
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସହିତ ଚିଡ଼ା ହୋଇଥିବା ଏକ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କର ଫୋଟୋ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ସେହି ସମୟର ଗୁଜରାଟର ଶିକ୍ଷାମନ୍ତ୍ରୀ ହେମନ୍ତ ଚପଟୱାଲାଙ୍କ ଝିଅ ବନ୍ଦନା ଅଟନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “ଜୀବନର ପ୍ରଥମ ଗ୍ୟାରେଣ୍ଟି ଯିଏ ନିଜ ଧର୍ମପତ୍ନୀଙ୍କ ଗ୍ୟାରେଣ୍ଟି ନେଇ ପାରିଲା ନାହିଁ ସେ ଦେଶବାସୀଙ୍କୁ କଣ ଗ୍ୟାରେଣ୍ଟି ଦେବ?“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୩ ଏପ୍ରିଲ୍ ୨୦୧୪ ରେ ଟୁଇଟ ହେଇଥିବା ମିଳିଲା। ଏବିଭିପିର ଜାତୀୟ ସଂଗଠକ ସଚିବ ଆଶିଷ ଚୌହାନ ୨୦୧୪ ରେ ପୋଷ୍ଟ କରି ଲେଖିଥିଲେ ଯେ ଫଟୋରେ ଥିବା ମହିଳା ହେଉଛନ୍ତି ଗୁଜୁରାଟର ପୂର୍ବତନ ଶିକ୍ଷା ମନ୍ତ୍ରୀ ହେମନ୍ତ ଚାପତୱାଲାଙ୍କ ଝିଅ ବନ୍ଦନା।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ହେମନ୍ତ ଚାପତବାଲାଙ୍କ ପୁଅ କେୟୁର ହେମନ୍ତ ଚାପତୱାଲାଙ୍କର ଫେସବୁକରେ ଭାଇରାଲ ଫୋଟୋ ପାଇଲୁ। ଫୋଟୋ ସହିତ ସୂଚନା ଦିଆ ଯାଇଛି ଯେ “ମୋ ଭଉଣୀ ଆଲପାଙ୍କ ବିବାହରେ 1994 ରେ ମୋଦି ଯୋଗ ଦେଇଥିବାର ଫଟୋ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଗୁଜବ ଏବଂ ମିଥ୍ୟା ପ୍ରଚାର ହେଉଥିବା ଦେଖି ଏହି ସ୍ପଷ୍ଟିକରଣ ଆବଶ୍ୟକ”
ଫ୍ୟାକ୍ଟ କ୍ରିସକେଣ୍ଡୋ ଏହି ଖବରର ପୁଷ୍ଟି ପାଇଁ ପୂର୍ବତନ ବିଜେପି କେନ୍ଦ୍ର ମନ୍ତ୍ରୀ କାଶିରାମ ରାଣେଙ୍କ ପୁଅ ସହ ସମ୍ପର୍କ କରିଥିଲେ। କାଶିରାମ ରାଣେଙ୍କ ପୁଅ ଦୀପକ ରାଣେ କହିଛନ୍ତି ଯେ, “ଏହା ମୋ ଭଉଣୀର ବିବାହର ଫଟୋ ନୁହେଁ। ଆମେ ଆମର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁନାହୁଁ। ଯେତେବେଳେ ମୋ ବାପା ଏବଂ ମୋଦୀଜୀ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିବାହକୁ ଯାଇଥିଲେ ଏହା ସେତେବେଳେର ଫୋଟୋ ଅଟେ। ଏହା ମୋଦୀଜୀଙ୍କ ବିବାହ ଫଟୋ ନୁହେଁ।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପତ୍ନୀ ନୁହଁନ୍ତି। ସେ ହେଉଛନ୍ତି ଗୁଜୁରାଟର ପୂର୍ବତନ ଶିକ୍ଷାମନ୍ତ୍ରୀ ଙ୍କ ଝିଅ ବନ୍ଦନା।

Title:କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଚିଡ଼ା ହୋଇଥିବା ମହିଳା ତାଙ୍କ ପତ୍ନୀ ଅଟନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
