କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ବାଲେଶ୍ଵରର ବାହାନଗାରେ ହେଇଥିବା ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତ ଭାବରେ ଆଘାତ ହୋଇଛନ୍ତି। ଏହା ନେଇ ଦେଶର ଅନେକ ନେତା ଏବଂ ଜନସାଧାରଣ ଲୋକେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ରକ୍ତଦାନ କରୁଛନ୍ତି। ଦାବି କରା ଯାଉଛି ଯେ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ପରେ ଲୋକଙ୍କ ସାହାଯ୍ୟତା ପାଇଁ ଏମାନେ ନିଜ ରକ୍ତଦାନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଦୁଇଟି ପୁରୁଣା ଫୋଟୋ ଅଟେ ଏବଂ ଏହାର ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି ଯେ, “#ଆହତମାନଙ୍କ ସ୍ବାସ୍ଥ୍ୟ ପରିବର୍ତ୍ତନ ପାଇଁ  #ରକ୍ତଦାନ କଲେ ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ମହୋଦୟ ଓ ପରମ ପୂଜ୍ୟ ବାବା ରାମଦେବ। ରାହୁଲ ଗାନ୍ଧୀ  ରକ୍ତ ଦେଇଥାନ୍ତେ ଯଦି ତାଙ୍କ ଦେହରେ ରକ୍ତ ଥାଆନ୍ତା କିମ୍ବା ଆହତ ମାନେ ଯଦି ପାକିସ୍ତାନୀ ହୋଇ ଥାନ୍ତେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ହେଉଥିବା ଦୁଇଟି ଫୋଟୋର ତଥ୍ୟ ଖୋଜି ବାହାର କରିଲୁ। ନିମ୍ନରେ ଆପଣ ମାନେ ବିସ୍ତାରରେ ଏହି ଦୁଇଟି ଫୋଟୋର ଫ୍ୟାକ୍ଟ ଚେକ୍ ପଢି ପାରିବେ। 

ଫୋଟୋ ୧: ଏହି ଫୋଟୋରେ ସମ୍ବିତ ପାତ୍ର ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୬ ଜୁଲାଇ ୨୦୨୦ ରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ରୁ ସୁସ୍ତ ହେବା ପରେ ବିଜେପି ନେତା ସମ୍ବିତ ପାତ୍ର ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ରକ୍ତ ପ୍ଲାଜମା ଦାନ କରିଥିଲେ। 

ସମାନ ଫୋଟୋକୁ ଏଏନଆଇ ମଧ୍ୟ ୨୦୨୦ ରେ ଟୁଇଟ କରିଥିଲା। ଟୁଇଟରେ କୁହା ଯାଇଛି ଯେ ସଂବିତ ପାତ୍ର କହିଥିଲେ ଯେ କୋଭିଡ ରୁ ସୁସ୍ତ ହେବା ପରେ ସେ ରକ୍ତ ପ୍ଲାଜମା ଦାନ ଅକରିଥିଲେ। ସେ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ରକ୍ତ ଦାନ କରି ରୋଗୀଙ୍କ ସେବା କରିବା ପାଇଁ ଅନୁରୋଧ କରିଥିଲେ। ସମ୍ବିତ ପାତ୍ର ମଧ୍ୟ କୋଭିଡ ସୁସ୍ତ ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ। 

ଫୋଟୋ ୨: ଏହି ଫୋଟୋରେ ବାବା ରାମଦେବକୁ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୧ ଅଗଷ୍ଟ ୨୦୧୪ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କୁହା ଯାଇଛି ଯେ ଗୋଟିଏ ରକ୍ତ ଶିବିରରେ ବାବା ରାମଦେବ ରକ୍ତଦାନ କରିଥିଲେ। 

ସମାନ ପୋଷ୍ଟ ଏକ ଭେରୀଫାଏଡ ଟୁଇଟର ହେଣ୍ଡେଲରେ ମଧ୍ୟ ୨୦୧୪ ମସିହାରେ ପୋଷ୍ଟ ହେଇଥିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହା ଏକ ପୁରୁଣା ଫୋଟୋ। ତେବେ ଏହି ଫୋଟୋର ସତ୍ୟତା କ’ଣ? ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଭାରତ ସ୍ଵାଭିମାନ ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାଇଟ ହେଇଥିବା ମିଳିଲା। ଏହି ଭିଡିଓର ୨୧ ସେକେଣ୍ଡ ସମୟରେ ଆପଣ ମାନେ ରାମଦେବ ବାବାଙ୍କୁ ରକ୍ତଦାନ କରୁଥିବା ଦେଖିବାକୁ ପାଇବେ। ସୂଚନା ଅନୁଯାୟୀ, ଏହି ଘଟଣା ୨୦୧୪ ମସିହାରେ ହରିଦ୍ଵାରର ପତଞ୍ଜଳି ଯୋଗପୀଠ ରେ ଆୟୋଜିତ ଏକ ରକ୍ତଦାନ ଶିବିରର ଦୃଶ୍ୟ ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସମ୍ବିତ ପାତ୍ର ଏବଂ ବାବା ରାମଦେବଙ୍କ ରକ୍ତଦାନ କରୁଥିବା ଫୋଟୋ ପୁରୁଣା ଅଟେ ଏବଂ ଏହାର ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *