କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading

କ’ଣ ସାମାଜିକ ଦୂରତା ପାଳନ କରୁଥିବା ଏହି ମାର୍କେଟର ଦୃଶ୍ୟ ଭାରତର ମିଜୋରାମ ରାଜ୍ୟ ଅଟେ? ଜାଣନ୍ତୁ ସତ୍ୟ।

କୋରୋନ ଭାଇରସ ବିରୁଦ୍ଧରେ କୌଣସି ଔଷଧ ବା ଟୀକା ନ ବାହାରିଥିବା କାରଣରୁ ଅନେକ ଦେଶ ବର୍ତମାନ ମଧ୍ୟ ତାଲାବନ୍ଦ ସ୍ଥିତିରେ ଅଛି। ଏହି ସମୟରେ ବିଶ୍ଵ ସାରା ଲୋକେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁଛନ୍ତି। କଠିନ ସମୟରେ ମହୀ ଲୋକେ ହାର ନ ମାନି ଏପରି ଭାବେ ପରସ୍ପରକୁ ସାହାଜ୍ଯ କରୁଛନ୍ତି।  ୨୨ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ଦେଇ ବିଶ୍ୱରେ ଆତଙ୍କର ବାତାବରଣ ବଢ଼ିଚାଲିଥିବା ସମୟରେ କିଛି ଲୋକ ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଗମ୍ଭୀର ଭାବେ ନେଉ ନହାନ୍ତି। ଭାରତ ,ଆମେରିକା ,ଇଟାଲୀ ସମେତ ପାକିସ୍ତାନରେ ମଧ୍ୟ  କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଲକଡାଉନ କରା ଯାଉଇଛି। କିନ୍ତୁ ଏଥି ମଧ୍ୟରେ କିଛ୍ ମୁସ୍ଲିମମାନେ ଲକଡାଉନର ନିୟମ ନ ମାନି ନମାଜ ପଢ଼ିବା ପାଇଁ ଏକତ୍ର ହେଉଛନ୍ତି। 26 ମାର୍ଚ୍ଚରେ କମଲ ବ୍ରହ୍ମା ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

କୋରୋନା ପାଇଁ ବିଶ୍ୱରେ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି। ଗଚ କିଛି ଦିନ ତଳି ରିୟାଜ ଉସମାନ ନାମକ ଜଣେ ପାକିସ୍ତାନି ଡାକ୍ତରଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଥିଲା।ଏବେ ଏପରି ଅନ୍ୟ ଅକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ,  ବନ୍ଦନା ତିବାରି ନାମକ ଜଣେ ଡାକ୍ତର କୋରୋନା […]

Continue Reading

ଗୁଜୁରାଟର ମାନସିକ ରୋଗୀର ଭିଡିଓକୁ କରୋନା ରୋଗୀ ଭାବରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ କୋରୋନାକୁ ନେଇ କେତେକ ଭିଡ଼ିଓ ଏବଂ ତଥ୍ୟ ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ଦ୍ୱାରା ଲୋକ ଅଧିକରୁ ଅଧିକ ଡରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ Kumar Rajeebନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି।  ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା କଡ଼ରେ ପଡ଼ିଥିବାର ଦଖା ଯାଉଛି। ଏହି ଭିଡିଓ ଯୁବକ ଜଣକ ଷ୍ଟ୍ରେଚର ଉପରେ […]

Continue Reading

କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।

25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ । ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ […]

Continue Reading

କ’ଣ କ୍ରେନ ସାହାଜ୍ଯତା ରେ ଶବ କୁ ନିଷ୍କାସନ କରୁ ଥିବା ଭିଡିଓ ଇଟାଲୀ ର ଅଟେ? କ’ଣ ଏହି ଶବ ଇଟାଲୀରେ କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ? ଜାଣନ୍ତୁ ସତ୍ୟ

କୋରୋନା ଥମିବା ନାମ ନେଊଁ ନାହିଁ। ଏହି ରୋଗ କାରଣରୁ ସାରା ବିଶ୍ଵ କ୍ଷତିଗ୍ରସ୍ତ ହେଇଛି। ପ୍ରତ୍ଯେକ ଦିନ ନୂଆ ନୂଆ ଲୋକଙ୍କ ପୀଡ଼ିତ ହେଇ ଥିବା ଖବର ଦେଖିବା କୁ ମିଳୁଛି। ଭାରତରେ ମଧ୍ୟ କୋରୋନା କାୟା ପାଲଟି ସାରିଲାଣି। କୋରୋନା କୁ ରୋକିବା ପାଇଁ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛି। ଇଟାଲୀ, ଆମେରିକା ଏବଂ ଇରାନରେ ମୃତ ଲୋକଙ୍କ ସଂଖ୍ୟା ବଢି ଚାଲିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ […]

Continue Reading

ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ଫୋଟୋକୁ ମର୍କାଜ ମୁଖ୍ୟ ମୌଲାନା ସାଦଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ପୁରା ଦେଶ ଲକଡାଉନ ପିରସ୍ଥିତିରେ ଥିବା ସମୟେ ନିଜାମୁଦ୍ଦିନ  ଜମାତ୍‌‌ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଗିରଫ କରିବା ପାଇଁ ତାଙ୍କୁ ଛୋଜା ଚାଲିଛି। ଘଟଣା ପରେ ମୌଲାନା ମହମ୍ମଦ ସାଦ ପୋଲିସ ଠାରୁ ଡରି ଲୁଚି ଯାଇଛନ୍ତି। କିନ୍ତୁ ତାଙ୍କର ଦୁଇଟି ଅଡ଼ିଓ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେଉଛି। ମର୍କାଜ ମୁଖ୍ୟ ମୌଲାନା ମହମ୍ମଦ […]

Continue Reading

ଜାକିର ଅର୍ଥାତ୍ ସୁଫି ଭିଡିଓକୁ ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ସଂକ୍ରମଣକୁ ଅଧିକ କ୍ରିୟାଶୀଳ କରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ନିଜାମୁଦ୍ଦିନ ମସଜିଦ ରେ 2000 ମୁସ୍ଲିମ  ନମାଜ ପଢ଼ିଲାପରେ ଦେଶରେ କୋରୋନାକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କୋରୋନା ପାଇଁ ସରକରା ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସମାଜିକ ଦୁରତା ବନାଇ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସତ୍ୱେ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।  ଏହା ଦ୍ୱାରା ଦେଶରେ କୋରୋନାର ଆତଙ୍କ ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମମାନଙ୍କୁ କାଢ଼ିବା ପରେ ମୁସ୍ଲିମମାନେ କେଉଁଠ୍ରେ ଅଛନ୍ତି ଏବଂ କୋରୋନାରେ ସଂକ୍ରମଣ […]

Continue Reading

ଚାରି ବର୍ଷ ପୁରୁଣା ଭିଡିଓକୁ ଲକ୍‌ଡାଉନ୍ ସମୟରେ ପୁରୀ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହରିଣ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କରେ ପୁରା ଦେଶ ଲକଡାଉନ ହୋଇ ରହିଛନ୍ତି। ରାସ୍ତା ଘାଟ ସବୁଠି ପୋଲିସ କର୍ମି ଏବଂ ଅନ୍ୟାନ୍ୟ କିଛି କର୍ମିଙ୍କୁ ଛାଡ଼ି କେହି ଦେଖା ଯାଉ ନାହାନ୍ତି। ଦୋକାନ ବଜାର ସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଜୀବଜନ୍ତୁ ଏବଂ ପକ୍ଷୀ ବିନା ଡରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 3 ଏପ୍ରିଲରେ Parthsarathi jena ନାମକ ଜଣେ ଫେସବୁକ […]

Continue Reading

ମୁମ୍ୱାଇ ଭିଡ଼ିଓକୁ ଦିଲ୍ଲୀରେ ଧରା ପଡ଼ିଥିବା ମୁସ୍ଲିମ କୋରୋନା ପିଡ଼ିତ ପୁଲିସ କର୍ମି ଉପରେ ଛେପ ପକାଇବା ଦାବିରେ ଭାଇରାଲ କରାଯାଉଛି।

ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମ ଲୋକମାନେ ଫେରିବା ପାରେ ଦେଶରେ କୋରୋନା ସଂକ୍ରମଣର ଆତଙ୍କ ବଢ଼ି ଯାଇଛି। ଦେଶର ଅଲଗା ଅଲଗା ଜାଗାରୁ ପୋଲିସ ନିଜାମୁଦ୍ଦିନ ଯାଇଥିବା ମୁସ୍ଲିମମାନଙ୍କୁ ଖୋଜି ତାଙ୍କର କୋରୋନା ସଂକ୍ରମଣର ପରିକ୍ଷା କରାଉଛି। ସେଥି ମଧ୍ୟରୁ କିଛି ମୁସ୍ଲିମ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ସୂଚନା ମିଳୁଛି। ଏଥି ମଧ୍ୟରେ 3 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ […]

Continue Reading

କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।

Photo Credit: Times Of Israel କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ […]

Continue Reading

କ’ଣ ଚୀନ ରାଷ୍ଟ୍ରପତି ଜିନପିଙ୍ଗ 1956 ମସିହାରେ ବୁହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ? କ’ଣ ଏହି ଲ୍ୟାବରେ ତିଆରି ହେଇଛି କୋରୋନା ଭାଇରସ? ଜାଣନ୍ତୁ ସତ୍ୟ।

Photo Credit: CNN ବର୍ତମାନ କୋରୋନା ଭାଇରସ ନେଇ ସାରା ଦୁନିଆରେ ଆତଙ୍କ ଏବଂ ଏହାର ଚର୍ଚା ଚାଲିଛି। ବିଶ୍ଵର ସମସ୍ତ ଦେଶ ଏହି ଭାଇରସରୁ ପ୍ରଭାବିତ ହେଇଛନ୍ତି। ତେଣୁ ବର୍ତମାନ କୋରୋନା ଭାଇରସ କୁ ନେଇ ଏହା ଚର୍ଚା ଚାଲିଛି ଯେ ଏହି ଭାଇରସ କେଉଁଠୁ ଆସିଲା। ଏହି ବିଷୟ ନେଇ ଅନେକ ଲୋକ ଅନେକ ପ୍ରକାର ର ମତ ଦେଉଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏହି କଥା ଜୋର ଧରିଛି ଯେ ଚୀନ ରାଷ୍ଟ୍ରପତି […]

Continue Reading

ଭାଇରାଲ ଫୋଟୋରେ ଥିବା ଡାକ୍ତର ରିୟାଜ୍ ଉସ୍ମାନଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇ ନାହିଁ।

ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ଦୃତଗତୀରେ ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସ ପିଡ଼ିତଙ୍କ ସଂଖ୍ୟା 700 ଉପରକୁ ପହଞ୍ଚି ସାରିଲାନି। ଏହା ଛଡ଼ା ମୃତକଙ୍କ ସଂଖ୍ୟା 17 ଛୁଇଁ ସାରିଛି। ଏହାକୁ ନେଇ ଭାରତରେ ଲୋକୋଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ମଧ୍ୟ ଭାଇରଲ ହେଉଛି। ଜାହାକି ଲୋକଙ୍କ ମଧ୍ୟରେ ସଜାଗ ସୃଷ୍ଟି ନ କରି ଭୟ ସୃଷ୍ଟି କରୁଛି। 27 ମାର୍ଚ୍ଚରେ ସୋସିଆଲ […]

Continue Reading

କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।

କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ […]

Continue Reading

କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା […]

Continue Reading

କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂମିକମ୍ପ- କ୍ଷୟକ୍ଷତି ହୋଇଥିବା ହସ୍ପିଟାଲରୁ ରୋଗୀମାନଙ୍କୁ ବାହରକୁ ଆଣିବାର ଦୃଶ୍ୟକୁ ଇଟାଲୀର କୋରୋନା ଭାଇରସ ସଂକ୍ରମଣର ଫୋଟୋ କହି ଭାଇରାଲ କରାଯାଇଛି।

କୋରୋନା ଭାଇରସ ବିଶ୍ୱରେ ଏକ ମହାମାରି ରୂପ ନେଇ ସାରିଛି। ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ବ୍ୟାପି ସାରିଛି। ଏଥିପାଇଁ ଭାରତରେ ମଧ୍ୟ ଆତଙ୍କର ବାତାବରଣ ଦେଖୀବାକୁ ମିଳୁଛି। ଭାରତରେ ପ୍ରଥମେ କୋରୋନା ଭାଇରସକୁ ରୋକିବା ପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , ଅଫିସ ଏବଂ ଅନ୍ୟାନ୍ୟ ସପିଙ୍ଗ ମଲ ବନ୍ଧ କରାଯାଇଥିଲା। କିନ୍ତୁ ସ୍ଥିତି ବିଗିବା ପର ଠାରୁ 24 ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମି […]

Continue Reading

2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

ବିଶ୍ୱରେ କୋରୋନା ଭରସାକୁ ନେଇ ଆତଙ୍କ ଲାଗୀ ରହୀଛୀ. ସୋସିଆଲ ମିଡିଆରେ କୋରୋନା କୁ ନେଇ ଅନେକ ତର୍କ ବିତର୍କ ଏବଂ ଚର୍ଚା ଲାଗିଛି। କୋରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ୀବାରେ ଲାଗିଛୀ. ଚାଇନା ପରେ ଅନ୍ୟ ଦେଶ ଏହି କୋରୋନା ଭାଇରସ ସମ୍ପର୍କରେ ଆସି ଗଲେନୀ। ଏବେ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ସଠିକ ଔଷଧ ଆସି ନାହିଁ। ସୋସିଆଲ ମିଡ଼ିଆରେ ଏହି ସମୟରେ କିଛି ଗୁଜବ ମଧ୍ୟ […]

Continue Reading

କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୨ ମାର୍ଚ ତାରିଖରେ କର୍ଫ୍ୟୁ ପାଳନ କରିବା ପାଇଁ କହିଛନ୍ତି। ଏହି କର୍ଫ୍ୟୁର ନାମ ଜନତା କର୍ଫ୍ୟୁ ରକ୍ଷା ଯାଇଅଛି। ଏହି କର୍ଫ୍ୟୁ ଅନ୍ତର୍ଗତ ସାରା ଦେଶ ବାସୀଙ୍କୁ ସଖାଳ ୭ତ ସମୟରୁ ନେଇ ରାତି ୯ତ ସମୟ ଯାଏଁ ଘରୁ ଣ ବାହାରିବା ପାଇଁ ନିର୍ଦେଶ ଦିୟା ଯାଇଅଛି। ଏହି କର୍ଫ୍ୟୁର ଆୟୋଜନ କୋରୋନା ସଙ୍କ୍ରାମଣ କୁ ପ୍ରତିବନ୍ଧ ଲଗାଇବା ପାଇଁ କରା ଯାଇଥିଲା। ଏହି ବିଷୟ ନେଇ […]

Continue Reading

କ’ଣ କୋରୋନା ଭାଇରସ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପରୀକ୍ଷାର୍ଥିଙ୍କୁ ପାସ୍ କରାଯିବ? କ’ଣ 2 ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା କୁ ନେଇ ଭାରତରେ ଆତଙ୍କ ବଢ଼ିବାରେ ଲାଗିଛି ।  ଓଡ଼ିଶା ରାଜ୍ୟରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜ୍ୟ ସରକାର ଏଥି ପାଇଁ ସ୍କୁଲ, କଲେଜ, ସପିଙ୍ଗ ମୋଲ, ଫିଲ୍ମ ହଲ ଭଳି ଭିଡ଼ ଜାଗା ଗୁଡ଼ିକ ବନ୍ଧ କରି ଦିଆ ଯାଇଛି। ଏହା ସହ 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ଭିଡ଼ ଜାଗାରେ ଲୋକଙ୍କ ଜିବା ଆସିବା ବନ୍ଧ କରି ଦିଆ ଯାଇଛି। ଏଥି ମଧ୍ୟରେ Sudhanshu muduli ନାମକ ଜଣେ […]

Continue Reading

କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।

କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର […]

Continue Reading

କ’ଣ ବିଶ୍ଵ ଶ୍ଵାସଥିୟ ସଂଗଠନ ଅନୁଯାୟୀ ବର୍ତମାନ ସୁଧା କେହି ନିରାମିଷ ଖାଦ୍ୟ ସେବନ କରିବା ଲୋକ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି? ଜାଣନ୍ତୁ ସତ।

୧୫ ମାର୍ଚରେ ଆସୋକ ରାଉତ ନାମକ ଜେନ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବିଶ୍ଵ ସ୍ଵାଥିୟ ସଂଗଠନ ଏହା କହିଅଛି ଯେ ବିଶ୍ଵରେ କୌଣସି ଜଣେ ଶାକାହାରୀ ବ୍ୟକ୍ତି କୋରୋନା ଭାଇରସ ଗ୍ରସ୍ତ ରୋଗୀ ପାଉ ନାହାନ୍ତି। ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏକମାତ୍ର ହିନ୍ଦୁ ସଂସ୍କୃତି କୋରୋନା ଭୟରୁ ମୁକ୍ତି ଅଟେ। ସମଗ୍ର ବିଶ୍ଵ ବର୍ତମାନ ବିନମ୍ରତା ସହିତ ନମସ୍କାର […]

Continue Reading

କ’ଣ ଚୀନ ପୋଲିସ ଏହି କୋରୋନା ପୀଡ଼ିତ ଲୋକ ଧରିଛି? ଜାଣନ୍ତୁ ସତ।

୬ ମାର୍ଚରେ ଫେସବୁକର ଏନ.ଏନ.ଏସ ଓଡ଼ିଆ ନାମକ ପେଜରେ ଗୋଟିଏ ଭିଡିଓ ଛଡ଼ା ଯାଇଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଜଣେ ଚୀନ ନାଗରିକ କୋରୋନା ସଂକ୍ରମିତ ହୋଇ ମଧ୍ୟ ଜାଣି ସୁଣୀ ରାସ୍ତାରେ ଛେପ ପକାଉଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ରାସ୍ତାରେ ଗୋଟିଏ ଗାଡ଼ି ଆସୁଥିବା ବେଳେ ଗୋଟିଏ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ଓ ଆଉ ଜଣେ ଗାଡ଼ି ଚଳଉଥିବା ବ୍ୟକ୍ତିଙ୍କର ଥରମାଳ ସ୍କେନିଙ୍ଗ କରିଲେ। […]

Continue Reading

ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

କୋରୋନା ଭାଇରସ କୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଘାରି ରହିଛି। କୋରୋନା ଭାଇରସରେ ଲୋକୋଙ୍କ ମୃତ୍ୟୁ ମଧ୍ୟ ହେଉଛି। ଥଣ୍ଡା, ଖାସ କିମ୍ବା ଜ୍ୱର ଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି। ସୋସିଆଲ ମିଡ଼ିଆରେ ସଚେତନତା ସହ କୋରୋନାକୁ ନେଇ ମୃତ୍ୟୁ ସଂଖ୍ୟା ଏବଂ କୋରୋନାରେ ପିଡ଼ିତଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳୁଛି। ଏଥି ମଧ୍ୟରେ 17 ମାର୍ଚରେ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳା କ’ଣ କୋରୋନା ଭାଇରସରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱ ବ୍ୟାପି କୋରୋନା ଭାଇରସର ଆତଙ୍କ ଲାଗି ରହିଛି। କୋରୋନା ଭାଇସରରେ 3000ରୁ ଉର୍ଦ୍ଧଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଲୋକଙ୍କ ମନରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ଜୋରଦାର ଚାଲୁଥିଲା ବେଳେ କିଛି ଫୋଟୋ ମଧ୍ୟ ଭାଇରାଲ ହେଉଛି। 8 ମାର୍ଚ୍ଚ ରେ Satyajit Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, […]

Continue Reading

କରୋନା ଓ ତୁଳସିପତ୍ର ଗୁଜବ- ଓଡ଼ିଶାସାରା ଗୁଜବ ବ୍ୟାପିଛି ଯେ, ପୁରୀ ପଣ୍ଡାକୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନରେ କହିଛନ୍ତି 7ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ହେବ ନାହିଁ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପାରାଦିପରୁ ଏକ ଦମ୍ପତିଙ୍କୁ କରୋନା ସନ୍ଦିଗ୍ଧ ରୂପେ ଚିହ୍ନଟ କରାଯାଇଥିଲା। ଏହା ପରେ ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହା ଛଡ଼ା ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହୋଇଥିବା ଜଳେଶ୍ଵର ସହର ର ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ।

କୋରୋନା ଭାଇରସର ଆକ୍ରାନ୍ତ ବର୍ତମାନ ବଢି ବଢି ଚାଲିଅଛି। ଅନେକ ସ୍ଥାନରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରତିଦିନ ଆସୁଛି। ଚୀନରୁ ବ୍ୟାପୀ ଥିବା ଏହି ରୋଗ ବର୍ତମାଣ ସମୟରେ ଅନେକ ଦେଶରେ ବ୍ୟାପୀ ସାରିଛି। ଏହି ରୋଗର କିଛି ଚିକିତ୍ସା ବାହାରି ନାହିଁ। ଶେଠୀ ପାଇଁ କେବଳ ବଞ୍ଚିବା ପ୍ରକ୍ରିୟା ବ୍ୟବହାର କରି ଏହି ରୋଗରୁ ଦୂରେଇ ରହି ହେବ।  ଏହି ସସବୁ ମଧ୍ୟରେ ଏହା ସମ୍ବନ୍ଧରେ  ଗୋଟିଏ ଖବର ବର୍ତମାନ ସମୟରେ ସୋସିଆଲ […]

Continue Reading

କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।

୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ […]

Continue Reading

କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା […]

Continue Reading

କ’ଣ ଗୌ ମୁତ୍ର ସେବନ କରି କୋରୋନା ରୋଗ ଠାରୁ ମୁକ୍ତି ପାଇ ହେବ?

କୋରୋନା ଭାଇରସ ଚୀନରୁ ଆରମ୍ଭ ହୋଇ ବର୍ତମାନ ଅନେକ ଦେଶର ଲୋକ ମାନଙ୍କୁ ଆକ୍ରାନ୍ତ କରୁଅଛି। ଏହି ରୋଗ ନେଇ ଅନେକ ଲୋକ ଅନେକ ପ୍ରକାର ଦାବି କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହି ମଧ୍ୟରୁ କେତୋଟି ସତ୍ୟ ଥିବା ସମୟରେ ଅନେକ ମିଥ୍ୟା ଖବର ମଧ୍ୟ ଭାଇରାଲ କରା ଯାଉଅଛି। ଏହି ବିଷୟ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ କିଛି ଫେକ ପୋଷ୍ଟ ଗୁଡିକର ଖଣ୍ଡନ କରି କୋରୋନା ଭାଇରସ ବିଷୟରେ ସତ୍ୟ ଜଣାଇଛି। ଆଜି […]

Continue Reading

ଭାଇରାଲ ପୋଷ୍ଟରେଥିବା ଭିଡିଓମାନଙ୍କର କରୋନା ଭାଇସର ସହ କୌଣସି ସମ୍ବନ୍ଧ ନାହିଁ।

କୋରୋନା ଭାଇରସର ଆତଙ୍କ ପୁରା ବିଶ୍ୱରେ   ଚର୍ଚାର ବିଷୟ ବନିଛି। କରୋନା ଭାଇରସର ସଠିକ ଔଷଧ ମଧ୍ୟ ବାହାରି ନାହିଁ। ଏଥି ମଧ୍ୟରେ ଚାଇନାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କୁହନ୍ତି କରୋନା ଭାଇରାସ ସାପଠାରୁ ଆସିଛି ତ କେହି କୁହନ୍ତି ଏହି ଭାଇରସ ବାଦୁଡ଼ି ଏବଂ ଅନ୍ୟ ଜିବନ୍ତୁଙଠାରୁ ଆସି ଅଛି।  ତେବେ ସୋସିଆଲ ମିଡିଆରେ Jyotiprakash Deo ନାମକ ଜଣେ ଫେଜବୁକ ୟୁଜର 18 […]

Continue Reading

କ’ଣ ନନ୍ ଭେଜ ଖାଇଲେ କୋରୋନା ଭାଇରସ ଆକ୍ରାନ୍ତ ହେବା ସମ୍ଭାବନା ଅଛି? ଜାଣନ୍ତୁ ସତ।

ଚୀନରୁ ବ୍ୟାପୀ ଥିବା କୋରୋନା ଭାଇରସ ବର୍ତମାନ ସମୟରେ ସାରା ବିଶ୍ଵାରେ ଆତଙ୍କ ସୃଷ୍ଟି କରିଛି। ବର୍ତମାନ ସୁଧା ୭୨,୫୦୦ ଲୋକେ ଏହି ରୋଗରୁ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଖବର ମଧ୍ୟ ସାମନାକୁ ଆସିଛି। ଏହି ଖବର ଅନୁସାରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ନନ୍ ଭେଜ ଖାଦ୍ୟ ସେବନ ନ କରିବା ଉପଦେଶ ଦିଆ ଯାଇ ଅଛି। ୨ ସପ୍ତାହ ପୂର୍ବରୁ ମନୁ ଭାଇ ଚିକିଟି […]

Continue Reading

କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।

ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ  ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ […]

Continue Reading

ଭାଇରାଲ ଭିଡିଓର କୋରୋନା ଭାଇରସର ଫଳାଫଳ ନୁହେଁ।

ଚିନରେ କୋରୋନା ଭାଇରସ ଭୟଙ୍କର ରୂପ ଧରିଛି। ବଡ଼ ସଂଖ୍ୟାରେ ଲୋକ ଏହି ଭାଇରସ ସମ୍ପର୍କରେ ଆସିଛନ୍ତି। ଏହି ଭାଇରସ କାରଣରୁ   ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଛି। ଭାଇରସ କେବଳ ଚିନରେ ନୁହେଁ ବରଂ ଚିନର ଆଖପାଖ ଦେଶରେ ମଧ୍ୟ ଭୟଙ୍କର ରୂପରେ ବ୍ୟାପିଚାଲିଛି। ଏଣେ ଏହି ଭାଇରସ କବଳରୁ ରକ୍ଷ୍ୟା ପାଇବା ପାଇଁ ଏ ପର୍ଯ୍ୟନ୍ତୁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ। କୋରୋନା ଭାଇରସ ଥଣ୍ଡା ଜରରୁ ଆରମ୍ଭ ହୋଇଥାଏ ଏବଂ […]

Continue Reading