
ଅଜୋଧ୍ୟା ରାମ ଅମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ନିକଟ ହେଇ ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଲୋକେ ରାମାୟଣ ସହିତ ଜଡିତ ଜଟାୟୁ ଏବଂ ଭାଲୁ ପରି ଜୀବଙ୍କ ଭିଡିଓ ସେୟାର କରି ଏହାକୁ ଅଯୋଧ୍ୟାର ଦୃଶ୍ୟ ବୋଲି ଦାବି କରୁଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତାରେ ବହୁ ସଂଖ୍ୟାରେ ମାଙ୍କଡ ମାନଙ୍କର ଦଉଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଦୃଶ୍ୟ ଅଯୋଧ୍ୟାର ଅଟେ ଏବଂ ଏହି ବାନର ସେନା ମାନେ ପ୍ରଭୁ ଶ୍ରୀ ରାମଙ୍କର ଦର୍ଶନ ପାଇଁ ଆସିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଥାଇଲାଣ୍ଡ ଦେଶର କୋଭିଡ ସମୟର ଭିଡିଓ ଅଟେ ଏବଂ ଏହାର ଅଯୋଧ୍ୟା ରାମ ମନ୍ଦିର ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବାନରସେନା ବହୁ ମାତ୍ରାରେ ଯାଉଛନ୍ତି ଜୟ ଶ୍ରୀରାମ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୩ ମଇ ୨୦୨୦ ରେ ଗାର୍ଡିୟାନ୍ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାଇଟ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ବ୍ୟାପୀଥିବା କାରଣରୁ ଥାଇଲାଣ୍ଡରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଏହି କାରଣରୁ ସେଠାରେ ଥିବା ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ କରିବା ମଧ୍ୟ ହ୍ରାସ ହୋଇଥିଲା। ଏହି ଭିଡିଓରେ ରାସ୍ତାରେ ଏକ ଗିନା ଦହି ପାଇଁ ଝଗଡା କରୁଥିବା ମାଙ୍କଡଙ୍କ ଦଳକୁ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଥାଇଲାଣ୍ଡର ଲୋପବୁରି ସହରର ଘଟଣା ଅଟେ ଯାହା ମାଙ୍କଡ ମାନଙ୍କ ପାଇଁ ପ୍ରସିଦ୍ଧ।
୧୭ ମଇ ୨୦୨୦ ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ କାରଣରୁ ଥାଇଲାଣ୍ଡର ଲୋପବୁରି ସହର ଲକଡାଉନ୍ ରେ ଥିଲା। ଲୋପବୁରି ସହରକୁ ମାଙ୍କଡ ମାନଙ୍କର ସହର ମଧ୍ୟ କୁହା ଯାଏ। ଲକଡାଉନ୍ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ହେଇଥିବା ହେତୁ ସେଠାରେ ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ ସମ୍ଭବ ହେଉନଥିଲା। ଏହି କାରଣରୁ ସେଠାରେ ମାଙ୍କଡ ମାନଙ୍କର ମଧ୍ୟରେ ଏକ ଆକ୍ରମଣାତ୍ମକ ଆଚରଣ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଭୟଭୀତ ହୋଇ ନିଜ ଘରେ ନିଜକୁ ବନ୍ଦ କରି ରଖିଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ୨୦୨୦ ମସିହାରେ ଥାଇଲାଣ୍ଡ ଦେଶରେ କୋଭିଡ ଲକଡାଉନ୍ ସମୟରେ ରାସ୍ତାରେ ମାଙ୍କଡ ମାନକର ଏକ ପୁରୁଣା ଭିଡିଓକୁ ଅଯୋଧ୍ୟାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ରାସ୍ତାରେ ଦଉଡୁଥିବା ମାଙ୍କଡ ମାନଙ୍କ ଏକ ବିଶାଳ ଦଳର ଏହି ଭିଡିଓ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
