
ଚନ୍ଦ୍ରୟାନ ୩, ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପରେ ସେଠାରୁ ଅନେକ ଫୋଟୋ ପୃଥିବୀକୁ ପଠାଇଛି ଯାହା ଇସ୍ରୋ ଦ୍ଵାରା ଜନସାଧାରଣଙ୍କ ଦେଖିବା ପାଇଁ ପ୍ରକାଶିତ କରା ଯାଇଛି। ଏହି ପ୍ରସଙ୍ଗରେ ୪ ଟି ଭିଡିଓ ଥିବା ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ମରୁଭୁମି ଏବଂ ଗୋଟିଏ ରୋଭର ଦେଖିବାକୁ ମିଳିଛି।
ଦାବି କରା ଯାଉଛି ଯେ ଏହି ଭିଡିଓ ଗୁଡିକ ଚନ୍ଦ୍ରର ଦକ୍ଷିଣ ମେରୁରୁ ଆସିଛି ଯେଉଁଠାରେ ଚନ୍ଦ୍ରୟାନ ୩ ଲ୍ୟାଣ୍ଡ କରିଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚନ୍ଦ୍ରର ଭିଡିଓ ନୁହେଁ ବରଂ ନାସାର ମଙ୍ଗଲ ମିଶନ୍ ର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ “ଚନ୍ଦ୍ରରୁ ଆସିଥିବା କିଛି ସୁନ୍ଦର ଭିଡିଓ. ଚନ୍ଦ୍ରର ଦକ୍ଷିଣ ମେରୁର ଅବସ୍ଥିତ ଚନ୍ଦ୍ରୟାନର ଆଖିକୁ ବିଚଳିତ କରୁଥିବା ପକୃତିର ମନୋରମ ଦୃଶ୍ୟ. ଏହା ଦିବା ଲୋକରେ ନିଆ ଯାଇଥିବା ଭିଡିଓ.ଦେଖିବାକୁ ମିଳିଛି କିଛି ପଥର, ବାଲି ଏବଂ ମାଟିର ସନ୍ଧାନ. ଯାହାକି ଆଗାମୀ ଦିନରେ ମଣିଷ ରହିବା ପାଇଁ ଉପଯୋଗୀ ବୋଲି ଯାହା”
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ଏହାରେ ଥିବା ମାଟି ଲାଲ୍ ରଙ୍ଗର ଅଟେ। ଏହା ଦ୍ଵାରା ଆମକୁ ଏହି ଭିଡିଓଗୁଡିକ ଚନ୍ଦ୍ରର ହେଇଥିବା ଦାବି ଉପରେ ସନ୍ଦେହ ହେଲା।
ଅଧିକ ଜାଣିବା ପାଇଁ ଆମେ ଭିଡିଓ ଗୁଡିକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ନିମ୍ନରେ ଆପଣ ମାନେ ଆମ ଅନୁସନ୍ଧାନକୁ ବିସ୍ତାରରେ ପଢି ପାରିବେ।
ପ୍ରଥମ ଭିଡିଓ:
ଏହି ଭିଡିଓରେ ଏକ ଖୋଲା ସ୍ଥାନରେ କିଛି ପଥର ପଡିଥିବା ଦେଖିବାକୁ ମିଳିଛି। ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଦୃଶ୍ୟ ଆମକୁ ନାସାର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଦୃଶ୍ୟ ନାସାର ମଙ୍ଗଳ ଗୃହ ମିଶନ୍ ର ଅଟେ ଯାହାକୁ ଅପୋର୍ଚୁନୀଟି ରୋଭର ଦ୍ଵାରା ଶୁଟ୍ କରା ଯାଇଥିଲା। ଅଧିକ ସୂଚନା ସହିତ କୁହା ଯାଇଛି ଯେ ଏହା ମଙ୍ଗଳ ଗ୍ରହର ଏଣ୍ଡିଆଭର କ୍ରେଟର ମେରିଡିଆନି ପ୍ଳାନମ୍ ର ଦୃଶ୍ୟ ଅଟେ।

ଦ୍ଵିତୀୟ ଭିଡିଓ:
ଏହି ଭିଡିଓର ଗୋଟିଏ ଫ୍ରେମର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ନାସାର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ୩୧ ଅକ୍ଟୋବର ୨୦୧୨ ମସିହାରେ କ୍ୟୁରୀଓସିଟି ରୋଭର ମଙ୍ଗଲ ଗ୍ରହରେ ନେଇଥିଲା। ଏହା ମଙ୍ଗଲ ଗ୍ରହର ଗେଲ୍ କ୍ରେଟର ନିକଟର ଫୋଟୋ ଅଟେ ଯେଉଣଠାରୁ ଏହି ରୋଭର ଅନୁସନ୍ଧାନ ପାଇଁ ନମୁନା ଏକତ୍ର କରିଥିଲା।

ସମାନ ଫୋଟୋ ଗେଟି ଇମେଜେସ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଛି।

ତୃତୀୟ ଭିଡିଓ:
ଏହି ଭିଡିଓର ଯାଞ୍ଚ କରିବା ସମୟରେ ଆମକୁ ସମାନ ଦୃଶ୍ୟ ୧୬ ଫେବ୍ରୁଆରି ୨୦୨୩ ରେ ସିନେଟ୍ ର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ମଙ୍ଗଲ ଗ୍ରହର ଯେଜେରୋ କ୍ରେଟର ନିକଟରୁ ଆସିଛି। ଏହି ଫୋଟୋରେ ପୂର୍ବରୁ ଥିବା ୧୦ ଟି ଚକର ଚିହ୍ନକୁ ଏକା ସହିତ ଉଠା ଯାଇଛି। ଏହି ଫୋଟୋ ନାସାର ପର୍ସିଭିୟରେନ୍ସ ରୋଭର ଦ୍ଵାରା ନିଆ ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ହେଉଥିବା ସମସ୍ତ ଭିଡିଓ ନାସାର ମଙ୍ଗଲ ଗ୍ରହ ମିଶନ୍ ର ଅଟେ। ଏହା ଚନ୍ଦ୍ରୟାନ ଦ୍ଵାରା ଚନ୍ଦ୍ରର ନିଆ ଯାଇଥିବା ଭିଡିଓ ନୁହେଁ।

Title:କ’ଣ ଭାଇରାଲ ଭିଡିଓ ଚନ୍ଦ୍ରର ପରିବେଶର ଅଟେ ଯାହା ଚନ୍ଦ୍ରୟାନ ୩ ଦ୍ଵାରା ଶୁଟ୍ କରା ଯାଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
