କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Misleading Political

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଥ ସିଂ କହିଛନ୍ତି ଯେ, “ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ୧୦୦ ଦିନ ମଧ୍ୟରେ, ଆମେ ୬ ମାସ ମଧ୍ୟରେ ଦେଶରେ ବଢୁଥିବା ଦର ନିୟନ୍ତ୍ରଣ କରିବୁ। ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?”

ଏହି ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ବଢୁଥିବା ଦର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ଏହି ପୋଷ୍ଟ ଅନୁଯାୟୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦର ନିୟନ୍ତ୍ରଣ କରିବାରେ ବିଫଳତା ବିଷୟରେ କହୁଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ୟୁଟ୍ୟୁବରେ କୀୱାର୍ଡ ସର୍ଚ୍ଚ ମାଧ୍ୟମରେ ଆମେ ଅନୁସନ୍ଧାନ ଆରମ୍ଭ କଲୁ। ଫଳାଫଳରେ ଆମେ ରାଜନାଥ ସିଂ ଦ୍ଵାରା ଦିଆ ଯାଇଥିବା ପୁରା ଭାଷଣର ଭିଡିଓ ପାଇଲୁ | ୨୨ ଏପ୍ରିଲ ୨୦୧୩ ରେ ବିଜେପି ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପୁରା ଭିଡିଓ ଅପଲୋଡ୍ କରିଥିଲା। ଏହି ଭିଡିଓଟି ୨୪ ମିନିଟର ଅଟେ | ୨୧ ଏପ୍ରିଲ ୨୦୧୩ ରେ ଜନ ଆକ୍ରୋଶ ରାଲିରେ ରାଜନାଥ ସିଂ ଏହି ଭାଷଣ ଦେଇଥିଲେ।

୫ ମିନିଟ ୧୨ ସେକେଣ୍ଡର ଟାଇମଷ୍ଟ୍ୟାମ୍ପରେ ଏହି ଭିଡିଓରେ ଆମେ ରାଜନାଥ ସିଂଙ୍କ ଭାଷଣ ସୂନୀ ପାରିବା। ସେ କହୁଛନ୍ତି ଯେ “କ’ଣ ଏହା ସତ୍ୟ ନୁହେଁ ଯେ ଯେତେବେଳେ ବି ସ୍ୱାଧୀନ ଭାରତରେ କଂଗ୍ରେସ କ୍ଷମତାକୁ ଆସେ ସେତେବେଳେ ସମସ୍ତ ସାମଗ୍ରୀର ଦର ବା ମହଙ୍ଗାଇ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହି ସରକାର ୯ ବର୍ଷ ଧରି ପୁଣି ଆସିଛି, ମୁଦ୍ରାସ୍ଫୀତି ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ୧୦୦ ଦିନ ମଧ୍ୟରେ, ୬ ମାସ ମଧ୍ୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବୁ | ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?”

ଏହାର ଅର୍ଥ ହେଉଛି ଭାଇରାଲ୍ ଭିଡିଓ ଅସମ୍ପୂର୍ଣ୍ଣ ଏବଂ ବିନା କୌଣସି ପ୍ରସଙ୍ଗରେ ଭାଇରାଲ ହେଉଛି |

ନିମ୍ନରେ ଆପଣ ମାନେ ମୂଳ ଭିଡିଓ ଦେଖି ପାରିବେ। 

ଏହି ଭିଡିଓ ୨୦୧୩ ମସିହାର ଅଟେ। ଆମେ ଜାଣିଛୁ ଯେ ବିଜେପି ୨୦୧୪ ମସିହାରେ ସରକାରକୁ ଆସିଥିଲା। ତେବେ, ଭିଡିଓରେ ରାଜନାଥ ସିଂ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କହି ସମ୍ବୋଧିତ କରୁଥିବା ଏବଂ ତାଙ୍କୁ ପ୍ରଶ୍ନ କରୁଥିବା ସମ୍ଭବ ନୁହେଁ। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ପିଆଇବି ଫ୍ୟାକ୍ଟ ଚେକ୍ ଭାଇରାଲ୍ ଭିଡିଓକୁ ମିଥ୍ୟା ବୋଲି କହିଛି | ପିଆଇବି ଟୁଇଟ୍ ମାଧ୍ୟମରେ ଜଣାଇଛି ଯେ ରାଜନାଥ ସିଂ ନିଜ ସରକାରକୁ ସମାଲୋଚନା କରୁନାହାଁନ୍ତି। ଏହା ମଧ୍ୟ କୁହାଯାଇଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭୁଲ ପ୍ରସଙ୍ଗରେ ସେୟାର କରାଯାଉଛି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓ ସହିତ ଭାଇରାଲ ଦାବିକୁ ଭୁଲ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ମୁକାବିଲା କରିବାରେ ବିଫଳତା ବିଷୟରେ କହୁନାହାଁନ୍ତି। ରାଜନାଥ ସିଂ ପ୍ରକୃତରେ ୨୦୧୩ ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ କହୁଥିଲେ।

Avatar

Title:କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *