
୩ ଫେବ୍ରୁଆରିରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଜଣେ ପ୍ରେମି ନିଜ ପ୍ରେମିକାଙ୍କୁ ବସ ଷ୍ଟାଣ୍ଡରେ ସର୍ବ ସମୁଖରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଯୁବତୀ ସେହିଠାରେ ହିଁ ଟଳିପଡିଥିଲେ। ଏହି ଘଟଣା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଘଟଣାଟି ମଙ୍ଗଳବାର ସଖାଳ ୧୦.୩୦ ସମୟରେ ଅରଠୁନାରେ ଥିବା ବସ ଷ୍ଟାଣ୍ଡରେ ଘଟିଥିଲା। ଖାଟବାଡ଼ା ନିବାସୀ ୨୦ ବର୍ଷୀୟ ବିନିତା ପୁତ୍ରୀ ମୋହନ ଖାଟଙ୍କ ଗାଁରେ ଏକ ଦୋକାନରେ କାମ କରନ୍ତି। ମାଲିକ ଖାଇବାକୁ ଘରକୁ ଯାଇଥିଲେ ଏବଂ ସେହି ସମୟରେ ୨୩ ବର୍ଷୀୟ ସୋନୁ କୁମାର ସିଂହ ଆସିଥିଲେ ଓ ବିନିତାଙ୍କୁ କିଛି କାମ ବାହାନାରେ ଡାକି ଥିଲେ। ଉଭୟ ପରସ୍ପରକୁ ଜାଣିଥିଲେ ତ ସେ ମଧ୍ୟ ଚାଲି ଯାଇଥିଲେ। ବିନିତା ବସ ଷ୍ଟାଣ୍ଡରେ ପହଞ୍ଚିଲା ପରେ ସୋନୁ ବିନିତାଙ୍କୁ ପ୍ରପୋଜ କରିଥିଲେ। କିନ୍ତୁ ବିନିତା ମନା କରି ଦେଇଥିଲେ। ଏହା ପରେ ସୋନୁ ରାଗିଯାଇ ଛୁରୀରେ ବିନିତାକୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ବିନିତା ପାଟି କରିଥିଲେ ଓ ଲୋକେ ଏକତ୍ରିତ ହେବା ପରେ ସୋନୁ ସେଠାରୁ ଖସି ପଳାଇଥିଲେ। ଏହା ପରେ ବିନିତାଙ୍କୁ ହସ୍ପିଟାଲ ପହଞ୍ଚାଅ ଯାଇଥିଲା ଓ ପୋଲିସ ସୋନୁକୁ ଧରିବାରେ ସଫଳ ହେଇଥିଲେ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ଲ୍ବିଶୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଛପି ଥିବା ଫୋଟୋର ଗୁଗୁଲ ସାହାଜ୍ୟାତାରେ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ କିଛି ତଥ୍ୟ ମିଳିଲା।
୧୬ ମେ ୨୦୧୮ ମସିହାରେ ଭାସ୍କର ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପ୍ରେମ ପ୍ରପୋଜାଲକୁ ମନା କରିଲା ପରେ ପ୍ରେମି ନିଜ ପ୍ରେମିକା ଉପରେ ରାଗି ଯାଇ ତାଙ୍କୁ ୪ ଥର ଛୁରୀ ମାରି ପ୍ରେମିକାଙ୍କୁ ମାରି ଦେଲେ। ଝିଅ ଛୁରୀ ମାଡ଼ ପରେ ରାସ୍ତାରେ ପଡୁଥିଲା ବେଳେ ଲୋକେ ସେହି ପିଲାକୁ ଧରିବା ପାଇଁ ଆସିଥିଲେ। ଏହି ଘଟଣା ମଙ୍ଗଳବାର ୧୦.୩୦ ସମୟରେ ଘଟି ଥିଲା। ଖାଣ୍ଟବାଡ଼ା ଜିଲାରେ ରହୁ ଥିବା ବିନିତା ଗୋଟିଏ ଚୂଡ଼ି ଦୋକାନ’ରେ କାମ କରୁଥିଲେ। ଦୋକାନମାଲିକ ଖାଇବାକୁ ଯାଇ ଥିବା ସମୟରେ ୩୦ ବର୍ଷୀୟ ସୋନୁ ଦୋକାନଆସି ଇଛି କାମ ବାହାନାରେ ବିନିତାକୁ ନିଜ ସହିତ ଡାକି ନେଇ ଯାଇଥିଲା। ପରସ୍ପରକୁ ଚିହ୍ନି ଥିବା ଯୋଗୁ ସେ ସୋନୁ ସହିତ ଯିବା ପାଇଁ ରାଜି ହେଇ ଯାଇଥିଲେ। ବସ ଷ୍ଟାଣ୍ଡ ପାଖରେ ପହଞ୍ଚି ସୋନୁ ବିନିତାଙ୍କୁ ପ୍ରପୋଜ କରିଥିଲେ କିନ୍ତୁ ବିନିତା ମନା କରି ଦେଇଥିଲେ। ସୋନୁଙ୍କ ବହୁତ ଅନୁରୋଧ ପାରେ ମଧ୍ୟ ବିନିତା ତାଙ୍କ ସହ ପ୍ରେମରେ ଜୁଡି ହେବା କୁ ରାଜି ହେଇନଥିଲେ। ଏହି କଥାରୁ ରାଗୀ ସୋନୁ ରାଗି ଯାଇ ବ୍ବିନିତାଙ୍କ ହାତ ଓ ପେଟରେ ୪ ଥର ଛୁରୀ ମାରି ଥିଲେ। ବିନିତାଙ୍କ ଚିତ୍କାର ସୁଣୀ ଲୋକେ ସୋନୁଙ୍କୁ ଧରିବା ପାଇଁ ଦଉଡି ଥିଲେ କିନ୍ତୁ ସୋନୁ ଖସି ପଳାଇଲେ।
୧୭ ମେ ୨୦୧୮ ମସିହାରେ ନମନ ଭାରତ ପାତ୍ରୀକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବିନିତା ସୋନୁଙ୍କ ପ୍ରେମ ପ୍ରସ୍ତାବକୁ ମନା କରି ଦେଲେ। ଏହି କଥାରୁ ରାଗି ସୋନୁ ତାଙ୍କୁ ବସ ଷ୍ଟାଣ୍ଡରେ ସମସ୍ତଙ୍କ ସାମନାରେ ଛୁରୀ ମାରି ହତ୍ୟା କରି ଦେଲେ। ଛୁରୀ ମାଡ଼ ଖାଇ ବିନିତା ସେଇଠି ରାସ୍ତାରେ ପଡି ଗଲେ ଓ ଏହା ଦେଖି ସ୍ଥାନୀୟ ଲୋକେ ସୋନୁଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସୋନୁ ଘଟଣା ସ୍ଥଳରୁ ଖସି ପଳାଇଲେ। ଏହା ପରେ ପୋଲିସ ସୋନୁଏନଏନକୁ ଖୋଜି ତାକୁ ଗିରଫକରିଥିଲେ। ଏହି ଘଟଣା ମଙ୍ଗଳବାର ଦିନ ସଖାଳ ୧୦.୩୦ ସମୟରେ ରାଜସ୍ଥାନର ଅରଠୁଣା ଜିଲାରେ ଘଟିଛି। ବିନିତା ଗୋଟିଏ ଚୂଡ଼ି ଦୋକାନରେ କାମ କରୁ ଥିଲେ। ଦୋକାନ ମାଲିକ ଖାଇବା କୁ ଯାଇଥିବା ସମୟରେ ସୋନୁ ବିନିତାଙ୍କୁ ନିଜ ସହିତ ନେଇ ଯାଇ ପ୍ରପୋଜ କରିଥିଲେ। ଏହା ମଧ୍ୟ କୁହା ଯାଉଅଛି ଯେ ବିନିତା ସୋନୁଙ୍କ ଭାଇଙ୍କ ଘରେ କାମ କରୁଥିଲେ ଓ ସେହି ସମୟରେ ସେ ଆଉ ସୋନୁ ପରସ୍ପର ସହିତ ସମ୍ପର୍କରେ ଆସିଥିଲେ। ଯେତେବେଳେ ସୋନୁଙ୍କ ଭାଇକୁ ଏହି କଥା ଜଣା ପଡିଲା ତ ସେ ସୋନୁଙ୍କୁ ଘରୁ ବାହାର କରି ଦେଇ ଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଘଟଣା ୨୦୧୮ ମସିହାରେ ଘଟିତ ଓ ଏହା କୁ ବର୍ତମାନ ସମୟ ଘଟଣା କହି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଏହି ଘଟଣା କିଛି ଦିନ ପୂର୍ବରୁ ଘଟିଛି।

Title:କ’ଣ କିଛି ଦିନ ପୂର୍ବରୁ ଜଣେ ପ୍ରେମୀ ନିଜ ପ୍ରେମିକାର ହତ୍ୟା କରିଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: Partly False