ଜବଲପୁରର ମଖଲା ରିସର୍ଟରେ ଜଣେ ଯୁବତିଙ୍କୁ ହତ୍ୟା କରିବାର ଭିଡିଓର ସାମ୍ପ୍ରଦାୟିକତା ସହ କୌଣସି ସମ୍ପର୍କ ନାହିଁ।

False Social

ଇଣ୍ଟରନେଟରେ ଜଣେ ଯୁବକଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହା ଏକ ହୋଟେଲ ରୁମର ଏକ ଭିଡିଓ ଯେଉଁଠାରେ ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ସେ ରକ୍ତରେ ଜୁଡୁବୁଡୁ ଝିଅର ମୃତଦେହ ଦେଖାଯାଉଛି। ଏହି ଭିଡିଓରେ ସେୟାର କରାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁରୁଷ ଜଣେ ମୁସଲମାନ ଏବଂ ମହିଳା ଜଣେ ହିନ୍ଦୁ।

ଦେବସେନା ଆଇଟି ସେଲ୍ କଟକ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖଛନ୍ତି- ମୁସଲମାନ ଯୁବକ ରାକ୍ଷସ ହୋଇ ଯାଇଛି 😢 ମୁମ୍ବାଇ ର ଆଫତାବ ଓ ଶ୍ରଦ୍ଧା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ଶ୍ରଦ୍ଧା ଙ୍କ ଘରେ ରାଜି ନହେବାରୁ ସେମାନେ ଦିଲ୍ଲୀରେ ଆସି ରହିଲେ। ଶ୍ରଦ୍ଧା ବାହାଘର କଥା କହିବାରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଲା, ଆଫତାବ ଶ୍ରଦ୍ଧା କୁ ମାରି ଶ୍ରଦ୍ଧା ଶରୀର କୁ 35 ଖଣ୍ଡ କରି ନୂଆ ଫ୍ରିଜ କିଣି ତାହା ଭିତରେ ରଖି 18 ଦିନ ପର୍ଯ୍ୟନ୍ତ ପ୍ର୍ୟତେକ ଦିନ ରାତିରେ ଜଙ୍ଗଲ ନେଇ ଫିଙ୍ଗୁ ଥିଲା 😭😭 ଲଭ ଜିହାଦ ଅଫତାବ ନାମକ ମୁସଲିମ ଯୁବକ  ହିନ୍ଦୁ ଯୁବତୀ ଶ୍ରଦ୍ଧା କୁ ହତ୍ଯା କରି ୩୫ ଖଣ୍ଡ ଖଣ୍ଡ କରି କାଟି ଦେଲା  😡ୟେ ମୁସଲିମ ଯୁବକ କୁ ପ୍ରେମ କରିବା ର ପରିଣତି  ।ଯୌନ ଶୋଷଣ ର ଅର୍ଥ ଲଭ ଜିହ୍ୱାଦ

ଫେସବୁକଆର୍କାଇଭ

ଅନୁସନ୍ଧାନ-

ପ୍ରଥମେ ଆମେ ୟୁଟ୍ୟୁବରେ ଏକ କୀୱାର୍ଡ ସନ୍ଧାନ କରି ଏହି ଭିଡିଓ ଖୋଜିବାକୁ ଚେଷ୍ଟା କଲୁ। 11 ନଭେମ୍ବରରେ ନ୍ୟୁଜ୍ 18 ଭାଇରାଲରେ ପ୍ରସାରିତ ହେଉଥିବା ଘଟଣା ବିଷୟରେ ଆମେ ଏକ ରିପୋର୍ଟ ପାଇଲୁ।  ଏଥିରେ ଦିଆଯାଇଥିବା ସୂଚନାରେ ଦର୍ଶାଯାଇଛି ଯେ ଭିଡିଓରେ ଦେଖାଯାଇଥିବା ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ମଖଲା ରିସର୍ଟ ଅଟେ। ସେଠାରେ ଭିଡିଓରେ ଦେଖାଯାଇଥିବା ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିଲେ ଏବଂ ଏହା ପରେ ଏକ ଭିଡିଓ ମଧ୍ୟ କରିଥିଲେ ଏବଂ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହା ପରେ ସେ ଅନ୍ୟ ଏକ ଭିଡିଓ ଅପଲୋଡ୍ କରି କହିଥିଲେ ଯେ ସେ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଏକାଠି ଏହି ହତ୍ୟା କରିଛନ୍ତି। ସେହି ଭିଡିଓରେ ସେ ଝିଅର ନାମ ଶିଲପା ଶର୍ମା ରଖିଛନ୍ତି। ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଯୁବକଙ୍କ ନାମ ଅଭିଜିତ୍ ପାଟିଦାର ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଦୌନିକ ଭାସ୍କରଙ୍କ ଦ୍ୱାରା ପ୍ରକାଶିତ ସୂଚନାରେ କୁହାଯାଇଛି ଯେ ଏହି ଘଟଣା ଜବଲପୁରର ତିଲୱାରାଘାଟ ଅଞ୍ଚଳରେ ଅବସ୍ଥିତ ମଖଲା ରିସର୍ଟ ଅଟେ।

ଏହାକୁ ଦୃଷ୍ଟିରେ ରଖି ଆମେ ତିଲୱାରା ପୋଲିସ ଷ୍ଟେସନର ଟିଆଇ ସହିତ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଛନ୍ତି ଯେ “ଏହି ଦାବି ମିଥ୍ୟା ଅଟେ। ସାମ୍ପ୍ରଦାୟିକତା ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ । ଏଥିରେ ଉଭୟ ଅଭିଯୁକ୍ତ ଏବଂ ପୀଡିତା ହିନ୍ଦୁ ଅଟନ୍ତି।

ସିଦ୍ଧାନ୍ତ: ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭାଇରାଲ୍ ଭିଡିଓ ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଏହି ଘଟଣାରେ ଉଭୟ ଯୁବକ ଏବଂ ମହିଳା ହେଉଛନ୍ତି ହିନ୍ଦୁ। ସାମ୍ପ୍ରଦାୟିକତା ସହିତ ଏହାର କୌଣସି ସମ୍ପର୍କ ନାହିଁ ।

Avatar

Title:ଜବଲପୁରର ମଖଲା ରିସର୍ଟରେ ଜଣେ ଯୁବତିଙ୍କୁ ହତ୍ୟା କରିବାର ଭିଡିଓର ସାମ୍ପ୍ରଦାୟିକତା ସହ କୌଣସି ସମ୍ପର୍କ ନାହିଁ।

Fact Check By:  Sarita Samal  

Result: False

Leave a Reply

Your email address will not be published. Required fields are marked *