
ସୋସିଆଲ ମିଡିଆରେ ମୁସ୍ଲିମ ଏବଂ ହିନ୍ଦୁ ମାନଙ୍କୁ ନେଇ ଅନେକ ସାମ୍ପପ୍ରଦାୟକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ 1.30 ମିନିଟ୍ ଭିଡିଓ ଭାଇରାଲ ହେବାରେ ଲେଗିଛି, ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି କୁ ବାଡ଼ିରେ ମାରୁଥିବାର ଦେଖାଯାଉଛି। ବ୍ୟକ୍ତି ଜଣକ ଗାଡ଼ି ପାଖରେ ପଡ଼ିବା ପରେ ଆଖ ପାଖରେଥିବା ଲୋକମାନେ କ୍ଷତାକ୍ତ ବ୍ୟକ୍ତି କୁ ଉଠାଇ ନେଉଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଦକ୍ଷିଣ ଭାରତର ଏହି ଭାଇରାଲ ଭିଡିଓ ଅଟେ। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
2 ମାର୍ଚ୍ଚରେ Sourava Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବିରେ କରାଯାଇଛି ଯେ, ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ଅଟେ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି ଏବଂ ପୋଷ୍ଟକୁ ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓ Accident Prevention 1st ପେଜେର ପାଇଲୁ। ଯାହାକି 26 ଫେବୃଆରିରେ ପୋଷ୍ଟ କରାଯାଇଛି। ପୋଷ୍ଟ ଅନୁସାରେ ଏହି ଭିଡିଓରେ ହୋଇଥିବା ଘଟଣା କାଣ୍ଡିର ଗାଲାହା ଅଞ୍ଚଳରେ ଘଟିଛି ଏବଂ ଏଥିରେ ଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ tamil.factcrescendoରେ ଭାଇରାଲ ଭିଡିଓର ଫ୍ୟାକ୍ତଚେକ କରାଯାଇଥିବାର ପାଇଲୁ। ଭିଡିଓ ସମ୍ପର୍କରେ ତାମିଲ ଟିମ ଶ୍ରୀଲଙ୍କା ଫ୍ୟାକ୍ଟକ୍ରିସେଣ୍ଡୋ ସହ ସମ୍ପର୍କ କରିଥିଲେ। ଭିଡିଓ ଦେଖିବା ପରେ ସେମାନେ ଶ୍ରୀଲଙ୍କାର ଗାଲାହା ପୋଲିସ ଷ୍ଟେସନ – ଆକ୍ଟିଂ ଓଆଇସି – ଶ୍ରୀ ରୋଡ୍ରିଗୋଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଯେଉଁଥିରେ ସେ ସ୍ପଷ୍ଟ କରିଥିଲେ ଯେ,
“ଏହି ଭିଡିଓର କୌଣସି ଧାର୍ମିକ କାରଣ ନାହିଁ। ନିର୍ଦ୍ଦିଷ୍ଟ ମୁସଲମାନ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ସେ ହଠାତ୍ ଏପରି ଆକ୍ରମଣରେ ଲିପ୍ତ ଥିଲେ। ଆମେ ତୁରନ୍ତ ତାଙ୍କୁ ଗିରଫ କରି ପୋଲିସ ହେପାଜତରେ ରଖିଥିଲୁ। ବର୍ତ୍ତମାନ, ଆହତ ବ୍ୟକ୍ତିର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ଅଧିକ ପ୍ରମାଣ ପାଇଁ, ଆମର ଶ୍ରୀଲଙ୍କା ଦଳ ସେହି ସିସିଟିଭି ଫୁଟେଜରେ ଆସୁଥିବା ରାସ୍ତାକୁ ଚିହ୍ନଟ କରିବା ପାଇଁ ଗୁଗୁଲ ମାପରେ ସର୍ଚ୍ଚ କରିଲୁ। ସେହି ସମୟରେ ଏହା ସ୍ପଷ୍ଟ ହୋଇଥିଲା ଯେ ସ୍ଥାନଟି ଗାଲାହା ରୋଡରେ ଥିବା ବିଜୟଲକ୍ସମି ଷ୍ଟୋରଗୁଡିକର ଘର ଥିଲା। ସେମାନେ ଦୋକାନର ଫୋନ୍ ନମ୍ବର ସହିତ ଯୋଗାଯୋଗ କରି ଘଟଣାଟି ସେଠାରେ ଘଟିଥିବାର ନିଶ୍ଚିତ କରିଥିଲେ।
ଏଠାରେ Google map ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ନୁହେଁ ବରଂ ଶ୍ରୀଲଙ୍କାର ଅଟେ।

Title:ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ?
Fact Check By: Saritadevi SamalResult: False