
ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ପ୍ରଭାବରେ ସବୁଆଡ଼େ ମହିଳାମାନଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଧ୍ୟାନ ଦିୟା ଯାଉଛି। ଏଥି ମଧ୍ୟରେ ଓଡ଼ିଶାର ଏକ ଯୁବକ 6 ଡିସେମ୍ବରରେ Nayan Anil Talele ନିଜ ନିଜ ଫେସବୁକ ଆକାଉଣ୍ଟରେ ନିଜ ଫୋନ ନମ୍ବର ଏବଂ ନିଜ ନାଁ ଲେଖି ପୋଷ୍ଟ କରିଛନ୍ତି ଯେ, କୌଣସି ସମୟରେ କୌଣସି ଝିଅ ଅଥବା ମହିଳା କୌଣସି ସମସ୍ୟାର ସମ୍ମୁକ୍ଷୀନ ହେଲେ ମୋତେ ଏହି ନମ୍ବରରେ ଫୋନ କରିବେ। ଏହା ଦ୍ୱାରା ମୁଁ ଆପଣଙ୍କ ସହାଯ୍ୟ ପାଇଁ ଘଟଣା ସ୍ଥଳରେ ପହଁଚି ଯିବି। ୟୁଜର ଜଣକ କେବଳ ସେତିକି ଲେଖି ନାହାନ୍ତି ବରଂ ଏହି ଧାରାକୁ ଆଗକୁ ବଢ଼ାଇ ବାକୁ କହିଛନ୍ତି।

ସେହିପରି 5 ଡିସେମ୍ବରରେ Dev Bisht ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ଏପରି ଲେଖି ସେୟାର କରିଛନ୍ତି। ସେ ମଧ୍ୟ ନିଜ ନାମ ଏବଂ ଫୋନ ନମ୍ବର ଦେଇଛନ୍ତି। ଏହା ସହିତ ଲେଖିଛନ୍ତି ଖୁଦକୋ ବଦଲୋ ଦେଶ ବଦଲେଗା । ଆଗକୁ ଲେଖିଛନ୍ତି ଯେ, ସମସ୍ତେ ନିଜ ନିଜ ଅଞ୍ଚଳର ଝିଅ ଏବଂ ମହିଳା ମାନଙ୍କୁ ସୁରକ୍ଷୀତ କରିବା ପାଇଁ ଏହି ପଦକ୍ଷପ ନିଅନ୍ତୁ। ସରକାର ଠାରୁ କୌଣସି ପ୍ରତ୍ୟାଶା ରଖିବା ଦରକାର ନହିଁ । ସେ ମଧ୍ୟ ଏହି ମେସେଜକୁ ଆଗକୁ ସେୟାର କରିବା ପାଇଁ କହିଛନ୍ତି।
ଏପରି ପୋଷ୍ଟ କେବଳ ଏହି ଦୁଇ ୟୁଜର ଲେଖି ନାହାନ୍ତି , ଫେସବୁକରେ ଅନେକ ୟୁଜର ଏପରି ଲେଖି ସେୟାର କୁଛନ୍ତି ଏବଂ ଏଭଳି ପୋଷ୍ଟକୁ ଲୋକ ସେୟାର ମଧ୍ୟ କରୁଛନ୍ତି।

ଫେସବୁକରେ ଯୁବକମାନେ ପୋଷ୍ଟ କରାଯାଇଥିବା ନିଜ ପର୍ଶନଲ ନମ୍ବରକୁ ଆମେ ଗୁପ୍ତ ରଖିଛୁ। ଏଣୁ ଏହି ପୋଷ୍ଟକୁ ପୋଲିସ କମିଶନର କେତେ ଦୁର ସମର୍ଥନ ତାହା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଏହା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧା-
ଆମେ ଏହି ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନର ଆରମ୍ବରେ କମିଶନରେଟ ପୁଲିସ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଦେଖିଲୁ ଯେଉଁଥିରେ ସେ ଲେଖିଛନ୍ତି ଯେ, ଫେସବୁକରେ କିଛି ଲୋକ ନିଜ ନାଁ ଏବଂ ଫୋନ ନମ୍ବର ପୋଷ୍ଟ କରି ମହିଳାମାନଙ୍କ ସାହାଯ୍ୟ ପାଇଁ କହୁଛନ୍ତି। ଦୟାକରି ଏହି ନମ୍ବର ଗୁଡ଼ିକରେ ସମ୍ପର୍କ କରନ୍ତୁ ନାହିଁ। ଯଦି କୌଣସି ମହିଳା କୌଣସି ସମସ୍ୟାର ସମ୍ପୁଖିନ ହୁଏ ତେବେ ପୋଲିସର ହେଲ୍ପ ଲାଇନ ନମ୍ବର 100 କୁ ଫୋନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ସେ ଲେଖ୍ଛନ୍ତି ଯେ, ପୋସିଲର ହେଲ୍ପ ଲାଇନ ବ୍ୟବସ୍ଥାକୁ ଅଧିକ ଉନ୍ନତି କରିବା ପାଇଁ ନିଜ ମତ ଦିଅନ୍ତୁ।

ଏହା ଛଡ଼ା ଏହାର ଏକ ନ୍ୟୁଜ ଓଡ଼ିଶା ଟିଭି otv ରେ ମଧ୍ୟ ପ୍ରକାଶ କରାଯାଇଛି
ଏହି ସମ୍ପର୍କରେ ଆମେ ସତ୍ୟତା ଜାଣିବା ପାଇଁ କମିଶନରେଟ ପୋଲିସ ଡ. ସୁଧାନଶୁ ସାରଙ୍ଗି ସହ ସମ୍ପର୍କ କରିଲୁ। କମିଶନରେଟ ପୋଲିସ କହିଲେ ଯେ, ଫେସବୁକରେ ପୋଷ୍ଟ କରାଯାଇଥିବା ନମ୍ବର ସହ ସମ୍ପର୍କ ନ କରିବା ପାଇଁ ଆମେ ଲୋଙ୍କୁ ସତର୍କ କରିଛୁ। ସାହାଯ୍ୟ ପାଇଁ ମହିଳାମାନେ 100 ନମ୍ବରରେ ସମ୍ପର୍କ କଲେ ଆମ ହେଲ୍ପ ଲାଇନର କର୍ମଚାରିମାନେ ତାଙ୍କ ସହ କଥା ହେବେ ଏବଂ ଆମେ ବିପଦରେ ଥିବା ମହିଳାର ସାହାଯ୍ୟ ପାଇଁ ଘଟଣା ସ୍ଥଳରେ ପହଁଚି ଯିବୁ।
ଶେ।ଷକଥା-
ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ ପୋଷ୍ଟ କରାଯାଇଥିବା ନମ୍ବରରେ କମିଶନରେଟ ପୋଲିସ ସମ୍ପର୍କ ନ କରିବା ପାଇଁ ସତର୍କ କରିଛନ୍ତି ଏବଂ କୌଣସି ମହିଳା ବିପଦରେ ପଡ଼ିଲେ 100 ନମ୍ବରରେ ସମ୍ପର୍କ କରିବା ପାଇଁ କହିଛନ୍ତି।

Title:ସୋଶାଲ୍ ମିଡିଆ ହେଲ୍ପଲାଇନ ନମ୍ବରକୁ ବିଶ୍ୱାସ କରନ୍ତୁ ନାହଁ। ବିପଦ ସମୟରେ ପୋଲିସ ହେଲ୍ପ ଲାଇନ ନମ୍ବର 100ରେ କଲ କରନ୍ତୁ-କମିଶନରେଟ ପୋଲିସ
Fact Check By: Saritadevi SamalResult: Partly False