୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Partly False Social

୬ ଫେବୃଆରୀ ୨୦୨୩ ରେ ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ୭.୮ ତୀବ୍ରତା ସହିତ ଏକ ଭୂକମ୍ପ ଘଟିଥିଲା। ଏହା ପରେ ସୋସିଆଲ ମିଡିଆରେ ଅନେକ ଯାଞ୍ଚ ହୋଇନଥିବା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। 

ଏହି ପ୍ରସଙ୍ଗରେ ଆମ ସାମନାକୁ ଏକ ଫୋଟୋ ଆସିଛି ଯେଉଁଥିରେ ଧ୍ଵଂସ ହୋଇଥିବା ଏକ ସ୍ଥାନରେ କିଛି ଉଦ୍ଧାରକାରୀ ମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ତୁର୍କୀରେ ଆସିଥିବା ଭୂମିକମ୍ପର ଫୋଟୋ ଅଟେ।

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଏହି ଫୋଟୋ ତୁର୍କୀର ଅଟେ କିନ୍ତୁ ଏହା ଏକ ପୁରୁଣା ଫୋଟୋ ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ତୁର୍କୀ ଓ ସିରିଆରେ ଭୂକମ୍ପ: ୨୦୦୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୩ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଖୋଜାଚାଲିଛି ଜୀବନ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଆରବ ନ୍ୟୁଜ୍ ୱେବସାଇଟରେ ୧ ନଭେମ୍ବର ୨୦୨୦ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଉଦ୍ଧାରକାରୀ ମାନେ ତୁର୍କୀର ଇଜମିର ସହରରେ ଭୂମିକମ୍ପ ପରେ ଏକ ବିଲ୍ଦିଙ୍ଗ ଭୁସୁଡି ପଡିଥିବା ସ୍ଥାନରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି। 

ଏଜିଏନ୍ ସାଗରରେ ଆସିଥିବା ଏହି ଭୂମିକମ୍ପ ତୁର୍କୀ ଏବଂ ଗ୍ରୀସ୍ ଦେଶକୁ ପ୍ରଭାବିତ କରିଥିଲା। ଘଟଣାରେ ପ୍ରାୟ ୬୦ ଲୋକଙ୍କ ମୃତ୍ଯୁ ଏବଂ ୯୦୦ ରୁ ଅଧିକ ଲୋକଙ୍କ ଆହତ ହୋଇଥିଲେ। 

୩ ନଭେମ୍ବର ୨୦୨୦ ର ନେସନାଲ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ତୁର୍କୀର ଇଜମିର ସହରରେ ୬.୬ ତୀବ୍ରତା ସହିତ ଏକ ଭୂମିକମ୍ପ ଆସିଥିଲା ଯେଉଁଥିରେ ୫୮ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭାଇରାଲ ଫୋଟୋରେ ଉଦ୍ଧାରକାରୀ ମାନେ ଭୁସୁଡି ପଡିଥିବା ଏକ ବିଲ୍ଦିଙ୍ଗ ମଧ୍ୟରୁ ଜଣେ ୭୦ ବର୍ଷ ଲୋକକୁ ଉଦ୍ଧାର କରିବାର ଚେଷ୍ଟା କରୁଛନ୍ତି। ଏହି ଭୂମିକମ୍ପର ପ୍ରଭାବ ଗ୍ରୀସ୍ ଦେଶରେ ମଧ୍ୟ ଦେଖିବାକୁ ମିଳିଥଲା ଯେଉଁଠାରେ ଗୋଟିଏ କାନ୍ଥ ଭୁସୁଡି ଥିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଖବର ସାମନାକୁ ଆସିଥିଲା। ଏହି ଭୂମିକମ୍ପ ହେତୁ ଅନେକ ଛୋଟ-ଛୋଟ ସୁନାମୀ ସୃଷ୍ଟି ହୋଇଥିଲା ଯେଉଁଥିରେ ୨୦ ଟି ବିଲ୍ଦିଙ୍ଗ ନଷ୍ଟ ହେଇଥିଲା। 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଏହି ଘଟଣା ନେଇ ଅଲ୍-ଯଜିରାର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ତୁର୍କୀର ଇଜମିର ସହରରେ ୭.୦ ତୀବ୍ରତା ସହିତ ଭୂମିକମ୍ପ ହେବା ପରେ ଏକ ବିଲ୍ଦିଙ୍ଗ ଭୁସୁଡି ପଡିଥିଲା। ଉଦ୍ଧାରକାରୀ ମାନେ କୁକୁର ସାହାଯ୍ୟତା ଧ୍ଵଂସ ହେଇଥିବା ବିଲ୍ଦିଙ୍ଗରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଏହି ଭୂମିକମ୍ପରେ ସହରର ବିଭିନ୍ନ ଆଞ୍ଚଲରେ ଅନେକ ବିଲ୍ଦିଙ୍ଗ ପ୍ରଭାବିତ ହୋଇଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭାଇରାଲ ଫୋଟୋ ତୁର୍କୀର ଅଟେ, କିନ୍ତୁ ଏହାର ନିକଟରେ ହେଇଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *