କ’ଣ ଜି-୨୦ ରେ ରଘୁପତି ରାଘବ ଭଜନରୁ ଆଲ୍ଲାର ନାମକୁ ହଟେଇ ଦିଆ ଯାଇଛି? ଜାଣନ୍ତୁ ସତ୍ୟ। 

Altered Social

ଜି-୨୦ ସମିଟ୍ ସମୟରେ ବିଶ୍ଵ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟର ପରିଦର୍ଶନ କରିଥିଲେ। ସେହି ଅବସରର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ନେତାଙ୍କୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ଆଡକୁ ଅଗ୍ରସର ହେଉଥିବା ଏବଂ ଦର୍ଶନ କରୁଥିବା ଦେଖିପାରିବେ। ଏହି ଭିଡିଓରେ ରଘୁପତି ରାଘବ ରାଜା ରାମ ଭଜନ ଅଭିନୟ କର ଯାଉଛି। ଦାବି କରା ଯାଉଛି ଯେ ରଘୁପତି ରାଘବ ରାଜା ରାମ ଭଜନ ରେ “ଆଲ୍ଲା” ଶବ୍ଦକୁ ହଟାଇ ଶ୍ୟାମ ଏବଂ ଧନୁଧାରି ସୀତାରାମ ଯୋଡା ଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭଜନର ଶବ୍ଦଗୁଡିକୁ ଏଡିଟ୍ କରା ଯାଇଛି। ନିମ୍ନରେ ଆପଣ ମାନେ ବିସ୍ତାରରେ ଆମର ଫ୍ୟାକ୍ଟ ଚେକ୍ ପଢି ପାରିବେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଆଉ ଆଲ୍ଲା ନାହିଁ….. ଧନୁଷଧାରୀ ରାଜା ରାମ ହେଇଯାଇଛି

Facebook | Archive

ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ମିଳିଲା। ଏହି ପୋଷ୍ଟରେ କୁହା ଯାଇଛି, “ଧ୍ୟାନ ଦେଇ ସୁନନ୍ତୁ, ରଘୁପତି ରାଘବ ରାଜା ରାମ ଭଜନରେ ଆଲ୍ଲା ଶବ୍ଦ ହଟାଇ ଶ୍ୟାମ ଏବଂ ଧନୁଧାରୀ ସୀତାରାମ ଯୋଡା ଯାଇଛି।”

ଆମ ଅନୁସନ୍ଧାନ: 

ଦାବିର ଯାଞ୍ଚ କରିବା ପାଇଁ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ସମାନ ଭିଡିଓ ଆମକୁ ୧୦ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ଉଛଣା ଅନୁଯାୟୀ, ଜି-୨୦ ରେ ଯୋଗଦାନ ଦେଇଥିବା ବିଶ୍ଵର ନେତା ମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। 

ଉପରୋକ୍ତ ଭିଡିଓର ୬.୩୬ ମିନିଟ୍ ସମୟରୁ ଆପଣ ମାନେ ରଘୁପତି ରାଘବ ଭଜନ ସୂନୀ ପାରିବେ। ୭.୪୦ ମିନିଟ୍ ସମୟରୁ ଆପଣ ମାନେ ସୂନୀ ପାରିବେ ଯେ ଭଜନରେ ଆଲ୍ଲା ଶବ୍ଦ ଉଚ୍ଚାରଣ ହେଇଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ରଘୁପତି ରାଘବ ରାଜା ରାମ ଭଜନରୁ ଆଲ୍ଲା ଶବ୍ଦକୁ ହଟାଇ ଦିଆ ଯାଇ ନାହିଁ। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓ ମଧ୍ୟରେ ପାର୍ଥକ୍ୟ ଏବଂ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ଅସଲି ଭିଡିଓରେ ରଘୁପତି ରାଘବ ରାଜା ରାମ ଭଜନରୁ ଆଲ୍ଲାଙ୍କ ନାମ ଅପସାରିତ କରା ଯାଇ ନାହିଁ। 

Avatar

Title:କ’ଣ ଜି-୨୦ ରେ ରଘୁପତି ରାଘବ ଭଜନରୁ ଆଲ୍ଲାର ନାମକୁ ହଟେଇ ଦିଆ ଯାଇଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *