କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

Missing Context Social

ନିକଟରେ ପ୍ରମୁଖ ବିରୋଧୀ ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚ ୧୪ ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସେମାନଙ୍କୁ ବୟକଟ୍ କରିଛି। 

ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆଜ୍ ତକ୍ (ହିନ୍ଦୀ) ଚ୍ୟାନାଲର ପରିଚାଳନା ସମ୍ପାଦକ ଅଞ୍ଜନା ଓମ କଶ୍ୟପ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କର ଅନୈତିକ ଆଚରଣ ଯୋଗୁଁ ସମାଜ ପାଇଁ ଅପୂରଣୀୟ କ୍ଷତି କରିଛନ୍ତି।

ଦାବି କରା ଯାଉଛି ଯେ ବିରୋଧୀ ଦଳର ଇଣ୍ଡିଆ ମିଳିତ (INDIA Alliance) ସାମ୍ବାଦିକ ମାନଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ନିଜ ଅସଲି ରୂପ ବଦଳାଇ ଏପରି ମନ୍ତବ୍ୟ ଦେଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ସଠିକ ତଥ୍ୟ ଏବଂ ପ୍ରସଙ୍ଗ ବିନା ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଦଲାଲ ମିଡିଆ କୁ ଇଣ୍ଡିଆ ମେଣ୍ଟ ବହିଷ୍କାର ନିଷ୍ପତି ପରେ କିଛି ମିଡିଆ ସହଯୋଗୀଙ୍କ ଦଲାଲି କୁ ଅଞ୍ଜନା ଓମ୍ କଶ୍ୟପ ସ୍ବୀକାର କରୁଛନ୍ତି।”

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଦିଲ୍ଲୀରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (IIMC) ଦ୍ଵାରା ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରୁ ଆସିଛି। 

ଏହି କାର୍ଯ୍ୟକ୍ରମ ୧୨ ସେପ୍ଟେମ୍ବର ୨୦୨୩ ରେ ଆୟୋଜିତ କରା ଯାଇଥିଲା। ସମାନ ଦିନ ଅଞ୍ଜନା କଶ୍ୟପ ସେହି କାର୍ଯ୍ୟକ୍ରମର କିଛି ଫୋଟୋ ସେୟାର କରିଥିଲେ। ନିମ୍ନରେ ଆପାମ ମାନେ ତାହା ଦେଖି ପାରିବେ। 

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (IIMC) ମଧ୍ୟ ନିଜ ଅଫିସିଆଲ ଫେସବୁକ ପେଜରେ ସମାନ କାର୍ଯ୍ୟକ୍ରମର ଫୋଟୋ ସେୟାର କରିଛି। ପୋଷ୍ଟରେ କୁହା ଯାଇଛି, “ଅଧ୍ୟାପନା ସମୟରେ ମୁଖ୍ୟ ଅତିଥି ଶ୍ରୀମତୀ ଅଞ୍ଜନା ଓମ୍ କଶ୍ୟପ କହିଛନ୍ତି ଯେ ସଫଳତାର ଏକମାତ୍ର ପଥ ହେଉଛି କଠିନ ପରିଶ୍ରମ। ସେ ଆହୁରି ମଧ୍ୟ ଯତ୍ନଶୀଳ ଫ୍ୟାକ୍ଟ-ଚେକିଙ୍ଗ, ସ୍କ୍ରିପ୍ଟ ଲେଖିବାର କୌଶଳ ଏବଂ ବିଷୟଗୁଡ଼ିକର ଗଭୀର ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ।”

https://www.facebook.com/IIMC1965/posts/pfbid07deDHX2JrDvsXJsrVGKWeqBK3zBKpvFVhzyhsiVaZPFdSostat7YShWM4t3DfP3tl

ନିମ୍ନରେ ଥିବା ତୁଳନାତ୍ମକ ଫୋଟୋରେ ଆପଣ ମାନେ ଦେଖି ପାରିବେ ଯେ ଭାଇରାଲ ଭିଡିଓ ଏବଂ IIMC ଦ୍ଵାରା ସେୟାର କରା ଯାଇଥିବା ଫୋଟୋରେ ଅଞ୍ଜନା ଓମ୍ କଶ୍ୟପ ସମାନ ପୋଷାକ ପିନ୍ଧିଛନ୍ତି। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ IIMC ସହିତ ଯୋଗାଯୋଗ କରିଲା। ସେମାନେ ଆମକୁ ସୂଚନା ଦେଲେ ଯେ, “୧୨ ସେପ୍ଟେମ୍ବର ରେ IIMC ରେ ଅନୁଷ୍ଠିତ ହୋଇଥିବା ସାକ୍ଷାତକାର କାର୍ଯ୍ୟକ୍ରମରୁ ଏହି ଭିଡିଓଟି ଆସିଛି। ଅଞ୍ଜନା ଓମ୍ କାଶ୍ୟପ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ। ସେ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବାବେଳେ ଏହି ଭିଡିଓ ନିଆଯାଇଥିଲା।”

ବିରୋଧୀ ଦଳର ‘ଇଣ୍ଡିଆ ଆଲାଇନ୍ସ’ ୧୪ ସେପ୍ଟେମ୍ବର ରେ କିଛି ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ପ୍ରତିନିଧୀ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲା। କଂଗ୍ରେସ ନେତା ପୱନ ଖେଡା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଇଣ୍ଡିଆ ଆଲାଇନ୍ସ ଦ୍ଵାରା ବୟକଟ୍ କରା ଯାଇଥିବା ୧୪ ସାମ୍ବାଦିକଙ୍କ ତାଲିକା ହେଉଛି- ଆଦିତି ତ୍ୟାଗୀ, ଅମଣ ଚୋପଡ଼ା, ଆମିଷ ଦେବଗନ, ଆନନ୍ଦ ନରାଶିମ୍ହା, ଅର୍ଣ୍ଣବ ଗୋସ୍ଵାମୀ, ଅଶୋକ ଶ୍ରିବାସାତବ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନାଭିକା କୁମାର, ପ୍ରାଚୀ ପରାଶର, ରୁବିକା ଲିୟାକତ, ଶିବ ଅରୁର, ସୁଧୀର ଚୌଧରି ଏବଂ ସୁଶାନ୍ତ ସିହ୍ନା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଭିଡିଓ IIMC ଦ୍ଵାରା ୧୨ ସେପ୍ଟେମ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଭିଡିଓ ଅଟେ ଯାହା ବିରୋଧୀ ଦଳର ଟିଭି ସାମ୍ବାଦିକ ମାନଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପୂର୍ବର ଭିଡିଓ ଅଟେ। ଭାଇରାଲ ଭିଡିଓକୁ ଅସମ୍ପୂର୍ଣ୍ଣ ତଥ୍ୟ ଏବଂ ବୀନା ସଠିକ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *