ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

Missing Context Political

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି ରାଲିରେ ସ୍ଲୋଗାନ ଦେବା ପାଇଁ ଆଣିଥିବା ବିଜେପି କର୍ମୀମାନେ ତାଙ୍କୁ 400 ଟଙ୍କା ଦେଇନାହାଁନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ହୋଲି ପ୍ରମାଣିତ ହେଲା। 

Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାୟାଇଛି ଯେ, କାସୀ ବିଶ୍ଵନାଥ ମୋଦି ଆସିବେ ବୋଲି ଗରିବ ଲୋକଙ୍କୁ ମିଛ କହି ଭିଡ କରିବାକୁ ନେଇଥିଲେ ବିଜେପି ନେତା କହିଥିଲେ ଚାଲ ତୁମକୁ 400 ଟଙ୍କା, ଶାଢ଼ି ଆଉ ଧୋତି ମିଳିବ…ଲଜ୍ଜା ଲଜ୍ଜା… ଗରିବ ଙ୍କ ଆଖିରେ ଲୁହ ଦେଇ ଗଙ୍ଗାରେ ବୁଢ଼ ପକେଇ ଧର୍ମ କରୁଛି ଧର୍ମଛଡା । ଆମ ଅନୁସନ୍ଧାନ ପୂର୍ବରୁ ପଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ମହିଳାଙ୍କୁ ବିଜେପି ରାଲିରେ ସ୍ଲୋଗାନ ଦେବା ପାଇଁ ଆଣିଥିବା ବିଜେପି କର୍ମୀମାନେ ତାଙ୍କୁ 400 ଟଙ୍କା ଦେଇନଥିବାରୁ ସେ କାନ୍ଦୁଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓର ଖବର ଆମକୁ Janta Ka Reporter ଟ୍ୱିଟର ଆକାଉଣ୍ଟରେ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓ 2017ରେ ପୋଷ୍ଟ କରାଯାଇଛି। ଏଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ମୋଦି କାଶୀ ବିଶ୍ୱନାଥ ଗ୍ରସ୍ତ ସହ କୌଣିସ ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

जनता का रिपोर्टर ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 9 ମାର୍ଚ୍ଚ 2017ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, କାନ୍ଦୁଥିବା ମହିଳାଙ୍କ ଯନ୍ତ୍ରଣା ‘ମୋଦୀଙ୍କ ରାଲିରେ ସ୍ଲୋଗାନ ଦେବା ଦ୍ୱାରା 400 ଟଙ୍କା ଏବଂ ଧୋତି ମିଳିବ କିନ୍ତୁ 200 ଟଙ୍କା ମିଳିବ’ ବୋଲି ସେ କହିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଥିରୁ ସ୍ପଷ୍ଟ ହୋଇଛି ଯେ ଭିଡିଓଟି ବର୍ତ୍ତମାନର ବିଜେପି ରାଲିର ନୁହେଁ ବରଂ ମାର୍ଚ୍ଚ 9, 2017 ଠାରୁ କିମ୍ବା ଏହା ପୂର୍ବରୁ ମଧ୍ୟ ଇଣ୍ଟରନେଟରେ ପ୍ରସାରିତ ହୋଇଛି। ଭାଇରାଲ ଭିଡିଓର ଡିସେମ୍ବର 2021ରେ ମୋଦିଙ୍କ ବାରାନାସି ଗ୍ରସ୍ତ ସହ କୌଣସି ସମ୍ପର୍କ ନାହିଁ।

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ,  2017ର ଭିଡିଓକୁ ବର୍ତ୍ତମାନ ମୋଦିଙ୍କ ବାରାଣଶୀ ଗ୍ରସ୍ତ ସମୟର ଦାବିରେ ଭାଇରାଲ କରାଯାଉଛି।

Avatar

Title:ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published. Required fields are marked *