କ’ଣ ବର୍ଷା ହେତୁ ଅଯୋଧ୍ୟାର ନୂତନ ନିର୍ମାଣ ହୋଇଥିବା ପାଚେରି ଧସି ପଡ଼ିଛି? ଜାଣନ୍ତୁ ସତ୍ୟତା।

Misleading Political

ପ୍ରଥମ ମୌସମି ପରେ ନୂତନ ଭାବରେ ନିର୍ମିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନର ପାଚେରି ଧସି ପଡିଥିବା ଦାବି ସହିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୬ ମାସ ପୂର୍ବରୁ ପ୍ରଶାନମନ୍ତ୍ରୀ ମୋଦୀ ଏହି ଷ୍ଟେସନର ଉଦ୍ଘାଟନ କରିଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରେଳବାଇ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଧସି ପଡ଼ିଥିବା ପାଚେରି ଷ୍ଟେସନର ନୁହେଁ ବରଂ ଏହା ରେଳବାଇ ଜମିର ପାଚେରି ଅଟେ ଯାହା ନିକଟରେ ପାଣି ଜମିଥିବା କାରଣରୁ ଭାଙ୍ଗି ଯାଇଛି। 

ଜଣେ ସୋସିଆଲ ମିଡିଆ ବ୍ଯ୍ବହାରକାରୀ ଲେଖିଛନ୍ତି, “ପ୍ରଥମ ବର୍ଷା ରେ କେବଳ ରାମ ମନ୍ଦିର ରୁ ପାଣି ଝରି ନାହିଁ…. ଅଯୋଧ୍ୟା ଧ୍ୟାମ ରେଳ ଷ୍ଟେସନର ପାଚେରୀ ବି ପେଟେଇ ପଡିଚି… ଅନ୍ଧ ଭକତ ମାନେ ତ ମୋଦି ପରିସ୍ରା ପିଇ ନିଶା ରେ ଆଉ..

Facebook | Archive

ଆମ ଅନୁସନ୍ଧାନ: 

ଆମ ଆଉସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିବା ପରେ ଆମକୁ ଉତ୍ତର ରେଳବାଇର ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି, “ସୂଚନା ଦିଆଯାଇଛି ଯେ ଭିଡିଓରେ ଦେଖାଯାଇଥିବା କାନ୍ଥ ମୁଖ୍ୟ ଷ୍ଟେସନ ବିଲ୍ଡିଂର ଅଂଶ ନୁହେଁ ବରଂ ରେଳବାଇ ଏବଂ ଘରୋଇ ଜମି ମଧ୍ୟରେ ଅଛି। ଅନ୍ୟ ପ୍ରାନ୍ତରୁ ବେସରକାରୀ ବ୍ୟକ୍ତିଙ୍କ ଦ୍ୱାରା ଖୋଳିବା ଏବଂ ଘରୋଇ ଅଞ୍ଚଳରେ ଜଳ ନିଷ୍କାସନ ହେତୁ ଏହା ଭୁଶୁଡି ପଡିଥିଲା। ରେଳବାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Archive

ଡ଼ିଆରଏମ ଲକ୍ଷ୍ନୋ NR ମଧ୍ୟ ସେହି ଦିନ ତିନୋଟି ପଏଣ୍ଟ ସହିତ ସମାନ ବାର୍ତ୍ତା ଟ୍ୱିଟ କରିଛନ୍ତି।

Archive

ଏହାକୁ ଧ୍ୟାନରେ ରଖି ଆମେ ଅଧିକ ସର୍ଚ୍ଚ କରିଥିଲୁ ଏବଂ ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ସହିତ PIB ଫ୍ୟାକ୍ଟ ଚେକ୍ ଦ୍ୱାରା ଅଂଶୀଦାର ହୋଇଥିବା ଏକ ପୋଷ୍ଟ ପାଇଲୁ | ପୋଷ୍ଟରେ ଦର୍ଶାଯାଇଛି ଯେ “ଭିଡିଓରେ ଦେଖାଯାଇଥିବା ପାଚେରି ପୁରୁଣା ଷ୍ଟେସନର ଏକ ଅଂଶ ଥିଲା। ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କ ଖନନ କାର୍ଯ୍ୟ ଏବଂ ଏକ ଘରୋଇ ଅଞ୍ଚଳରେ ପାଣି ଜମି ରହିଥିବା ଯୋଗୁଁ କାନ୍ଥ ଭୁଶୁଡି ପଡିଛି।”

Archive

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ରେଳବାଇ ନିଶ୍ଚିତ କରିଛି ଯେ ଭିଡିଓରେ ଥିବା କାନ୍ଥ ମୁଖ୍ୟ ଷ୍ଟେସନ ବିଲ୍ଡିଂର ଅଂଶ ନୁହେଁ। ଏହା ଘରୋଇ ଏବଂ ରେଳ ଜମି ମଧ୍ୟରେ ଅବସ୍ଥିତ ଏବଂ ଖନନ କାର୍ଯ୍ୟ ଏବଂ ଘରୋଇ ଜମିରେ ଜଳସ୍ତର ଯୋଗୁଁ ଏହା ଭୁଶୁଡି ପଡିଥିଲା ​।

Avatar

Title:କ’ଣ ବର୍ଷା ହେତୁ ଅଯୋଧ୍ୟାର ନୂତନ ନିର୍ମାଣ ହୋଇଥିବା ପାଚେରି ଧସି ପଡ଼ିଛି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *