ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

False International

କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା। 

ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ପ୍ରସଙ୍ଗରେ କିଛି ଲୋକମାନେ ଏକ ବିଶାଳ ଘର ଖଟ ଉପରେ ସୋଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଶେଖ୍ ହସିନାଙ୍କର ବାସଭବନରୁ ଆସିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋ ଯାହାକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୦୨୨ ରେ ର୍ୟୁଟର୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ୧୦ ଜୁଲାଇ ୨୦୨୨ ରେ କଲମ୍ବୋସ୍ଥିତ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବାସଭବନରେ ନିଆଯାଇଥିଲା। ବିଦ୍ରୋହ ପରେ ପ୍ରଦର୍ଶନକାରୀ ମାନେ ଶ୍ରୀଲଙ୍କାର ପ୍ରମୁଖ ସରକାରୀ ଅଟ୍ଟାଳିକା ଏବଂ ବାସଗୃହ ଦଖଲ କରି ରାଷ୍ଟ୍ରପତିଙ୍କୁ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ କରିଥିଲା ​​ଏବଂ ଶେଷରେ ସେ ଇସ୍ତଫା ଦେଥିଲେ ବୋଲି ର୍ୟୁଟର୍ସ ରିପୋର୍ଟ କରିଛି।

ଫୋଟୋର କ୍ୟାପ୍ସନ୍ ରେ ଲେଖା ଯାଇଛି, “ରାଷ୍ଟ୍ରପତି ଗୋଟାବାୟା ରାଜପାକାଙ୍କ ଘର ଶଯ୍ୟାରେ ପ୍ରଦର୍ଶନକାରୀମାନେ ଶୋଇଛନ୍ତି। ପ୍ରଦର୍ଶନକାରୀ ବିଲ୍ଡିଂରେ ପ୍ରବେଶ କରିବାର ଦିନକ ପରେ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଦେଶର ଆର୍ଥିକ ସଙ୍କଟ ମଧ୍ୟରେ ପଳାୟନ କରିଥିଲେ।

ଏହି ଫୋଟୋ ସାମ୍ବାଦିକ ଦିନୁକା ଲିୟାନାୱାଟେ ୧୦ ଜୁଲାଇ ୨୦୨୨ ରେ କ୍ଲିକ୍ କରିଥିଲେ। 

NPR ସେହି ସମୟରେ ରିପୋର୍ଟ କରିଥିଲା ​​ଯେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋ ଏବଂ ଭିଡିଓରେ ଶ୍ରୀଲଙ୍କାବାସୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ବିଳାସପୂର୍ଣ୍ଣ ଉପଭୋଗ କରୁଥିବା, ସେଠାରେ ଆରାମ କରୁଥିବା, ପୁଲ୍ ରେ ପହଁରିବା ଏବଂ ଜିମରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି। ଏହି ଫୋଟୋ ଶ୍ରୀଲଙ୍କାରେ ୨୦୨୨ ରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟର ଅଟେ। 

Avatar

Title:ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *