
ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା ଗ୍ଯାସ୍ ଦର ବୃଦ୍ଧି ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଯେତେବେଳେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ବିଜେପି ମାନେ ଉଲଗ୍ନ ହୋଇଥିଲେ।
ପୋଷ୍ଟରେ ଲେଖା ଯାଇଛି ଯେ, “ଏ ଅଭଦ୍ର ବିଜେପି ବାଲା ଗଲେ କୁଆଡେ ଏବେ ଯଦି କେବେ କିଏ ଦେଖା ହୁଏ ତାହାଲେ ଆମ ଖଟି କୁ ପଠେଇବାକୁ ଅନୁରୋଧ । ସେତେବେଳେ ଉତୁପାତ ହାଉଥିଲେ ଏବେ ୧୦୦ ଉପରେ ପେଟ୍ରୋଲ ଆଉ ଗ୍ୟାସ୧୨୦୦ ବଜାରି ସବୁ ଗଲେ କୁଆଡେ ଟିକେ ମୁହଁ ଦେଖିଥାନ୍ତେ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୫ ରେ ଏଏନଆଇ ଦ୍ଵାରା ଟୁଇଟ କରା ଯାଇଥିବା ମିଳିଲା। ଏହି ଟୁଇଟରେ ଏଏନଆଇ କହିଛି ଯେ ଜଣେ କଂଗ୍ରେସ ଦଳ ସଦସ୍ୟ ଆର.ଏ. ବ୍ରାର ବିଜେପି ନେତା ଅନିଲ ଭିଜଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ କରୁଥିବା ଏକ ଫୋଟୋ ସାମନାକୁ ଆଣିଛନ୍ତି। ସ୍ମୃତି ଇରାନୀ କଂଗ୍ରେସର ବିରୋଧ ପ୍ରଦର୍ଶନକୁ ଆପତ୍ତିଜନକ ବୋଲି କହିବା ପରେ ଆର.ଏ.ବ୍ରାର ବିଜେପି ର ଏହି ଫୋଟୋ ଦେଖାଇଥିଲେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଆମକୁ ସମାନ ଫୋଟୋ ଦୈନିକ ଟ୍ରାଇବ୍ୟୁନ୍ ୱେବସାଇଟରେ ୨୨ ସେପ୍ଟେମ୍ବର ୨୦୧୩ ରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ହରିୟାଣା ସରକାରଙ୍କ ବିକାଶ କାର୍ଯ୍ୟରେ ଭେଦଭାବର ମନୋଭାବକୁ ବିରୋଧ କରି ବିଜେପି କର୍ମୀ ଅର୍ଦ୍ଧ ଉଲଗ୍ନ ହୋଇ ରାଜ୍ୟରେ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ। ବହୁ ସଂଖ୍ୟାରେ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ବିରୁଦ୍ଧରେ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ହରିୟାଣା ବିଜେପି ବିଧାୟକ ଅନିଲ ଭିଜଙ୍କ ନେତୃତ୍ଵରେ ହୋଇଥିଲା।
ଅନିଲ ଭିଜ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ କଂଗ୍ରେସ ତାଙ୍କ ଅଞ୍ଚଳର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ସେ ଏହା ମଧ୍ୟ ଦାବି କରିଥିଲେ ଯେ ତାଙ୍କ ଅଞ୍ଚଳର ପ୍ରଗତି ପାଇଁ ସେ ଯେଉଁ ଯୋଜନା ଆରମ୍ଭ କରିଥିଳୀ ତାହାକୁ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କର ସରକାର ପୁରା ହେବାକୁ ଦେଇନଥିଲେ।
ବନ୍ୟା ପରିସ୍ଥିତିରୁ ଏହି କ୍ୟାଣ୍ଟନମେଣ୍ଟକୁ ବଞ୍ଚାଇବା ପାଇଁ ରିଙ୍ଗ ଡ୍ୟାମ ସ୍କିମ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ବର୍ଜ୍ୟବସ୍ତୁ ପରିଚାଳନା କାରଖାନା, ଆନ୍ତର୍ଜାତୀୟ ଶହୀଦଙ୍କ ମେମୋରିଆଲ ସ୍କିମ ସମେତ ଅନ୍ୟାନ୍ୟ ଯୋଜନା ଅନୁମୋଦନ କରାଯାଇଥିଲା, କିନ୍ତୁ ସରକାର ଏହି ଯୋଜନାଗୁଡିକ ପୂରଣ କରିବାକୁ ଦେଉ ନାହାଁନ୍ତି।

ଯଦିଓ ଏହି ଆନ୍ଦୋଳନର ପେଟ୍ରୋଲ୍ କିମ୍ବା ଗ୍ଯାସ୍ ଦର ବୃଦ୍ଧି ସହିତ କୌଣସି ସମ୍ବନ୍ଧ ନାହିଁ, କିନ୍ତୁ କଂଗ୍ରେସ ଶାସନ ସମୟରେ ବିଜେପି ଇନ୍ଧନ ଦର ନେଇ ଅନେକ ଥର ବିରୋଧ ପ୍ରଦର୍ଶନ କରିଥିଲା।
ଏପରି ଏକ ବିରୋଧ ପ୍ରଦର୍ଶନର ଭିଡିଓ ଆମକୁ ଏନଡ଼ିଟିଭିର ୟୁଟ୍ୟୁବ ଚ୍ୟାନାଲରେ ୨ ସେପ୍ଟେମ୍ବର ୨୦୧୩ ରେ ପ୍ରସାରିତ ହେଇଥିବା ମିଳିଲା। ଭାରତୀୟ ଜନତା ପାର୍ଟି (ବିଜେପି) ର ଦିଲ୍ଲୀ ୟୁନିଟର କର୍ମଚାରୀମାନେ ସରକାର ଘୋଷଣା କରିଥିବା ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ଏକ ମୋଟରସାଇକେଲ ରାଲି କରିଥିଲେ। ଦିଲ୍ଲୀ ବିଜେପି ସଭାପତି ବିଜୟ ଗୋଏଲ ଏବଂ ଦଳର ନେତା ବିଜୟନ୍ଦର ଗୁପ୍ତା ୧୦୦ ଟି ବାଇକ୍ ରାଲି କରି ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବାସଭବନକୁ ଯାଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ କରୁଥିବାର ଏହି ଫୋଟୋର ପେଟ୍ରୋଲ୍ ଏବଂ ଗ୍ଯାସ୍ ଦର ବୃଦ୍ଧି ସହିତ କୌଣସି ସମ୍ବନ୍ଧ ନାହିଁ। ହରିୟାଣା ରାଜ୍ୟରେ କଂଗ୍ରେସ ଦ୍ଵାରା ବିକାଶ କାମରେ ବାଧା ସୃଷ୍ଟି କରିବା ବିରୁଦ୍ଧରେ ଏହି ବିରୋଧ ପ୍ରଦର୍ଶନ କରା ଯାଇଥିଲା।

Title:କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
