
ଟି୨୦ ବିଶ୍ଵ କପରେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଦ୍ଵାରା ଟିଭି ଭାଙ୍ଗୁଠିବା ଭିଡିଓ ଏବଂ ପୋସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଏପରି ଅନେକ ପୋଷ୍ଟର ଖଣ୍ଡନ କରି ସାରିଛି। ଆପଣ ମାନେ ସେହି ପୋଷ୍ଟ ଗୁଡ଼ିକ ଏଠାରେ ଏବଂ ଏଠାରେ ଦେଖି ପାରିବେ।
ବର୍ତ୍ତମାନ ସମାନ ପ୍ରକାରର ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ କିଛି ପାକିସ୍ତାନ ସମର୍ଥକ ମାନେ ଟିଭି ଭାଙ୍ଗୁଛନ୍ତି।
ଫୋଟୋ ସେୟାର କରି କୁହା ଯାଇଛି ଯେ “ପାକିସ୍ତାନ ରେ ଦିୱାଲି। ଇଣ୍ଡିଆ ଠାରୁ ହାରିବା ପରେ ଟିଭି ଭଙ୍ଗା ପର୍ବ ଚାଲିଛି”
ଅନୁସନ୍ଧାନ ପରେ ଜାଣିବାକୁ ମିଳିଲା ଯେ ଏହି ଫୋଟୋ ପୁରୁଣା ଅଟେ। ଏହାର ଟି୨୦ ବିଶ୍ଵ କପ୍ ସହିତ କୌଣସି ସମ୍ବନ୍ଧ ନାହିଁ।

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୨୦ ମାର୍ଚ୍ଚ ୨୦୧୬ ମସିହାରେ ନ୍ୟୁଜ୍ ୧୮ ର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ୨୦୧୬ ଟି୨୦ ବିଶ୍ଵ କପରେ ଭାରତ ପାକିସ୍ତାନକୁ ପରାଜିତ କରିବା ପରେ, ପାକିସ୍ତାନରେ ଲୋକେ ରାସ୍ତାକୁ ବାହାରି ଟିଭି ଭାଙ୍ଗିଥିଲେ। ଅନେକ ସ୍ଥାନରେ ପାକିସ୍ତାନ ଫ୍ୟାନ୍ ମାନେ ତାଙ୍କ କ୍ରିକେଟ୍ ବୋର୍ଡ ଏବଂ ଖେଳାଳିଙ୍କ ବିରୁଦ୍ଧର ନାରା ମଧ୍ୟ ଦେଇଥିଲେ। ସେହି ମ୍ୟାଚରେ ଭାରତ ପାକିସ୍ତାନକୁ ୬ ୱିକେଟ୍ ରୁ ହରାଇଥିଲା।

ସମାନ ଫୋଟୋ ଆମକୁ ଗେଟି ଇମେଜେସ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ କ୍ୟାପସନ୍ ରେ କୁହା ଯାଇଛି ଯେ ଟି୨୦ ବିଶ୍ଵ କପରେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ୧୯ ମାର୍ଚ୍ଚ ୨୦୧୬ ରେ ଜଣେ ପାକିସ୍ତାନୀ ଗୋଟିଏ ଟିଭି ସେଟ୍ ଭାଙ୍ଗିଥିଲେ।
ଏହି ଘଟଣା ବୋଶୟରେ ଆମକୁ ୨୦୧୬ ମସିହାରେ ୟୁଟ୍ୟୁବରେ ଗୋଟିଏ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓରେ କୁହା ଯାଇଛି ଯେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ଲୋକେ ଟିଭି ଭାଗୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ। ୨୦୧୬ ମସିହାରେ ପାକିସ୍ତାନ ସମର୍ଥକ ମାନେ ଟିଭି ଭାଙ୍ଗୁଠିବାର ଗୋଟିଏ ଫୋଟୋକୁ ଚଳିତ ଟି୨୦ ବିଶ୍ଵ କପ୍ ସହିତ ଯୋଡି ସେୟାର କରା ଯାଉଛି।

Title:କ’ଣ ଟି୨୦ ବିଶ୍ଵ କପରେ ଭାରତ ଠାରୁ ପରାଜିତ ହେବ ପରେ ପାକିସ୍ତାନୀ ସମର୍ଥକ ମାନେ ଟିଭି ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
