କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Partly False Social

ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। 

ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି ଲୋକେ ଅନ୍ୟ ଲୋକକୁ ମାରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଦୁଇଟି ଘଟଣା ତାମିଲନାଡୁ ରାଜ୍ୟର ଅଟେ ଯେଉଁଠାରେ ଦାଦନ ଶ୍ରମିକଙ୍କ ଉପରେ ସେଠିକାର ସ୍ଥାନୀୟ ଲୋକେ ଆକ୍ରମଣ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ପ୍ରଥମ କ୍ଳିପ୍ ତାମିଲନାଡୁ ନୁହେଁ ବରଂ ହାଇଦରାବାଦ ସହରର ଅଟେ ଏବଂ ଦ୍ଵିତୀୟ ଭିଡିଓ ସମ୍ପ୍ରତ୍ତି ସମୟରେ ଘଟିଥିବା ତାମିଲନାଡୁର ଘଟଣା ଅଟେ। 

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ତାମିଲନାଡୁ ପୋଲିସ କହୁଛି କିଛି ହେଇନି, ତାହାଲେ ଏସବୁ ଭିଡ଼ିଓ କୋଉଠି କର ଉତ୍ତର ଦେବେ କି? କୁକୁର ହେଲେ ପାଗଳ ସାଙ୍ଗରେ ଧରି କି ହାତ୍ୟର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓରେ ଥିବା ପ୍ରଥମ କ୍ଳିପକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳସ୍ୱରୂପ, ଭାଇରାଲ୍ ଭିଡିଓକୁ କେନ୍ଦ୍ର କରି ଅନେକ ତେଲୁଗୁ ଭାଷା ସମ୍ବାଦ ଉପଲବ୍ଧ ଥିବା ମିଳିଲା। ୨୩ ଜାନୁୟାରୀ ୨୦୨୩ ରେ ଏକ ରିପୋର୍ଟରେ ଏହି ଭିଡିଓ ହାଇଦ୍ରାବାଦ ସହରର ବୋଲି କୁହାଯାଉଛି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

https://www.youtube.com/watch?v=23774u51Lwk

୨୩ ଜାନୁଆରୀ ୨୦୨୩ ରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୨ ଜାନୁଆରୀ ରେ ହାଇଦ୍ରାବାଦର ଜିଆଗୁଡା ବାଇପାସ୍ ରୋଡରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଛି। ୩୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ତିନୋଟି ଲୋକେ ଜନସାଧାରଣ ସାମନାରେ ହତ୍ୟା କରିଥିଲେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମ ସାଇନାଥ ବୋଲି ଚିହ୍ନଟ ହୋଇଛି। ସାଇନାଥଙ୍କ ଘର ହାଇଦ୍ରାବାଦର ଆମ୍ବରପେଟ ଅଞ୍ଚଳରେ ଥିଲା। ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ପୀଡିତ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ହେତୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ସମାନ ଖବର ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଛି। 

ଭାଇରାଲ ଭିଡିଓରେ ଥିବା ଦ୍ଵିତୀୟ କ୍ଳିପ୍ ବିଷୟରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୭ ଫେବ୍ରୁଆରି ୨୦୨୩ ରେ ଏନଡ଼ିଟିଭି ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଜଣେ ତାମିଲ ଭାଷାଭାଷୀ ବ୍ୟକ୍ତି ତିନି ଜଣ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରୁଥିବା ଏବଂ ଚଳନ୍ତା ଟ୍ରେନରେ ସେମାନଙ୍କୁ ଆକ୍ରମଣ କରୁଥିବା ନଜର ଆସିଛନ୍ତି। ଅନ୍ୟ ଯାତ୍ରୀ ମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରିବା ପରେ ମଧ୍ୟ ସେହି ବ୍ୟକ୍ତି ଜଣକ ଶ୍ରମିକମାନଙ୍କୁ ହଇରାଣ କରିବା ଜାରି ରଖିଥିଲେ। ଉକ୍ତ ବ୍ୟକ୍ତି ଜଣକ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟରେ ସ୍ଥାନୀୟ ଲୋକଙ୍କ ଚାକିରୀ ଛଡାଇ ନେବା ଅଭିଯୋଗ କରିଛନ୍ତି। ରାଜ୍ୟ ରେଳ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିଙ୍କ କୋଜ୍ ରେ ଲାଗିଛି।

Website

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ଦୁଇଟି କ୍ଲିପ୍ ମଧ୍ୟରୁ କେବଳ ଦ୍ଵିତୀୟ କ୍ଲିପ୍ ତାମିଲ ନାଡୁ ଏବଂ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ଜଡିତ ଭିଡିଓ ଅଟେ। ପ୍ରଥମ ଭିଡିଓ ହାଇଡେରାବାଦ ସହରର ଘଟଣା ଅଟେ ଯାହାର ତାମିଲ ନାଡୁରେ ଘଟୁଥିବା ହିଂସା ସହିତ କଉଆସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *