କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ଯୁବକ/ଯୁବତୀ ସମୟର ଫୋଟୋ ଅଟେ।
“କଥା ରେ ଅଛି ଜଣକ ର ବର୍ତ୍ତମାନ ର ସ୍ଥିତି କୁ ଭବିଷ୍ୟତ କୁ ପରିହାସ କରାଯାଏନି... ଜନ ହିତ ପାଇଁ ଉଦ୍ଧିଷ୍ଟ... ଏହା ଵେବଳ ବିଜେପି ରେ ସମ୍ଭବ”
ସମାନ ଫୋଟୋ ଆମକୁ ଟୁଇଟରରେ ୨୦୨୨ ରେ ପୋଷ୍ଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ପ୍ରଥମ ଫୋଟୋ: ପ୍ରଥମ ଫୋଟରେ ପ୍ରଧାନମନ୍ତ୍ରୀଙ୍କୁ ଝାଡୁ ମାରୁଥିବା ଦେଖିବାକୁ ମିଳିଛି। କ’ଣ ସତ୍ୟତା ଏହି ଫୋଟୋର?
ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ଏସଆରସିସିଏଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋକୁ ଏଡିଟ୍ କରା ଯାଇଛି। ଅସଲି ଫୋଟୋରେ ଝାଡୁ ମାରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ଅସଲି ଫୋଟୋ ଆମକୁ ଏପି ଇମେଜେସ୍ ୱେବସାଇଟରେ ମିଳିଲା।
ସୂଚନା ଅନୁଯାୟୀ ଏହି ଫୋଟୋ ଭାରତ ସ୍ଵାଧୀନ ହେବା ପୂର୍ବର ଅଟେ। ଏହି ଫୋଟୋ ୧୯୪୬ ମସିହାରେ ଜଣେ ହରିଜନଙ୍କର ଝାଡୁ ମାରୁଥିବା ସମୟର ଅଟେ।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଉପରୋକ୍ତ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।
ଫୋଟୋ ୨: ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଟନ୍ତି। କ’ଣ ଏହା ସତ୍ୟ?
ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୩ ଜୁଲାଇ ୨୦୨୨ ରେ ନ୍ୟୁଜ୍ ୧୮ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ରିପୋର୍ଟରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ଜଡିତ ଲୋକଙ୍କ ଅନେକ ସାକ୍ଷାତକାର ରହିଛି। ସାକ୍ଷାତକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡିଶାର ଉପରବେଡାସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଫାଇ କରାମଚାରି ସୁକୁମାର ଟୁଡୁ। ତାଙ୍କ ପ୍ରତିଛବି ଯୁବକ ଦ୍ରୌପଦୀ ମୁର୍ମୁ ଭାବରେ ସେୟାର କରାଯାଉଛି।
ତୃତୀୟ ଫୋଟୋ: ଏହି ଫୋଟୋ ପ୍ରକୃତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଅଟେ।
ଯୋଗୀ ଆଦିତ୍ୟନାଥଙ୍କ ପ୍ରକୃତ ନାମ ଅଜୟ ସିଂ ବିଷ୍ଟ ଥିଲା। ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟ ଅନୁଯାୟୀ, ୧୯୯୪ ମସିହାରେ ଦିକ୍ଷା ନେବା ପରେ ତାଙ୍କ ନାମକରଣ କରା ଯାଇ ଯୋଗୀ ଆଦିତ୍ୟନାଥ ରଖା ଯାଇଥିଲା। ଭାଇରାଲ ଫୋଟୋ ୧୯୯୪ ମସିହାରେ ତାଙ୍କ ଦିକ୍ଷା ନେବା ସମୟର ଅଟେ।
ଚତୁର୍ଥ ଫୋଟୋ: ଭାଇରାଲ ହେଉଥିବା ଶେଷ ଫୋଟୋ ବର୍ତ୍ତମାନର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କର ଯୌବନ ସମୟର ନୁହେଁ। ଏକନାଥ ସିନ୍ଦେ ଛୋଟବେଳୁ ରୋଜଗାର କରିବା ପାଇଁ ଥାନାରେ ଏକ ଅଟୋ-ରିକ୍ସା ଚଳାଉଥିଲେ | ତେବେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଏକନାଥ ସିନ୍ଦେ ନୁହଁନ୍ତି ବରଂ ପୁଣେର ବାବା କାମ୍ବଲେ ନାମକ ଜଣେ ରିକ୍ସା ଡ୍ରାଇଭର ଅଟନ୍ତି।
ମୁମ୍ବଇ ତକ୍ କୁ ଦେଇଥିବା ସାକ୍ଷାତକାରରେ କାମ୍ବଲେ ନିସ୍ଜ୍ଚିତ କରିଛନ୍ତି ଯେ ଭାଇରାଲ ଫୋଟୋରେ ଅଟୋ ରିକ୍ସା ସହିତ ଛିଡା ହୋଇଥିବା ବ୍ୟକ୍ତି ସେ ନିଜେ ଅଟନ୍ତି। ସେ ଅଟୋ-ରିକ୍ସା କିଣି ପୂଜା କରିବା ପରେ 1997 ରେ ଏହି ଫଟୋ ଉଠାଯାଇଥିଲା। ଆପଣ ଦିଆଯାଇଥିବା ଭିଡିଓରେ ସାକ୍ଷାତକାର ଦେଖିପାରିବେ।
ଏହି ମିଥ୍ୟା ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଓଡ଼ିଆ ଦଳ ଅଉର୍ବାରୁ ମଧ୍ୟ ଖଣ୍ଡନ କରିଛି। ଆପଣ ବିସ୍ତାର ଫ୍ୟାକ୍ଟ ଚେକ୍ ଏଠାରେ ପଢୀ ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ମଧ୍ୟରୁ ତିନୋଟି ଫୋଟୋ ନାମିତ ରାଜନେତାଙ୍କ ସହିତ ଜଡ଼ିତ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋଟି ଏଡିଟ୍ କରା ଯାଇଛି ଏବଂ ଅନ୍ୟ ଲୋକଙ୍କ ଫୋଟୋକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବୋଲି ଦାବି କରା ଯାଇଛି।
Title:କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False