ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

False Social

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  

1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ଏବଂ ପୋଷ୍ଟରେ ଦାବି କରିଛନ୍ତି ଯେ, ଅଯୋଧ୍ୟା ରାମ ଜନ୍ମ ଭୂମିରେ ପ୍ରଭୁ ରାମ ଲାଲଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟର କିଛି ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

1 ନଭେମ୍ବରରେ ମୁନିଗୁଡ଼ା ଖବର ନାମକ ଜଣେ ଫେସବୁକ ୟୁଜର ମଧ୍ୟ ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖନ୍ତୁ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅଯୋଧ୍ୟାରେ ରାମ ମନ୍ଦିର କାମ ଜୋରସୋରରେ ଚାଲିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଫଟୋର କିଛି ଲିଙ୍କ ମିଳିଲା। 03 ଅକ୍ଟୋବର 2020 hindustan times ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବା ପାଇଲୁ। ଖବର ଅନୁଯାୟୀ, ଭାଇରାଲ ଫଟୋ ୟୁପିର କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଚାଲିଥିବାର ଅଟେ। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-hindustan timesArchive

   27 ଅକ୍ଟୋବର 2020ରେ Newstree ପେଜରେ ମଧ୍ୟ ଭାଇରାଲ ଫଟୋ ପ୍ରକାଶିତ ହୋଇଛି। ଯେଉଁଥିରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀ କାଶୀ ବିଶ୍ୱନାଥ ଧାମଙ୍କ ମଣିମାଲା ମନ୍ଦିରର ସ୍ୱପ୍ନ ଧିରେ ଧିରେ ପୁରାହେବାରେ ଲାଗିଛି। ଏଏସଆଇ ଭୋପାଳ ମନ୍ଦିର ସର୍ଭେର ଏକ ତିନି ଜଣିଆ ଟିମ୍ ଦ୍ୱାରା ଶ୍ରୀ କାଶୀ ବିଶ୍ୱନାଥ ଧାମରେ ପ୍ରାଚୀନ ମନ୍ଦିରର ଏୈତିହାସିକ ଦଲିଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଧିକ ସବଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-NewstreeArchive

ପରେ ଆମେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ସରକାରୀ ଟ୍ରଷ୍ଟ ହେଉଛି ଶ୍ରୀ ରାମ ଜନମ୍ବୋମି ତିର୍ଥ କ୍ଷେତ୍। 09 ଅକ୍ଟୋବର 2020 ରେ ଏକ tweet ଜରିଆରେ ରାମ ମନ୍ଦିରରେ ନିର୍ମାଣର ଖବର ସହ ଜଡିତ କିଛି ଫଟୋ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- tweetArchive 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋ ନୁହେଁ। ଭାଇରାଲ ଫଟୋ ୟୁପିର କାଶୀ ବିଶ୍ୱନାଥ ଧାମ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋ ଅଟେ।

Avatar

Title:ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *