସି ଫିଲ୍ମରେ କାମ କରୁଛନ୍ତି କି?
Fact Check By: Saritadevi SamalResult: False