
ସୋସିଆଲ ମିଡିଆକେ ୟୁକ୍ରେନ ଋଷର ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୁଆ ସୈନ୍ୟମାନଙ୍କୁ ଡରି କାନ୍ଥ ପଛରେ ଲୁଚିଛି। ଏହି ଭୟାବହ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
28 ଫେବୃଆରିରେ ଜଣେ ସେୟାରଚାଟ୍ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ୟୁକ୍ରେନ ଋଷ ଯୁଦ୍ଧ ସମୟର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଫଟୋ ୟୁକ୍ରେନ ଋଷ ଯୁଦ୍ଧ ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗଲ ରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ାମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଯେଉଁଥିରେ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଭାଇରାଲ ପୁରୁଣା ଅଟେ। ଭାଇରାଲ ଫଟୋ 2019ରେ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏହା ସହ ଏହି ଫଟୋ unexposed evil ପେଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହି ଭାଇରାଲ ଫଟୋ 2021ରେ ମଧ୍ୟ Abdulsamet ALTAŞ ନାମକ ଜଣେ ଟ୍ୱିଟର ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 2019ରେ matrixworld. ପେଜରେ ପ୍ରକାଶିତ ଖବର କ୍ୟାପ୍ସନରେ ଲେଖା ଯାଇଛି ଯେ, ଛୋଟ ଛୁଆଟି ଫଲିସ୍ତାନ ୟାହୁଦି ସୈନ୍ୟମାନଙ୍କଠାରୁ ଲୁଚିଛି।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଛାଟ ପିଲାଟି ସୈନିକମାନଙ୍କଠାରୁ ଲୁଚିଥିବା ଫଟୋ 2019ର ଅଟେ। ଫଟୋକୁ ମିଥ୍ୟା ଦାବିରେ ୟୁକ୍ରନ ଋଷ ଯୁଦ୍ଧ ସହ ଜୋଡ଼଼ି ମିଥ୍ୟା ଦେବିରେ ଭାଇରାଲ କରାଯାଇଛି।

Title:ପିଲାଟି ସୈନ୍ୟମାନଙ୍କୁ ଡରି ଲୁଚିଥିବା ପୁରୁଣା ଫଟୋକୁ ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ ହେଉଛି।
Fact Check By: Saritadevi SamalResult: False
