
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସ୍ଲିମ ଲୋକ ହିନ୍ଦୁମାନଙ୍କୁ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କାଉଁଡିବାଲାଙ୍କ ଉପରେ ମାଂସ ଫିଙ୍ଗିବା ସହ ତାଙ୍କୁ ମୁସ୍ଲିମମାନେ ମାଡ଼ମାରୁଛନ୍ତି।
ଭାଇରାଲ ଭିଡିଓ ସହିତ ୟୂଜର୍ସ ଲେଖିଛନ୍ତି ଯେ,- ଆହା କି ସୁନ୍ଦର ଭାଇଚାରା ,ଦିଲ୍ଲୀ ସିଲମପୂରରେ କାଉଡି ଯାତ୍ରାରେ ସାମିଲ ଥିବା କାଉଡ଼ିଆ ମାନଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗା ଯାଇଛି ମୁସଲିମ ମାନଙ୍କ ଦ୍ୱାରl.ଅଭିନନ୍ଦନ ଭାଇଚାରା ବନ୍ଧୁ ଗଣ !ସେକୁଲାର ହିନ୍ଦୁ ଶୋଇପଡ କମ୍ବଳ ଘୋଡ଼ିକି।
ତେବେ ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ କରିବାରୁ ଭାଇରାଲ ଭିଡିଓ ଆମକୁ ରେଡିଓ ବାରଟା ନାମକ ଏକ ଯାଞ୍ଚ ହୋଇଥିବା ଚ୍ୟାନେଲରେ ପାଇଲୁ। ଯାହାକି 6 ମେ ରେ ପ୍ରକାଶିତ କରାଯାଇଥିଲା। ପ୍ରକାଶିତ ପୋଷ୍ଟରେ ଲେଖାଯାଇଛି ଯେ, ଇଦ୍ ଦିନ କିଛି ଯୁବକ ଏକ ଟ୍ରକ୍ରେ ଉଚ୍ଚ ସ୍ୱରରେ ଡିଜେ ବଜାଇ ଇଦ୍ ପାଳନ କରୁଥିଲେ। ତା’ପରେ ସେଠାରେ ଉପସ୍ଥିତ ଲୋକମାନେ ସେହି ଯୁବକମାନଙ୍କୁ ବାଡ଼ିରେ ପିଟିଥିଲେ। ଏହାର ଆାର୍କାଇଭ ଲିଙ୍କ ଏଠାରେ ଦେଖନ୍ତୁ।
ଏହି ଭିଡିଓକୁ ଚାନ୍ଦପୁର ଟିଭି ନାମକ ଏକ ଫେସବୁକ୍ ପେଜରେ ପାଇଲୁ। ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏଥିରେ ଦେଖାଯାଇଥିବା ଘଟଣା ବାଂଲାଦେଶର ଚାନ୍ଦପୁରରେ ଅବସ୍ଥିତ ହାଜିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳ ଅଟେ। ଆପଣ ନିମ୍ନରେ ଏହି ଭିଡିଓ ଦେଖିପାରିବେ।
ତା’ପରେ ଆମେ ଫେସବୁକ୍ ମାଧ୍ୟମରେ ଚାନ୍ଦପୁର ଟିଭି ସହିତ ଯୋଗାଯୋଗ କଲୁ। ସେ ଆମକୁ କହିଥିଲେ ଯେ “ଇଦ୍ ଅବସରରେ କିଛି ଯୁବକ ପିକ୍ ଭ୍ୟାନ୍ ରେ ଡିଜେ ଲଗାଇ ଇଦ୍ ପାଳନ କରୁଥିଲେ। ଏହି କାରଣରୁ, ସେଠାରେ ଉପସ୍ଥିତ ଲୋକମାନେ ଆପତ୍ତି ଉଠାଇ ସେମାନଙ୍କ ମଧ୍ୟରେ କହିଥିଲେ – ଏହା ଶୁଣାଗଲା। ଯାହା ପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ତା’ପରେ ହାଜିଗଞ୍ଜ ପୋଲିସ ଷ୍ଟେସନର ଓସି ମହମ୍ମଦ ଜୁବାଇର ସୟିଦ ସେମାନଙ୍କୁ ପୋଲିସ ଷ୍ଟେସନକୁ ନେଇ ଚେତାବନୀ ଦେଇଥିଲେ। ଏବଂ ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। “
ଫ୍ୟାକ୍ଟ କ୍ରେସେଣ୍ଡୋ ବାଂଲାଦେଶରେ ଅବସ୍ଥିତ ଏକ ମିଡିଆ ହାଉସ୍ ଗୁଜବ ସ୍କାନର୍ ସହିତ ଯୋଗାଯୋଗ କରିଥିଲେ। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହି ଭିଡିଓ ବାଂଲାଦେଶର ହାଜିଗଞ୍ଜ ଅଞ୍ଚଳରୁ ଆସିଛି। ଏବଂ ଉପରୋକ୍ତ ଭିଡିଓରେ ଦିଆଯାଇଥିବା ସୂଚନା ସଠିକ୍ ଅଟେ।
ଉପରୋକ୍ତ ପ୍ରମାଣର କୌଣସି ସ୍ଥାନରେ ଏହା କୁହାଯାଇ ନାହିଁ ଯେ ଏହା ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ଥିଲା।
ଏହାକୁ ନିଶ୍ଚିତ କରିବାକୁ, ଆମେ ଗୁଗୁଲରେ ଏକ କୀୱାର୍ଡ ସନ୍ଧାନ କରିଲୁ। ଯେଉଁଥିରେ ଆମେ jugantor.com ଏବଂ mzamin.com ରେ ପ୍ରକାଶିତ ସମ୍ବାଦ ପ୍ରବନ୍ଧରେ ଲେଖା ପାଇଲୁ ଯେ ଉଭୟ ଦଳ ମଧ୍ୟ ମୁସଲମାନ ସମ୍ପ୍ରଦାୟର।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ବାଂଲାଦେଶର ଅଟେ। ସେଠାରେ ଥିବା ଚାନ୍ଦପୁର ସହରରେ କିଛି ଯୁବକ ଡିଜେ ବଜାଇ ଇଦ୍ ଉତ୍ସବ ପାଳନ କରୁଥିଲେ।

Title:ବାଙ୍ଗଲାଦେଶର ଭିଡିଓକୁ ଦିଲ୍ଲୀରେ ମୁସ୍ଲିମମାନେ ହିନ୍ଦୁ କାଉଁଡି ବାଲାଙ୍କୁ ମାରିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
