କ’ଣ ହରିଦ୍ଵାରରେ ହିନ୍ଦୁ ମାନଙ୍କୁ ଅପଶବ୍ଦ କହୁଥିବା ବ୍ୟକ୍ତି ଜଣେ ମୁସ୍ଲିମ ବ୍ୟକ୍ତି ଅଟେ? ଜାଣନ୍ତୁ ସତ୍ୟ। 

Communal False

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଜଣେ ସାଧୁ ହିନ୍ଦୁ ସମ୍ପ୍ରଦାୟକୁ ଦୁର୍ବ୍ୟବହାର କରୁଛନ୍ତି। ଏହି ଭିଡିଓରେ ଦାବି କରା ଯାଉଛି ଯେ ଜଣେ ମୁସଲମାନ ବ୍ୟକ୍ତି ସାଧୁ ଭାବରେ ପରିଚିତ ହୋଇ ହରିଦ୍ୱାରର ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରି ହିନ୍ଦୁମାନଙ୍କୁ ଅପଶବ୍ଦ କହୁଛନ୍ତି।

ଭିଡିଓରେ ଏହି ବ୍ୟକ୍ତି କହୁଛି ଯେ ତାହାର ନାମ ଜାଭେଦ ହୁସସେନ୍ ଆଉ ସେ ହରିଦ୍ଵାରରେ ବିଖ୍ୟା ମାଗୁଛି। ସେ ଏହା ମଧ୍ୟ କହିଛି ଯେ ହରିଦ୍ଵାରରେ ଏପରି କୌଣସି ହିନ୍ଦୁ ନାହିଁ ଯିଏ ମୁସଲମାନଙ୍କ ସାମନା କରି ପାରିବ। ସେ ହରିଦ୍ଵାରର ବ୍ରାହ୍ମଣଙ୍କୁ ଅପଶବ୍ଦ କହି ଅପମାନ ମଧ୍ୟ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ମୁସଲମାନ ନୁହଁନ୍ତି, ସେ ଜଣେ ହିନ୍ଦୁ। 

କ’ଣ କୁହା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ କହୁଛନ୍ତି, “ବାବା ଜାଭେଦ ହୁସସେନ୍ ହରିଦ୍ଵାରରେ ବିଖ୍ୟା ମାଗୁଛନ୍ତି ଆଉ ହିନ୍ଦୁ ମାନଙ୍କୁ ଅପଶବ୍ଦ କହୁଛନ୍ତି। ସେ କହୁଛନ୍ତି ଯେ ସବୁ ତୀର୍ଥ ସ୍ଥାନ ଏବଂ ନଦୀ ଉପରେ ମୁସଲମାନ ମାନଙ୍କର ମାଲିକାନା ଅଛି କାରଣ ଏହା ଆଲ୍ଲାହ ସୃଷ୍ଟି କରିଛନ୍ତି। ଏପରି କୌଣସି ହିନ୍ଦୁ ନାହିଁ ଯିଏ ମୁସଲମାନ ମାନଙ୍କର ସାମନା କରି ପାରିବ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓକୁ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଜଡିତ ଏକ ରିପୋର୍ଟ ଇଟିଭି ଉତ୍ତରାଖଣ୍ଡ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

୨୫ ଅକ୍ଟୋବର ରେ ପ୍ରସାରିତ ହେଇଥିବା ଏହି ରିପୋର୍ଟ ଅନୁଯାୟୀ, ଭିଡିଓରେ ନଜର ଆସୁଥିବା ବ୍ୟକ୍ତିଙ୍କ ଅସଲି ନାମ ହେଉଛି ଦିଲୀପ ବାଘେଲ୍। ହିନ୍ଦୁ ମାନଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରି ସାରିଛି। 

ଏହା ବ୍ଯତୀତ ଆମକୁ ୱେବସାଇଟରେ ହରିଦ୍ଵାର ଏସପି ପ୍ରମେନ୍ଦ ଦୋଭାଲଙ୍କ ଷ୍ଟେଟମେଣ୍ଟ ମଧ୍ୟ ମିଳିଲା। ସେ କହିଛନ୍ତି, “ଭିଡିଓ ସାମନାକୁ ଆସିବା ପରେ କୋତୱାଲି ନଗର ଥାନାରେ ଧାରା ୫୦୫ ଅନ୍ତର୍ଗତ ମାମଲା ରୁଜୁ କରା ଯାଇଛି। ପୋଲିସ ପଚରାଉଚରା କରିବା ପରେ ଭିଡିଓରେ ଥିବା ବ୍ୟକ୍ତି ନିଜ ନାମ ଦିଲୀପ ବାଘେଲ୍ ବୋଲି ସ୍ଵୀକାର କରିଛି। ସେ ଏହା ମଧ୍ୟ କହିଛି ଯେ କିଛି ଲୋକେ ତାକୁ ନିଶା ଦ୍ରବ୍ୟ ଦେଇ ଏହି ଭିଡିଓ ନେଇଛନ୍ତି। ବର୍ତ୍ତମାନ ପୋଲିସ ଭିଡିଓ ବନାଉଥିବା ବ୍ୟକ୍ତିଙ୍କୁ ଖୋଜୁଛି।”

ଅଧିକ ଅନୁସନ୍ଧାନରୁ ଆମେ ଭାଇରାଲ୍ ଭିଡିଓ ସମ୍ପର୍କରେ ହରିଦ୍ୱାର ପୋଲିସର ଏକ ଟୁଇଟ୍ ପାଇଲୁ। ଅକ୍ଟୋବର 24 ରେ କରାଯାଇଥିବା ଏହି ଟୁଇଟର କ୍ୟାପସନରେ, ସାମାଜିକ ସମନ୍ୱୟକୁ ବିଘ୍ନ କରୁଥିବା ପୋଷ୍ଟଗୁଡିକ ଅଂଶୀଦାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ୱିଟରେ ଏକ ଭିଡିଓ ମଧ୍ୟ ଅଛି ଯେଉଁଥିରେ ଭାଇରାଲ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ନିଜ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏହି ବ୍ୟକ୍ତି ଜଣକ କହୁଛନ୍ତି ଯେ ତାଙ୍କ ନାମ ଦିଲୀପ ବାଗେଲ ଏବଂ ତାଙ୍କ ପିତାଙ୍କ ନାମ ଭାଗବତ ପ୍ରସାଦ ବାଗେଲ ଅଟେ। ସେ ଆଗ୍ରା ଜିଲ୍ଲାର ଧାମୋଟା ଗାଁର ବାସିନ୍ଦା। ରାତି ୧୦ ଟା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଗଙ୍ଗା ଘାଟରେ ଭେଟିଥିଲେ। ସେ ତାଙ୍କୁ କିଛି ଖାଦ୍ୟ ଏବଂ ପାନୀୟ ଦେଇ କହିଥିଲେ ଯେ ତାଙ୍କୁ ଏହିପରି କହିବାକୁ ପଡିବ ଯେ ତାଙ୍କ ନାମ ଜାଭେଦ୍ ବୋଲି।

ଉତ୍ତରାଖଣ୍ଡ ପୋଲିସ ନିଜ ଅଫିସିଆଲ୍ ଟୁଇଟର ହେଣ୍ଡେଲରେ ସ୍ପଷ୍ଟ କରି କହିଛି ଯେ ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଭିଡିଓରେ ସାଧୁ ଭେଷରେ ଥିବା ବ୍ୟକ୍ତିଙ୍କୁ କିଛି ଲୋକ ନିଶା ଦ୍ରବ୍ୟ ଦେଇ ତାଙ୍କୁ ହିନ୍ଦୁ ମାନଙ୍କୁ ଅପଶବ୍ଦ କହିବାକୁ ବାଧ୍ୟ କରିଥିଲେ ଏବଂ ଏହାର ଭିଡିଓ ଭାଇରାଲ କରିଥିଲେ। ଅଭିଯୁକ୍ତ ସାଧୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

https://twitter.com/uttarakhandcops/status/1717056598433222903

ଏହା ପରେ ଆମେ ହରିଦ୍ଵାରର କୋତୱାଲି ଥାନା ଏସଏଚଓ ଭାବନାଙ୍କ ସହିତ ଯୋଗାଯୋଗ କରିଲୁ। ସେ ସ୍ପଷ୍ଟ କରିଛନ୍ତି ଯେ ଭିଡିଓରେ ନଜର ଆସୁଥିବା ବ୍ୟକ୍ତିଙ୍କ ନାମ ଦିଲୀପ ବାଘେଲ୍ ଅଟେ। ସେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି। ଯେଉଁ ମାନେ ଏହି ବ୍ୟକ୍ତିଙ୍କ ଭିଡିଓ ତିଆରି କରିଛନ୍ତି, ତାଙ୍କୁ ପୋଲିସ ଖୋଜୁଛି। 

ଶେଷକଥା: 

ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ହିନ୍ଦୁଙ୍କୁ ଅପଶବ୍ଦ କହୁଥିବା ବ୍ୟକ୍ତି ମୁସ୍ଲିମ ନୁହଁନ୍ତି। ତାଙ୍କ ନାମ ଦିଲୀପ ବାଘେଲ୍ ଅଟେ। କିଛି ଲୋକ ତାଙ୍କୁ ନିଶା ଦ୍ରବ୍ୟ ଦେଇ ଏପରି କହିବକୁ କହିଥିଲେ ଏବଂ ଭିଡିଓ ତିଆରି କରିଥିଲେ। 

Avatar

Title:କ’ଣ ହରିଦ୍ଵାରରେ ହିନ୍ଦୁ ମାନଙ୍କୁ ଅପଶବ୍ଦ କହୁଥିବା ବ୍ୟକ୍ତି ଜଣେ ମୁସ୍ଲିମ ବ୍ୟକ୍ତି ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *