
୭ ସେପ୍ଟେମ୍ବରରେ କଂଗ୍ରେସ ଦଳ ଦ୍ଵାରା ଭାରତ ଯୋଡୋ ଯାତ୍ରା ଆରମ୍ଭ କରା ଯାଇଛି। ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ କରି ଶ୍ରୀନଗରରେ ସେଶ କରିବାର ଯୋଜନା କରା ଯାଇଛି। ପ୍ରତି ଦିନ ୨୩ କିଲୋମିତିର ପଦଯାତ୍ରା କରିବାର ନିର୍ଣୟ ନିଆ ଯାଇଛି। ଯାତ୍ରା ଦେଶର ୧୨ ଟି ରାଜ୍ୟ ଏବଂ ୩୫୭୦ କିଲୋମିତିରର ଦୂରତା ଆଚ୍ଛାଦନ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଚିନ୍ତା ଏବଂ ଦାବି ଦିଲ୍ଲୀରେ କେନ୍ଦ୍ର ସରକାର ନିକଟରେ ପହଞ୍ଚାଇବା।
ସୋସିଆଲ ମିଡିଆରେ ଭାରତ ଯୋଡୋ ଯାତ୍ରା ସମ୍ବନ୍ଧିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ କିଛି କଂଗ୍ରେସ ସମର୍ଥକ ‘କଂଗ୍ରେସ ଜିନ୍ଦାବାଦ’ ନାରା ଦେଉଥିବା ସମୟରେ ‘ନରେନ୍ଦ୍ର ମୋଦୀ ଜିନ୍ଦାବାଦ’ ନାରା ମଧ୍ୟ ଦେଇଛନ୍ତି।
ଦାବି କରା ଯାଉଛି ଯେ ଏହି ଭିଡିଓରେ କଂଗ୍ରେସ ସମର୍ଥକ ମାନେ ଭାରତ ଯୋଡୋ ଯାତ୍ରା ସମୟରେ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ଦେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ଭାରତ ଯୋଡୋ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା 2018 ମସିହାର ଭିଡିଓ ଅଟେ।
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୧୦ ସେପ୍ଟେମ୍ବର ୨୦୧୮ ରେ ଜଣେ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ କୁହା ଯାଇଛି ଯେ ଭାରତ ବନ୍ଦ ସମୟରେ କଂଗ୍ରେସ ଦଳର ଭଡାଟିଆ ସମର୍ଥକ ମାନେ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା ଦେଉଛନ୍ତି।
ସମାନ ଭିଡିଓ ଆମକୁ ରିପବ୍ଲିକ୍ ଭାରତ ଦ୍ଵାରାମଧ୍ୟ ୧୦ ସେପ୍ଟେମ୍ବର ୨୦୧୮ ରେ ଟୁଇଟ କରା ଯାଇଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହା ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାରେ ଘଟିଥିଲା। ଭାରତ ବନ୍ଦ ସମୟରେ କଂଗ୍ରେସ ଦଳ ସମର୍ଥକ ମାନେ ପ୍ରଦର୍ଶନ କରୁଥିବା ବେଳେ ଭୁଲରେ ନରେନ୍ଦ୍ର ମୋଦୀ ଜିନ୍ଦାବାଦର ନାରା ଲଗାଇଥିଲେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୦ ସେପ୍ଟେମ୍ବର ୨୦୧୮ ରେ ଭୋପାଳ ସମାଚାର ୱେବସାଇଟରେ ଏହି ଘଟଣାର ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଭାରତ ବନ୍ଦ ସମୟରେ ବଜାର ବନ୍ଦ କରିବାକୁ ବାହାରିଥିବା କଂଗ୍ରେସ ନେତାମାନେ ନରେନ୍ଦ୍ର ମୋଦୀ ଜିନ୍ଦବାଦର ନାରା ଦେଇଥିଲେ। ଭାରତ ବନ୍ଦ ବିରୋଧ ସମୟରେ ପୂର୍ବତନ କଂଗ୍ରେସ ବିଧାୟକ ପୁଷ୍ପା ଭାରତୀ ଏବଂ ମନ୍ଦସୋରର ମହିଲା କଂଗ୍ରେସ ସଭାପତି ବବିତା ରାଘବେନ୍ଦ୍ର ସିଂ ତୋମାର ଏବଂ କଂଗ୍ରେସ ଆଇଟି ସେଲ ଜିଲ୍ଲା ସଭାପତି କମଲେଶ (ଲାଲା) ସୋନି ମଧ୍ୟ ନରେନ୍ଦ୍ର ମୋଦୀ ଜିନ୍ଦବାଦର ନାରା ଦେଇଥିଲେ।

ଶେଷକଥା:
ଆମ ଅନୁସନ୍ଧ୍ହାଁରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଯଦିଓ ଭିଡିଓରେ କଂଗ୍ରେସ ନେତା ମାନେ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା ଦେଇଥିଲେ କିନ୍ତୁ ଏହା 2018 ମସିହାର ଏକ ପୁରୁଣା ଭିଡିଓ ଅଟେ। ଏହି ଭିଡିଓର ଭାରତ ଯୋଡୋ ଯାତ୍ରା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ କଂଗ୍ରେସ ସମର୍ଥକଙ୍କ ଦ୍ଵାରା ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରାର ଏହି ଭିଡିଓ ଭାରତ ଯୋଡୋ ଯାତ୍ରା ସମୟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
