
ତ୍ରିପୁରା ରାଜ୍ୟରେ ସାମ୍ପ୍ରତିକ ସାମ୍ପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓରେ କେରଳ ମୁସଲମାନମାନେ ତ୍ରିପୁରା ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
4 ନଭେମ୍ବରରେ syed shafi ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ତ୍ରିପୁରା ହିଂସା ବିରୋଧରେ କେରଳ ମୁସଲମାନମାନେ ବିରୋଧ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 800ରୁ ଅଧିକଥର ଦେଖାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓ ତ୍ରିପୁରା ହିଂସା ବିରୋଧରେ କେରଳ ମୁସଲମାନମାନେ ବିରୋଧର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟେରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହି ଭିଡିଓ ଆମକୁ କେରଳର ମାନାର୍କଡ୍ରେ ପ୍ରଦର୍ଶନକାରୀମାନେ ଜାନୁୟାରୀ 2020 ରେ CAA & NRC କାର୍ଯ୍ୟକାରୀ ହେବା ବିରୋଧରେ ଏକ ରାଲି ପ୍ରଦର୍ଶନ କରିଥିଲେ। ଆମକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ମିଳିଲା। ଯାହା ଭାଇରାଲ୍ ଭିଡିଓ ସହ ସମାନ । ଭିଡିଓ 3 ଜାନୁଆରି 2020ରେ ପୋଷ୍ଟ କରାଯାଇଛି। ଏହି ଭିଡିଓଟି #rejectnrc, #rejectcaa & #Mannarkkad ପରି ହ୍ୟାସଟ୍ୟାଗ ସହିତ ପୋଷ୍ଟ କରାଯାଇଛି। ଏହି ଭିଜୁଆଲ୍ ଗୁଡିକ CAA ଏବଂ NRC ବିରୋଧ ପ୍ରଦର୍ଶନ କରୁଥିବା ଦର୍ଶାଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- instagram
ଭାଇରାଲ୍ ଭିଡିଓରେ, ଆମେ ସାମ୍ବିଧାନିକ ସୁରକ୍ଷା ରାଲି ଏବଂ “03 ଜାନୁଆରୀ 2020” ଶବ୍ଦ ସହିତ ବ୍ୟାନର ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ଦେଖିପାରିବା। ଏହି ବ୍ୟାନର ଆମକୁ ଅନ୍ୟାନ୍ୟ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି।

9:55 -10: 27 ମିନିଟରେ ଇନଷ୍ଟାଗ୍ରାମ ଭିଡିଓରେ, ଆମ୍ବୁଲାନ୍ସ ପାଇଁ ରାସ୍ତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏକ 06 ଜାନୁଆରୀ 2020 ତାରିଖ ମାଲାୟାଲୀ ସମ୍ବାଦ manoramaonline ଖବର ପେଜରେ କେରଳର ମାନାର୍କକଡରେ CAA & NRC ବିରୋଧରେ ହୋଇଥିବା ଆମ୍ବୁଲାନ୍ସର ଏହି ନିର୍ଦ୍ଦିଷ୍ଟ ଖବର ପ୍ରକାଶ କରାଯାଇଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ତ୍ରିପୁରାରେ ସମ୍ପ୍ରତି ସାମ୍ପ୍ରଦାୟିକ ସଂଘର୍ଷ ସହ ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେକନ୍ତୁ- manoramaonline
ତା’ପରେ ଆମେ ଫ୍ୟାକ୍ଟ କ୍ରେସେଣ୍ଡୋ ମାଲାୟାଲମ୍ ଦଳ ସହିତ ଯୋଗାଯୋଗ କଲୁ। ସେମାନେ କହିଛନ୍ତି ଯେ ଏହା ହେଉଛି 2020 ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଶୋଭାଯାତ୍ରାର ଭିଡିଓ। ଭିଡିଓଟି ମାଲାୟାଲମ୍ରେ କୁହାଯାଇଛି, “ଅଟ୍ଟାକାଲା ଅଟ୍ଟାକେଟାଇର ଅର୍ଥ ହେଉଛି ଆମେ ଏକା ନୁହଁ ବରଂ ଏକାଠି। ସମସ୍ତ ଧର୍ମକୁ ସମାନ ଭାବରେ ଗ୍ରହଣ କରନ୍ତୁ ଏବଂ ଭାରତର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ବଜାୟ ରଖନ୍ତୁ। ମୁଁ ଏହି ଦେଶରେ ଜନ୍ମ ହୋଇଥିଲି, ମୁଁ ଏହି ଦେଶରେ ବାସ କରିବି। “
ଏହା ପରେ mannarkkad live ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 3 ଜାନୁଆରି 2020ରେ ପୋଷ୍ଟ କରାଯାଇଛି। ଏହି ଭିଡିଓର ଟାଇଟଲ୍ ମାଲାୟାଲମ୍ରେ ଲେଖାଥିଲା ଯେ, ନାଗରିକତ୍ୱ ସଂଶୋଧନ ଅଧିନିୟମ ବିରୋଧରେ ମାନାର୍କଡକରେ ଏକ ରାଲି ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ସିଦ୍ଧାନ୍ତ:
ସୂଚନା ଯାଞ୍ଚ କରିବା ପରେ, ଫ୍ୟାକ୍ଟ କ୍ରେସେଣ୍ଡୋ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଉପରୋକ୍ତ ଦାବି ଭୁଲ ଏବଂ ଭିତ୍ତିହୀନ। 2020 ରେ କେରଳର ମାନାର୍କାଡ ସହରରେ ଏକ CAA ବିରୋଧୀ ରାଲିର ଏକ ଭିଡିଓକୁ ତ୍ରିପୁରା ହିଂସା ସହ ଯୋଡି ଏକ ନକଲି ପୋଷ୍ଟ ସେୟାର କରାଯାଉଛି।

Title:କେରଳରେ ଆଣ୍ଟି- CAA ରାଲିର ଭିଡିଓକୁ ତ୍ରିପୁରା ହିଂସା ବିରୋଧ ପ୍ରଦର୍ଶନ ରାଲିରେ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
