
Kisan kumar padhi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପେଟ୍ରୋଲ ଦର କୁ ନେଇ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ପୋଷ୍ଟରେ ମୋଦି ସରକାର ସମୟରେ ପେଟ୍ରୋଲ ଦର କମଥିବା ବେଳେ କଂଗ୍ରେସ ସରକାର ସମୟରେ ପେଟ୍ରେଲ ଦର ଅଧିକଥିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, 2003 ବିଜେପି ସରକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 32.7 ଟଙ୍କା ଥିଲା ବେଳେ 2013 କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 76.06 ଟଙ୍କାଥିବାର ଦାବି କରାଯାଇଛି। ସେହିପରି 2018 ବିଜେପି ଅର୍ଥାତ୍ ମୋଦି ସମକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 68.33 ଟଙ୍କା ଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 132 ଥର ସେୟାର କରାଯାଇଥିଲା ଏବଂ 407 ଲାଇକ୍ ମିଳି ସାରିଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ- Facebook । Archive
ତେବେ କଣ 2018 ମୋଦି ସରକାର ସମୟରେ ପୋଟ୍ରୋଲ ଦର 68.33 ଟଙ୍କା ଥିଲା। ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ 2018 ମସିହାରେ ପେଟ୍ରୋଲ ଦର ବିଷୟରେ ଜାଣିବା ପାଇଁ ସର୍ଚ କରିଲୁ। ସର୍ଚରେ ଆମକୁ ଆଣକୁ Amar Ujala ରେ 22 ଏପ୍ରିଲରେ ପ୍ରକାଶିତ ହୋଇଥାବା ଏକ ନ୍ୟୁଜ ପାଇଲୁ । ପେଜରେ 2018 ରେ ପେଟ୍ରୋଲ ଦର 2013 ମସିହାର ରେକର୍ଡ ଭାଙ୍ଗିଥିବାର ଲେଖା ଯାଇଛି। 22 ଏପ୍ରିଲ 2018ରେ ଦିଲ୍ଲିରେ ପେଟ୍ରୋଲ ଦର ଲିଟର ପ୍ରତି 74.40 ଟଙ୍କା ହୋଇଥିଲା। ଅନୁଚ୍ଛେଦରେ ଲେଖା ଯାଇଛି ଯେ, 2013 ସେପ୍ଟେମ୍ବର ମାସରେ ପେଟ୍ରୋଲ ଦର ଲିଟର ପ୍ରତି 72 ଟଙ୍କା ଉପରେ ବଢ଼ିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, 2013 କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 76 ଟଙ୍କା କେବେ ହୋଇ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Amar Ujala । Archive
ଏହା ପରେ ଆମକୁ ହିନ୍ଦି ନ୍ୟୁଜ ଆଜତକର ଏକ ନ୍ୟୁଜ ପାଇଲୁ । ନ୍ୟୁଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ସେପ୍ଟେମ୍ବର 2018ରେ ପେଟ୍ରୋଲ ଦର ଲିଟର ପ୍ରତି 80.50 ଟଙ୍କା ବଢ଼ିଛି। 2018 ମସିହାରେ ପେଟ୍ରୋଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଯାହାକି 80 ଟଙ୍କା ଉପରକୁ ମଧ୍ୟ ହୋଇଥାଲା। ପେଟ୍ରୋଲ ଦରର ବୃଦ୍ଧି ହେବା କାରଣରୁ ଦେଶ ବ୍ୟାପି ପ୍ରଦର୍ଶନ ମଧ୍ୟ ହୋଇଥଲା। ଲୋକ ରାଜ ରାସ୍ତାକୁ ଓହ୍ଲାଇ ବିଜେପି ସରକାର ବିରୋଦ୍ଧରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଅଧିକ ସୂଚନା ପାଇଁ ତେଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Ajtak । Archive
2018 ନଭେମ୍ବର ମାସରେ ପେଟ୍ରୋଲ ଦର କେତେ ଥିଲା ତାହା ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ କରିଲୁ। ସର୍ଚରେ ଆମକୁ ହିନ୍ଦି ନ୍ୟୁଜ Jagran ପେଜରେ ପ୍ରକାଶିତ ହୋଇଥିବା ଏକ ନ୍ୟୁ ପାଇଲୁ। ଅନଚ୍ଛେଦରେ ଲେଖା ଯାଇଥିଲା ଯେ, ନଭେମ୍ବର 2018ରେ ପେଟ୍ରୋଲ ଦର ଲୁଟର ପ୍ରତି 77.28 ରୁ 77.43 ଟଙ୍କା ମଧ୍ୟରେ ଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ-Jagran । Archive
Trade Brain ନାମକ ଏକ ପେଜରେ ପେଟ୍ରୋଲ ଦର ପ୍ରତି ବର୍ଷ କେତେ ବଢ଼ିଛି ସେନେଇ ଏକ ରିସର୍ଚ କରାଯାଇଛି। ପେଜରେ 2018 ମସିହାର ପେଟ୍ରୋଲ ଦର ବିଷୟରେ ମଧ୍ୟ ଏକ ସୁଚି ଦିଆ ଯାଇଛି। ସୂଚି ମୁତାବକ 2018 ମସିହା ନଭେମ୍ବର ମାସ ଯାଏଁ ପେଟ୍ରୋଲ ଦର 75 ଟଙ୍କା ତଳକୁ ଖସିନଥିଲା।

ଏଠାରେ ଲିଙ୍କ ଦେଖନ୍ତୁ- Trade Brain । Archive
ତେବେ 2018 ଡିସେମ୍ବର ମାସ 13 ତିରଖ ସୁଧା ମଧ୍ୟ ପେଟ୍ରୋଲ ଦର ଲିଟର ପ୍ରତି 70 ରୁ 77 ଟଙ୍କା ମଧ୍ୟରେ ଥିଲା। 13 ଡିସେମ୍ବରରେ ABP NEWS ପେଜରେ ପ୍ରକାଶିତ ହୋଇଥିବା ନ୍ୟୁଜରେ ଏହି ତଥ୍ୟ ମିଳିଲା। ନ୍ୟୁଜ ପେଜର ଅନୁଚ୍ଛେଦରେ ଡିସେମ୍ବର 4 ତାରିଖରୁ 13 ତାରିଖ ପଜ୍ୟନ୍ତ ପେଟ୍ରୋଲ ଦର କେତେ ଥିଲା ତାହା ଲେଖା ଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-ABP NEWS । Archive
ତେବେ 31 ଡିସେମ୍ବର India tvରେ ଏକ ନ୍ୟୁଜ ପ୍ରକାଶିତ ହୋଇଥିଲା। ପ୍ରକାଶିତ ନ୍ୟୁଜ ମୁତାବିକ ଡିସେମ୍ବର ଶେଷ ସୁଦ୍ଧା ଦିଲ୍ଲିରେ ପେଟ୍ରୋଲର ଦର ଲିଟର ପ୍ରତି 68.84 ଟଙ୍କା କମିଥିଲା। ସେହିପରି 31 ଡିସେମ୍ବରରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି 74.47 ଟଙ୍କା ଥିଲା।

ଏଠାରେ ଲିଙ୍କ ଦେଖନ୍ତୁ- India tv । Archive
ଉପୋରୋକ୍ତ ଅନୁସନ୍ଧାନରୁ ପାଇଲୁ ଯେ, 2018ରେ ଜାନୁଆରିରୁ ନଭେମ୍ବର ମାସ ପଯ୍ୟନ୍ତ ପେଟ୍ରୋଲ ଦର 75 ଟଙ୍କା ତଳକୁ ନଥିଲା। କିନ୍ତୁ ଡିସେମ୍ବର ଶେଷରେ ପେଟ୍ରୋଲ ଦର 68.84 ଟଙ୍କାଥିଲା।
ଏହାପରେ ଆମକୁ Quint ପେଜରେ ଅନ୍ୟ ଏକ ଅନୁଚ୍ଛେଦ ମିଳିଲା ଯେଉଁଥିରେ ଆମେ 2010 ରୁ 2018 ପଯ୍ୟନ୍ତ ପେଟ୍ରୋଲ ଦର କେତେଥିଲା ତାହା ଲେଖା ଯାଇଥିଲା। ଅନୁଚ୍ଛେଦରେ ବିବରଣି ଅନୁସାରେ 2013 ମସିହାରେ ବର୍ଷ ସାରାର ହାରାହାରି ପେଟ୍ରୋଲ ଦର ଲିଟର ପ୍ରତି 66.89 ଥିଲା। ସେହିପରି 2018 ମସିହାରେ ବର୍ଷ ସାରାର ହାରାହାରି ପେଟ୍ରୋଲ ଦର ଲିଟର ପ୍ରତି 74.02 ଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ-Quint । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, 2018 ମୋଦି ସରକାର ପେଟ୍ରୋଲ ଦର 68 ଟଙ୍କା ନଥିଲା। ଜାନୁଆରିରୁ ନଭେମ୍ବର ମାସ ପଯ୍ୟନ୍ତ ପେଟ୍ରୋଲ ଦର 75 ଟଙ୍କା ତଳକୁ ନଥିଲା। କିନ୍ତୁ 31 ଡିସେମ୍ବର 2018ରେ ପେଟ୍ରୋଲ ଦର 68.84 ଟଙ୍କାଥିଲା। ଏହା ଛଡ଼ା 2013 କଂଗ୍ରେସ ସରକାର ସମୟରେ ମଧ୍ୟ ପେଟ୍ରୋଲ ଦର ଲିଟର ପ୍ରତି 76 ଟଙ୍କା କେବେ ହୋଇ ନାହିଁ ।ଫେସବୁକ ପୋଷ୍ଟରେ 2018ରେ ପେଟ୍ରୋଲ ଦର 68 ଟଙ୍କା ଏବଂ 2013ରେ ପେଟ୍ରୋଲ ଦର ଲିଟର ପ୍ରତି 76 ଟଙ୍କା ଥିବା ଦାବି ସମ୍ପୁର୍ଣ୍ଣ ସତ୍ୟ ନୁହଁ।

Title:ପ୍ରକୃତରେ କ’ଣ ଥିଲା 2018 ଏବଂ 2013ରେ ପେଟ୍ରୋଲ ଦର, ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: Partly False
Very insightful post