କ’ଣ ରାସ୍ତା ନିକଟରେ ଶାଗୁଣା ପକ୍ଷୀ ପଲର ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅଯୋଧ୍ୟା ସହରର ଅଟେ? ଜାଣନ୍ତୁ ସତ୍ୟ। 

False Social

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା (ପ୍ରତିମାମାନଙ୍କୁ ଜୀବନ ଦେବା) ୨୨ ଜାନୁଆରୀରେ ଧାର୍ଯ୍ୟ କରାଯାଇଛି କିନ୍ତୁ ଏହାର ଏକ ସପ୍ତାହ ପୂର୍ବରୁ ବିଭିନ୍ନ ରୀତିନୀତି ଆରମ୍ଭ ହେବାର ଅଛି। ଏହି ଅବସର ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହିପରି ଗୋଟିଏ ପୋଷ୍ଟରେ ରାସ୍ତା କଡ଼ରେ ଏକ ପଲ ଶାଗୁଣା ଦେଖାଯାଇଛି। ଜଟାୟୁ ବା ଶାଗୁଣାକୁ, ରାମାୟଣ ଯୁଗରେ ଏକ ଭଗବାନ ଭାବରେ ବିବେଚନା କରାଯାଏ। ଏହି ପକ୍ଷୀମାନଙ୍କର ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ପକ୍ଷୀମାନଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଯାହାକୁ ଅଯୋଧ୍ୟାରେ ଶାଗୁଣା ଦେଖା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଉଛି? 

ଭିଡିଓ ସେୟାର କରି ଜଣେ ସୋସିଆଲ ​ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଜଟାୟୁ,ଆସିଗଲେ,ଅୟଧାକୁ। ଏହା ମାତ୍ର ଗୋଟିଏ ସଂଯୋଗ ବା ଚମତ୍କାର?”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏଜା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ୨୦୨୧ ଏବଂ ୨୦୨୨ ମସିହାରେ ୟୁଟ୍ୟୁବର କିଛି ଚ୍ୟାନାଲରେ ଅପ୍ଲୋଡ କରା ଯାଇଥିଲା। ଭିଡିଓର କ୍ୟାପ୍ସନ୍ ରେ କୁହା ଯାଇଛି ଯେ ଏହା ଇଣ୍ଡୋନେସିଆ ଦେଶର ଭିଡିଓ ଅଟେ। 

ଏହି ଭିଡିଓଟି ୨ ବର୍ଷ ଧରି ଇଣ୍ଟରନେଟରେ ଉପଲବ୍ଧ ଥିବାରୁ ଏହା ସମ୍ଭବ ନୁହେଁ ଯେ ପ୍ରାଣ ପ୍ରତିଷ୍ଠାର କିଛି ଦିନ ପୂର୍ବରୁ ଅଯୋଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ତଳେ ଆପଣ ଭିଡିଓ ଦେଖିପାରିବେ। 

ଏହି ଭିଡିଓର ଗୋଟିଏ ଫୋଟୋ ୨୦୨୨ ମସିହାରେ ଟିଭି ୯ ମରାଠୀ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିଲା ଯାହା ଆପଣ ମାନେ ଏଠାରେ ଦେଖି ପାରିବେ। 

ଆମକୁ ୨୦୨୧ ମସିହାର ଏକ ଫେସବୁକ ପୋଷ୍ଟ ମଧ୍ୟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓରେ ଥିବା ପକ୍ଷୀକୁ ହିମାଳୟଯ ଶାଗୁଣା ବୋଲି କୁହା ଯାଇଛି। ଏହି ଶାଗୁଣା ଗୁଡିକ ହିମାଳୟ ଏବଂ ତିବତ ଅଞ୍ଚଳରେ ଦେଖିବାକୁ ମିଳନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାସ୍ତା ନିକଟରେ ଶାଗୁଣା ପଲ ର ଏହି ଭିଡିଓ ୨ ବର୍ଷ ପୁରୁଣା ଅଟେ ଏବଂ ଏହାର ରାମ ମନ୍ଦିର ବା ପ୍ରାଣ ପ୍ରତିଷ୍ଠା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ରାସ୍ତା ନିକଟରେ ଶାଗୁଣା ପକ୍ଷୀ ପଲର ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅଯୋଧ୍ୟା ସହରର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *