
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିବା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ଏକ ଜନସାଧାରଣ ସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
ଭିଡିଓ ସେୟାର କରି ଜଣେ ଉପଭୋକ୍ତା ଲେଖିଛନ୍ତି, “ନବୀନଙ୍କ ଉପରେ ଚପଲ ମାଡ଼ ଦୁଖର କଥା। ଆମ ସରକାରକୁ କ;ଣ ଏମିତି କରିବା କଥା?“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦ ଫେବ୍ରୁଆରି ୨୦୧୮ ରେ ଏବିପି ନ୍ଯୁଜର ୟୁଟ୍ୟୁବ ଏକାଉଣ୍ଟରେ ଅପ୍ଲୋଡ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୧୮ ମସିହାରେ ଓଡ଼ିଶାର ବରଗଡ଼ ଜିଲ୍ଲାର ଘଟଣା ଅଟେ। ସେଠାରେ ଏକ ସଭାକୁ ସମ୍ବୋଧିତ କରୁଥିବା ସମୟରେ ତାଙ୍କ ଉପରେ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଥିଲେ। ଏହି ଘଟଣା ପରେ ସେହି ବ୍ୟକ୍ତିକୁ ପୋଲିସ ଜବତ କରିଥିଲା।
ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, “ଓଡ଼ିଶାର ବିଜପୁରରେ ଏକ ଉତ୍ତପ୍ତ ବାଇପୋଲ ଅଭିଯାନ ସମୟରେ କୁମ୍ବରୀରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲା। ତୃତୀୟ ରାଲିରେ ଏହି ଘଟଣା ଘଟିଥିଲା, ଯେଉଁଥିରେ ପ୍ରଥମ ଜୋତା ନବୀନଙ୍କର ସୁରକ୍ଷା ଅଧିକାରୀଙ୍କୁ ଲାଗିଥିଲା। ବିଜେପି ସମର୍ଥକ କାର୍ତ୍ତିକ ମେହେର ନାମକ ଏହି ଆକ୍ରମଣକାରୀଙ୍କୁ ପରେ ପୋଲିସ ଜବତ କରିଥିଲା ଏବଂ ସେ ଅର୍ଣ୍ଣ ନ ଖାଇବା ପର୍ଯ୍ୟନ୍ତ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲେ। ବିଜେପି ଏହି ଘଟଣାରେ କୌଣସି ସମ୍ପର୍କକୁ ଅସ୍ୱୀକାର କରିଥିଲା।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିକୁ ଅସମ୍ପୂର୍ଣ୍ଣ ତଥ୍ୟ ସହିତ ଭାଇରାଲ କରା ଯାଇଛି। ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗା ଯାଇଥିବା ଘଟଣା ୨୦୧୮ ମସିହାରେ ବରଗଡ଼ ଜିଲ୍ଲାରେ ଘଟିଥିଲା। ଏହା ସମ୍ପ୍ରତ୍ତି ସମୟର ଘଟଣା ନୁହେଁ।

Title:କ’ଣ ଆସନ୍ତା ନିର୍ବାଚନ ପୂର୍ବରୁ ଜନଦାଧାରଣଙ୍କୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Missing Context
