କ’ଣ ଲୋକଙ୍କର ଏହି ବିଶାଳ ଭିଡ଼ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

Partly False Political

କଂଗ୍ରେସ ଦଳ ଦ୍ଵାରା ଆୟୋଜିତ ଭାରତ ଯୋଡୋ ଯାତ୍ରା କେରଳରୁ ଆରମ୍ଭ ହୋଇ ବର୍ତ୍ତମାନ କର୍ଣାଟକା ରାଜ୍ୟରେ ପହଞ୍ଚିଛି। ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦେଶରେ ଏକତା ଆଣିବା। ତାଙ୍କ କହିବା ଅନୁଯାୟୀ ବିଜେପି-ଆରଏସଏସ ଦେଶରେ ଘୃଣା ଏବଂ ହିଂସା ବିସ୍ତାର କରିଛନ୍ତି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ରାହୁଲ ଗାନ୍ଧୀ ଥିବା ବେଳେ ଦ୍ଵିତୀୟ ଫୋଟୋରେ ଲୋକଙ୍କର ଏକ ବିଶାଳ ଭିଡ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ କର୍ଣାଟକା ରାଜ୍ୟର ବେଲାରୀ ଜିଲ୍ଲାରେ ଭାରତ ଯୋଡୋ ଯାତ୍ରା ସମୟର ଦୃଶ୍ୟ ଅଟେ। 

ଅନୁସନ୍ଧାନରୁ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ରାହୁଲ ଗାନ୍ଧୀଙ୍କ ଫୋଟୋ ଭାରତ ଯୋଡୋ ଯାତ୍ରାର ଅଟେ କିନ୍ତୁ ଦ୍ଵିତୀୟ ଫୋଟୋ ଆଫ୍ରିକାର ଏକ ପୁରୁଣା ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଲୋକଙ୍କର ଏହି ବିଶାଳ ଭିଡ଼ ଭାରତ ଯୋଡୋ ଯାତ୍ରା ସମୟରେ କର୍ଣାଟକାର ବେଲାରୀ ଜିଲାର ଅଟେ। 

Facebook | Archive

ଆମ ଅନୁସନ୍ଧାନ: 

ଦାବିର ସତ୍ୟତା ଜାଣିବା ପାଇଁ ଆମେ ଦୁଇଟି ଫୋଟୋର ଅନୁସନ୍ଧାନ କରିଲୁ। ନିମ୍ନରେ ଆପଣ ମାନେ ତାହା ପଢି ପାରିବେ। 

ପ୍ରଥମ ଫୋଟୋ: 

ରାହୁଲ ଗାନ୍ଧୀଙ୍କ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୧୫ ଅକ୍ଟୋବର ୨୦୨୨ ରେ କଂଗ୍ରେସ ଦଳର ସୋସିଆଲ ମିଡିଆ ବିଭାଗ ସଦସ୍ୟ ରୁଚିକା ଚତ୍ତୁର୍ବେଦୀଙ୍କ ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଫୋଟୋ କର୍ଣାଟକାର ବଲ୍ଲାରୀ ଜିଲ୍ଲାରେ ଭାରତ ଯୋଡୋ ଯାତ୍ରାର ଅଟେ। 

Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୧୫ ଅକ୍ଟୋବର ରେ ଏବିପି ଲାଇଭ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ କର୍ଣାଟକାର ବେଲାରୀ ଜିଲାର ଅଟେ ଯେଉଁଠାରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ଲୋକଙ୍କ ଏକ ବିଶାଳ ଗୋଷ୍ଠୀକୁ ସମ୍ବୋଧିତ କରିଥିଲେ। 

Archive

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ପ୍ରଥମ ଫୋଟୋ ଭାରତ ଯୋଡୋ ଯାତ୍ରାର ଅଟେ ଏବଂ ଏହା କର୍ଣାଟକାର ବେଲାରୀ ଜିଲ୍ଲାର ଅଟେ। 

ଆସନ୍ତୁ ପୋଷ୍ଟର ଦ୍ଵିତୀୟ ଫୋଟୋର ସତ୍ୟତା ଜାଣିବା। 

ଦ୍ଵିତୀୟ ଫୋଟୋ: 

ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ୨୦୧୫ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଏହି ଫୋଟୋ ଆଫ୍ରିକାର କୌଣସି ଏକ ସ୍ଥାନର ଅଟେ ଯେତେବେଳେ ରେନହାର୍ଡ ବୋଙ୍କେ ନାମକ ଜଣେ ଇସାଇ ସୁସମାଚାର ପ୍ରଚାରକ ସଭାକୁ ସମ୍ବୋଧିତ କରିଥିଲେ। 

Archive

ଏହା ପରେ ଆମକୁ ୨୦୨୦ ମସିହାରେ ଗୋଟିଏ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ଭିଡିଓରେ ଦେଖିବାକୁ ମିଳିଲା। ଏହି ଭିଡିଓ ରେନହାର୍ଡ ବୋଙ୍କେ ନାମକ ଜଣେ ଇସାଇ ମିଶନାରୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ମାନ ଦେବା ପାଇଁ ପ୍ରକାଶିତ କରା ଯାଇଥିଲା। ଭିଡିଓର ୨.୧୯ ମିନିଟ୍ ସମୟରେ ଆପଣ ମାନେ ସମାନ ଫୋଟୋ ଦେଖି ପାରିବେ। 

ଭିଡିଓ ସହିତ କୁହା ଯାଇଛି ଯେ ରେନହାର୍ଡ ବୋଙ୍କି ଜଣେ ଇସାଇ ମିଶନାରୀ ଥିଲେ ଯିଏ ଆଫ୍ରିକାରେ ଅନେକ ଲୋକଙ୍କ ହୃଦୟ ଜିତିଥିଲେ। 

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରିବା ପରେ ଆମକୁ ସମାନ ଫୋଟୋ ୨୦ ଜାନୁଆରୀ ୨୦୧୫ ରେ ଏକ ଟୁଇଟର ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି ଯେ ଏହି ଫୋଟୋ ରେନହାର୍ଡ ବୋଙ୍କିଙ୍କର ସୁସମାଚାର ସଭାର ଏକ ଦୃଶ୍ୟ ଅଟେ ଯାହାକୁ ମିଥ୍ୟା ଭାବରେ ନାଇଜେରିଆ ଦେଶର କାନୋ ସହରର ଏକ ରେଲିର ଫୋଟୋ ବୋଲି ସେୟାର କରା ଯାଉଛି। 

Archive

ଲେଇଡେନ୍ ବିଶ୍ଵବିଦ୍ୟାଳୟ ୱେବସାଇଟରେ ମଧ୍ୟ ଆମକୁ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହି ଫୋଟୋ ନାଇଜେରିଆର ଓଗ୍ମୋବୋସୋ ସହରର ଅଟେ ଯେଉଁଠାରେ ଇସାଇ ମାନଙ୍କର ପେଣ୍ଟାକୋଷ୍ଟ ଧାର୍ମିକ ସଭା ଆୟୋଜିତ କରା ଯାଇଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ଫୋଟୋ ଭାରତ ଯୋଡୋ ଯାତ୍ରାର ଫୋଟୋ ଅଟେ କିନ୍ତୁ ଦ୍ଵିତୀୟ ଫୋଟୋ ୨୦୧୫ ମସିହାର ନାଇଜେରିଆ ଦେଶର ଅଟେ।

Avatar

Title:କ’ଣ ଲୋକଙ୍କର ଏହି ବିଶାଳ ଭିଡ଼ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *