
ଅଯୋଧ୍ୟାରେ ଥିବା ରାମ ମନ୍ଦିର 22 ଜାନୁଆରୀ 2024 ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଚିତ୍ର ଭାଇରାଲ ହେଉଛି।
ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାରଖାନାରେ କିଛି ଲୋକ ଅନେକ ପରିମାଣରେ ଲଡୁ ତିଆରି କରୁଥିବା ସମୟରେ ଜୟ ଶ୍ରୀ ରାମ ମଧ୍ୟ ଜାପ କରୁଛନ୍ତି। ଦାବି କରା ଯାଉଛି ଯେ ଯେ ଏହି ଭିଡିଓ ପାଟନା ସହରରୁ ଆସିଛି ଯେଉଁଥିରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୧ ଲକ୍ଷ କିଲୋ ଲଡୁ ତିଆରି କରା ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଏବଂ ଏହାର ରାମ ମନ୍ଦିର ପାଇଁ ପ୍ରସ୍ତୁତ କରା ଯାଉଥିବା ଲଡୁ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଅଯୋଧ୍ୟା ଧାମ ପାଇଁ ପଟ୍ଟନା ରେ 1 ଲକ୍ଷ୍ୟ କିଲୋ ସ୍ପେଶଲ୍ ଲଡ଼ୁ ତିଆରି ହଉଛି ଜୟ ଶ୍ରୀ ରାମ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୪ ମାର୍ଚ୍ଚ ୨୦୨୩ ରେ ସମାନ ଭିଡିଓ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟର କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି, “ପାଟନାର ମାହାବୀର ମନ୍ଦିରରେ ବହୁ ପରିମାଣରେ ନାଇଭେଧ୍ୟାମ ଲଡୁର ତିଆରି“
ସମାନ ଭିଡିଓ ଆମକୁ ଗତ ବର୍ଷ ନଭେମ୍ବର ମାସରେ ମଧ୍ୟ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ପାଟନାର ମାହାବୀର ମନ୍ଦିରରେ ପ୍ରସାଦ ପାଇଁ ଲଡୁ ତିଆରି ହେଉଛି ବୋଲି ଉଲ୍ଲେଖ କରା ଯାଇଛି

ପାଟଣାର ମହାବୀର ମନ୍ଦିରର ପ୍ରସାଦ ଲଡୁ
ମହାବୀର ମନ୍ଦିର ବିହାରର ପାଟନାରେ ଅବସ୍ଥିତ ହନୁମାନ ଦେବତାଙ୍କୁ ଉତ୍ସର୍ଗୀକୃତ ଏକ ହିନ୍ଦୁ ମନ୍ଦିର ଅଟେ। ପାଟନାର ମହାବୀର ମନ୍ଦିରର ପ୍ରସାଦ ଲଡୁ ସାରା ଦେଶରେ ପ୍ରସିଦ୍ଧ। ୧୯୯୩ ରେ ମନ୍ଦିରରେ ପ୍ରସାଦ ଭାବରେ ଏହି ଲଡୁ ତିଆରି ଆରମ୍ଭ ହୋଇଥିଲା। ବିଶେଷ କଥା ହେଉଛି ସାଧାରଣତ ଏହି ଲଡୁ ଏକ ଲକ୍ଷରୁ ୧.୨୫ ଲକ୍ଷ କିଲୋ ଏକ ମାସରେ ବିକ୍ରି ହୁଏ ଏବଂ ରାମ ନଭମି ପରି ପର୍ବ ସମୟରେ ଏହାର ବିକ୍ରି ୨୫,୦୦୦ କିଲୋ ଗୋଟିଏ ଦିନରେ ହୋଇଥାଏ।
ଏହା ତିରୁପତି ଲଡୁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିଲା ଏବଂ ପାଟନାରେ ନାଭିଧ୍ୟାମ ଲଡୁ ତିଆରି କରୁଥିବା ପ୍ରାୟ ସମସ୍ତ କାରିଗର ଦକ୍ଷିଣ ଭାରତୀୟ ରାଜ୍ୟରୁ ଆସିଛନ୍ତି। ସେମାନେ ସବୁ ରୁତୁରେ ସେମାନଙ୍କର ପାରମ୍ପାରିକ ପୋଷାକରେ କାମ କରନ୍ତି ଏବଂ ନାଭିଧ୍ୟାମ ଲଡୁର ବିଶାଳ ରୋଷେଇଘରେ ସେମାନେ କାର୍ଯ୍ୟ କରିବା ପ୍ରତିଭା ଅଛି। କାର୍ଡବୋର୍ଡ ବାକ୍ସ ତିଆରି ବ୍ୟତୀତ ବଡ଼ ମେସିନ୍ ବ୍ୟବହାର କରି ଏଠାରେ ସବୁକିଛି କରାଯାଇଥାଏ। ଏହାର ସ୍ଵାଦ ଏବଂ ରୋଷେଇଘର ସ୍ୱଚ୍ଛତା ହେତୁ ଏହାକୁ FSSAI ଭୋଗ ସାର୍ଟିଫିକେଟ ମାନ୍ୟତା ମଧ୍ୟ ମିଳିଛି।
କାରିଗରମାନେ ସଂପୂର୍ଣ୍ଣ ଶୁଦ୍ଧତା ସହିତ ନାଭିଧ୍ୟାମ ତିଆରି କରନ୍ତି। ଏଥିପାଇଁ ରାଜଧାନୀର ବୁଦ୍ଧ ମାର୍ଗରେ ଏକ କାରଖାନା ପ୍ରସ୍ତୁତ କରାଯାଇଛି। ଏଠାରେ ୬୪ ଜଣ କାରିଗର ପ୍ରତିଦିନ ବିଭିନ୍ନ ବ୍ୟାଚରେ କାମ କରନ୍ତି। ନାଭିଧ୍ୟାମ ତିଆରି କରୁଥିବା ତିରୁପତିଙ୍କ କାରିଗରମାନଙ୍କ ମୁଖ୍ୟ ଶେଶାଦ୍ରୀ କହିଛନ୍ତି ଯେ ପ୍ରସାଦ ତିଆରି କରିବା ପୂର୍ବରୁ ସମସ୍ତ କାରିଗର ରାତି 2 ଟାରେ ଏକାଠି ହୁଅନ୍ତି। ଗାଧୋଇବା ପରେ ସମସ୍ତେ ପୂଜା କରନ୍ତି ଏବଂ ସଫା ହୋଇଥିବା ପୋଷାକ ପିନ୍ଧନ୍ତି ଏବଂ ପରେ ପ୍ରସାଦ କରନ୍ତି। ଗୋଟିଏ ଦିନରେ ପ୍ରାୟ ୧୦୦୦୦ କିଲୋଗ୍ରାମ ନାଭିଧ୍ୟାମ ଲଡୁ ତିଆରି କରିବାର କ୍ଷମତା ଅଛି।
ଏହା ପରେ ଆମେ ଅଯୋଧ୍ୟା ରାମ ମନ୍ଦିର ଜଡିତ ଲଡୁ ତିଆରି ହେଉଥିବା ବିଷୟରେ ଗୁଗୁରେ ସର୍ଚ୍ଚ କରିଲୁ। ୬ ଜାନୁଆରୀର ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଭାଗ ନେଉଥିବା ଭକ୍ତ ମାନଙ୍କ ପାଇଁ ତିରୁମାଳାର ପ୍ରଭୁ ଭେଙ୍କଟେଶ୍ଵରାଙ୍କର ପ୍ରସିଦ୍ଧ ପ୍ରସାଦ ତିରୁପତି ଲଡୁ ବଣ୍ଟନ ହେବ। ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରାୟ ଏକ ଲକ୍ଷ ଲଡସ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତାରେ ପ୍ରସାଦକୁ ଅଯୋଧ୍ୟାକୁ ପରିବହନ ପାଇଁ ମନ୍ଦିର ବ୍ୟବସ୍ଥା କରୁଛି।

ଅଗଷ୍ଟ ୨୦୨୦ ରେ ରାମ ମନ୍ଦିର ଭୂମିପୂଜନ ସମୟରେ ପାଟନାର ମାହାବୀର ମନ୍ଦିର ୧ ଲକ୍ଷ ଲଡୁ ବାଣ୍ଟିଥିଲା। କିନ୍ତୁ ଏହି ଥର ଶ୍ରଦ୍ଧାଳୁଙ୍କୁ ୨୨ ଜାନୁଆରୀରେ ପ୍ରଭୁ ଭେଙ୍କଟେଶ୍ଵରାଙ୍କର ତିରୁପତି ଲଡୁ ପ୍ରସ୍ତୁତ କରା ଯାଉଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଯଦିଓ ଭାଇରାଲ ଭିଡିଓ ବିହାର ରାଜ୍ୟର ପାଟନା ସହରର ଅଟେ କିନ୍ତୁ ଏହା ଏକ ପୁରୁଣା ଭିଡିଓ ଏବଂ ୨୨ ଜାନୁଆରୀରେ ରାମ ମନ୍ଦିରରେ ପ୍ରସାଦ ତିଆରି ସହିତ ଏହାର କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ପାଟନା ସହରରେ ୧ ଲକ୍ଷ କିଲୋ ଲଡୁ ତିଆରି କରା ଯାଉଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
