ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଛି କି?

ଗତ 10 ମାସ ଧରି ଦେଶରେ  କୃଷକଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଥିବା ବେଳେ କୃଷକମାନଙ୍କୁ ଅପମାନ କରବା ପାଇଁ  ମଧ୍ୟ ଅନେକ ଚେଷ୍ଟା କରାଯାଇଛି। ଏଥିମଧ୍ୟରେ ଅନ୍ୟ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ, କିଛି ଲୋକ ବୋତଲରୁ ମଦକୁ ଏକ ନୀଳ ଟାଙ୍କିରେ ଢାଳୁଥିବା ଦେଖାଯାଉଛି ଏବଂ ଦ୍ୱିତୀୟ ଭିଡିଓରେ ଶହ ଶହ ଲୋକଙ୍କୁ ମଦ ବଣ୍ଟନ କରାଯାଉଛି। ଏହି ଭିଡିଓଗୁଡିକ କୃଷକଙ୍କ ବିରୋଧ ସହ ଜଡିତ ବୋଲି […]

Continue Reading

ପଞ୍ଜାବ ବିଜେପି ସାସଂଦ ଏବଂ ବଲିଉଡ଼ ସ୍ଟାର ସନି ଦେଓଲଙ୍କୁ କୃଷକ ମାନେ ମାଡ଼ମାରୁଛନ୍ତି ?

କୃଷକ ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶିତ ହେବା ସମୟରେ ଏହାକୁ ନେଇ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପଞ୍ଜାବି ଲେକ ଜଣେ ବ୍ୟକ୍ତିକୁ ଧକା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ  କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କିଛି ମିଥ୍ୟା ଖବର ଏବଂ ପୁରୁଣା ଫଟୋକୁ କୃଷକ ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।  ଏଥିମଧ୍ୟରେ ରାଜନାଥ ସିଂଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀର କୃଷକମାନଙ୍କୁ ସମ୍ବୋଧିତ କରି ନୂଆ  କୃଷି ବିଲକୁ  ବିରୋଧ କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ରାଜନାଥ ସିଂ କହୁଛନ୍ତି ଯେ,  ସେ ଆନ୍ଦୋଳନ […]

Continue Reading

କ’ଣ କେଜରିବାଲ କୃଷି ବିଲକୁ ସମର୍ଥନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ଦିଲ୍ଲୀର ସିଂଘୁ ବୋର୍ଡରେ କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ କୃଷି ଆଇନକୁ ସଂଯୋଗ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍  ସେୟାର କରାଯାଉଛି।  0.17 ମିନିଟର ଭିଡିଓ ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୃଷି ଆଇନ ବିଷୟରେ କହୁଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, ଏହି ବିଲରେ  ତୁମର ଜମି ଯିବ ନାହିଁ, ତୁମର ବଜାର ଯିବ ନାହିଁ, ତୁମର […]

Continue Reading

କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ  ଏକ ଭିଡିଓ ମଧ୍ୟ  ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।  25 ଜାନୁଆରିରେ Litu Baisakh […]

Continue Reading

କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଏହି ଭିଡିଓ ପଞ୍ଜାବର ଅଟେ ଯେଉଁଥିରେ କୃଷକ ମାନେ ଗୋଦାମରେ ଧାନ ଅଖା ଉପରେ ପାଣି ଚିଞ୍ଚୁଛନ୍ତି। ଏହି ପରି ଭାବରେ କୃଷକ ମାନେ ଗହମରେ ପାଣି ଢାଳି ତାକୁ ପଚେଇ ମଦ ତିଆରି ପାଇଁ ପ୍ରସ୍ତୁତ କରା ଯାଉଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook […]

Continue Reading

ଫିଲିପିନ୍ସ ଦେଶର ଫଟୋକୁ ଚାଷୀ ଏବଂ ଚାଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମି଼ଡିଆରେ କୃଷୁ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥି ମଧ୍ୟରୁ କିଛି ଖବର ମିଥ୍ୟା ହୋଇଥିବା ବେଳେ କିଛି ଫଟୋ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେବାରେ ଲାଗାଛି। ଏହିପରି କିଛି ଫଟୋ ସୋସିଆଲ ମିଡିଆରୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଚାଷ ଜମିରେ ଦୁଇ ପୁଅ ଝିଅ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫଟୋରେ ଦାବି କରାଯାଉଛି ଯେ, ରାଜରାସ୍ତାରେ ଚାଷି ହକପାଇଁ ଲଢ଼ୁଛନ୍ତି, କିନ୍ତୁ ଏଠି ଚାଷ ଜମିରେ […]

Continue Reading

ମନୋଜ ତିୱାରି କୃଷି ଆନ୍ଦୋଳନରେ ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା ?

କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେଉଛି। କିଛି ସତ୍ୟଥିବାବେଳେ କିଛି ମିଥ୍ୟା ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ମନୋଜ ତିୱାରିର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମନୋଜ ତିୱାରିଙ୍କ ଗୋଡ଼ ଭାଙ୍ଗିଥିବାର ଦେଖାଯାଉଛି। ଭାଇରାଲ ଫଟୋରେ ଦାବି କରାଯାଇଛି ଯେ, ଚାଷୀମାନଙ୍କୁ ବୁଝାଇବାକୁ ଯିବା ସମୟରେ ଏକ ପାଗଳ କୁକୁର ସାମ୍ନାକୁ ଆସିବାରୁ ମନୋଜ ତିୱାରିଙ୍କର ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଥିଲା।  […]

Continue Reading

ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି ?

 ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ସୁପରମାର୍କେଟର ଫଟୋ ଅଛି। ଫଟୋରେ ଦାବି କରାଯାଇଛି ଯେ, ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  17 ଡିସେମ୍ବରରେ Dipak Kumar Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାରୁ ବିଜେପି ନେତାକୁ କୃଷକମାନେ ପିଟିଲେ? ଜଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ଜୋଡ଼ି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖିବାକୁ ମିଳିଛି। ଏହା ସହ ବ୍ୟକ୍ତି କୁ ଜଣେ ପୋଲିସ କର୍ମଚାରୀ ଟାଣି ଟାଣି ନେଉଥିବାର ମଧ୍ୟ ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ବିଜେପି ନେତା ଯିଏ କୃଷକ ଆନ୍ଦୋଳନରେ ଯୋଗ ଦେଉଥିଲେ ଏବଂ ଜାତୀୟ ବିରୋଧୀ ସ୍ଲୋଗାନ(ପାକିସ୍ତାନ ଜିନ୍ଦାବାଦ)ନାରା ଦେଉଥିଲେ […]

Continue Reading

2018 ଭିଡିଓକୁ ବର୍ତ୍ତମାନ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିଖମାନେ ନାରା ଲଗାଉଛନ୍ତି ଯେ, ଗଲି ଗଲି ମେ ଶୋର ହେ ଭାରତମାତା ଚୋର ହେ,ଗଲି ଗଲି ମେ ଶୋର ହେ ହିନ୍ଦୁଓ ତୁମ୍ମାରୀ ମାତା ଚୋର ହେ,ଖଲିକସ୍ତାନ ଜିନ୍ଦାବାଦ। ଭାଇରାଲ ଭିଡିଓ ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନର ଅଟେ।  ଆମ ଅନୁସନ୍ଧାନରେ ଭୋଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ଭିଡିଓ 2018 ମସିହାରେ ଆମେରିକାର ସାନ ଫ୍ରାନ୍ସିସ୍କୋରେ […]

Continue Reading

ଭାରତ ଜାତୀୟ ପତାକାକୁ ଅପମାନ କରୁଥିବା ଶିଖ ବ୍ୟକ୍ତିର ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ନୁହେଁ।

ସୋସିଆଲ ମିଡିଆରେ ଦିଲ୍ଲୀରେ ହେଉଥିବା କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ସେଥିମଧ୍ୟରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହିପରି ଅନ୍ୟ ଏକ ଫଟୋ ମଧ୍ୟା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଶିଖ ବ୍ୟକ୍ତି ଭାରତିୟ ପତାକା ଉପରେ ଜୋତା ରଖୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, କୃଷି ଆନ୍ଦୋଳନରେ ଚାଷିମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା […]

Continue Reading

କୃଷି ଆନ୍ଦୋଳନରେ କ’ଣ ପଞ୍ଜାବି କୃଷକ ମାନେ ଖାଲିସ୍ତାନ ବନାଇବାକୁ ଦାବି କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ କୃଷି ଆନ୍ଦୋଳକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି । କିଛି ଫଟୋ ଏବଂ ଭିଡିଓରେ ମିଥ୍ୟା ଖବର ଲେଖି ଭାଇରାଲ କରାଯାଉଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଶିଖ୍ ହାତରେ ପୋଷ୍ଟରଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପଞ୍ଜାବୀ କୃଷକମାନେ ଖଲିସ୍ତାନ ମାଗୁଛନ୍ତି। କେହି କେହି ଦାବିକରିଛନ୍ତି ଯେ, କୃଷି ଆନ୍ଦୋଳନରେ ଖାଲିସ୍ତାନଙ୍କ ଦ୍ୱାରା ପ୍ରୟୋଜିତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି […]

Continue Reading

ଟ୍ରୁଡୋଙ୍କ 2015ର ଏକ ଶିଖ ମଣ୍ଡଳୀ ଗ୍ରସ୍ତର ପୁରୁଣା ଫଟୋକୁ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶିଖଙ୍କ ଏକ ମଣ୍ଡଳୀ ସହିତ ବସିଥିବାର ଦେଖିବାକୁ ମିଳୁଛି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ସେ କୃଷକ ବିଲର ପ୍ରତିବାଦରେ କାନାଡ଼ାରେ ଭାରତୀୟ ବଂଶଧରମାନଙ୍କ ପ୍ରତିବାଦ ମଞ୍ଚରେ ସାମିଲ୍ ହୋଇଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   8 ଡିସେମ୍ବରରେ  Pravat Panigrahi ନାମକ ଜଣେ ଫେସବୁକ […]

Continue Reading

ଏଡିଟ୍ ଫଟୋ କୁ ନିଶ ନଥିବା ମୁସ୍ଲିମ ଚାଷି ଆନ୍ଦୋଳନରେ ସର୍ଦ୍ଦାର ବନି ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ବିଷୟରେ ଅନେକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ପୋଷ୍ଟ ରହୁଛି। ଫ୍ୟାକ୍ଟ କ୍ରିସେଣ୍ଡୋ ଏପରି ଅନେକ ମିଥ୍ୟା ଖବରର ସମାନ୍ନା କୁ ଆଣିଛି। ଏହି ପରି କୃଷି ଆନ୍ଦୋଳନ ସହ ଯୋଡ଼ି ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  ଫଟୋରେ ଦାବି କରାଯାଉଛି ଯେ, ଜଣେ ମୁସଲମାନ ବ୍ୟକ୍ତି ସର୍ଦ୍ଦାର ରୂପେ ଛଦ୍ମବେଶରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ପଗଡି ପିନ୍ଧିଥିବା […]

Continue Reading

2018 ଭିଡିକୁ ବର୍ତ୍ତମାନ ଚାଷୀ ଆନ୍ଦୋଳନ ସହ ଯୋଡ଼ି ଭାଇରାଲ କରାଯାଉଛି।

ଦାଲ୍ଲୀ ଚାଷୀ ଆନ୍ଦୋଳନକୁ  ନେଇ ସଓସିଆଳ ମିଡିଆରେ ଅନେକ ଖବର ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ କିଛି ଦାବି ମିଥ୍ୟା ମଧ୍ୟ ଥାଏ।  କୃଷି ଆନ୍ଦୋଳନର ଅନେକ ଫେକ ଖବର ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନାକୁ ଆଣିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ପଇସା ନେଇ ପ୍ରଦର୍ଶନ କରୁଥିବା କଥା କହୁଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଚାଲୁଥିବା କୃଷି ଆନ୍ଦୋଳନରେ ନକଲି ଚାଷିମାନଙ୍କୁ […]

Continue Reading

2018ର କୃଷକ ମୁକ୍ତି ଆନ୍ଧୋଳନର ଫଟୋକୁ ବର୍ତ୍ତମାନର କୃଷକ ବିଲ୍ ଆନ୍ଦୋଳନ ଦାବିରେ ଭାଇରାଲ ହେଉଛି।

ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ କଳା କପଡ଼ାର ଏକ ବ୍ୟାନର ଦେଖାଯାଉଛି।  ଯେଉଁଥିରେ ଲେଖା ଅଛି, “ନା ମୋଦୀ, ନା ଯୋଗୀ , ନା  ଜୟ ଶ୍ରୀ ରାମ,  ଦେଶରେ ରାଜ କରିବେ ମଜଦୁର-କିସାନ ” । ପୋଷ୍ଟରେ ଲେଖାଯାଇଥିବା ଦାବି ଅନୁସାରେ ଫଟୋଟି ବର୍ତ୍ତମାନ ଚାଲୁଥିବା କୃଷକ ବିଲ୍ ବିରୋଧରେ […]

Continue Reading

2011 ମସିହା ପଶୁ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନର ଭିଡିଓ କୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଚାଷୀ ଏବଂ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନ କୁ ନେଇ ଅନେକ ଖବର ସହ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସର୍ଦ୍ଦାର କୁ ପୋଲିସ ଟାଣି ଟାଣି ନେଉଥିବାର ଦେଖାଯାଉଛି। ସର୍ଦ୍ଦାର ମୁଣ୍ଡରୁ ପଗଡ଼ି ମଧ୍ୟ କାଢ଼ି ଦିଆଯାଇଛି। ଭାଇରାଲ ଭିଡିଓ ସହ ଦାବି କରାଯାଇଛି ଯେ, କୃଷି ଆନ୍ଦୋଳନରେ ଅକ ନକଲି ସର୍ଦ୍ଦାର ପ୍ରଦର୍ଶନ କରୁଥିଲା। ପୋଲିସ ତାକୁ ଗିରଫ […]

Continue Reading

କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିରୋଧ ଏବଂ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ପୋଷ୍ଟ କରାଯାଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଏକ ବ୍ୟାନର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ କରିବାକୁ ଦାବି କରାଯାଇଛି। ଭାଇରାଲ ଫଟୋ ସହା ଦାବି କରାଯାଉଛି ଯେ, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଫଟୋ ଅଟେ। ଏବଂ କୃଷକମାନେ […]

Continue Reading

ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

 ଦିଲ୍ଲୀରେ କୃଷକ ବିରୋଧ ପ୍ରଦର୍ଶନ କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ ବସିଥିବାର ଦେଖାଯାଉଛି। ଫଟୋସହ ଦାବି କରାଯାଉଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ ଦେଖନ୍ତୁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  30 ନଭେମ୍ବରରେ Purna Chandra Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading