
୨୨ ଜାନୁଆରୀରେ ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଭାଲୁ ଏକ ଗ୍ରାମରେ ଦଉଡୁଛନ୍ତି। ଦାବି କରା ଯାଉଛି ଯେ ଏହି ଦୃଶ୍ୟଟି ଅଯୋଧ୍ୟାରୁ ଆସିଛି ଏବଂ ଏହି ଭାଲୁ ମାନେ ପ୍ରଭୁ ରାମଙ୍କ ଦର୍ଶନ କରିବାକୁ ଆସିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ମଧ୍ୟପ୍ରଦେଶର ଶହଡୋଲ ଅଞ୍ଚଲର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଶୁଣିବା ପାଇଁ ମିଳୁଛି କି ଭାଲୁ ମାନଙ୍କର ଗୋଟିଏ ଦଳ ନିଜ ଶାବକ ମାନଙ୍କ ସହିତ ଅଯୋଧ୍ୟା ପହଞ୍ଚିଛି…! ଏହା କୌଣସି ଚମତ୍କାର ହେଉ ଅବା ସଂଯୋଗ ମାତ୍ର… ପ୍ରଭୁଙ୍କ ଲୀଳା କେବଳ ପ୍ରଭୁଙ୍କୁ ହିଁ ଜଣା…! ଜୟ ଶ୍ରୀ ରାମ”
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଉଷା ଏକ୍ସପ୍ରେସ ନ୍ୟୁଜ୍ ନାମକ ଚ୍ୟାନାଲରେ ସମାନ ଭିଡିଓ ୪ ଜାନୁଆରୀରେ ପ୍ରସାରିତ ହେଇଥିବା ମିଳିଲା। ଏହା ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଏହି ଭିଡିଓ ମଧ୍ୟପ୍ରଦେଶର ଶହଡୋଲ ଅଞ୍ଚଳର ଅଟେ। ଶହଡୋଲର ବନସୁକଲି ଗ୍ରାମରେ ଭାଲୁ ମାନଙ୍କର ଏକ ପଲ ପ୍ରବେଶ କରିଥିବାକୁ ଗ୍ରାମ ବାସୀ ସେମାନଙ୍କୁ ସେଠାରୁ ଭଗାଇଥିଲେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଇଟିଭି ଭାରତର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାର ଅମଝୋର ବଣରୁ ୫ ଟି ଭାଲୁର ଏକ ପଲ ଗ୍ରାମରେ ପ୍ରବେଶ କରିଥିଲା। ଏହି କାରଣରୁ ଗ୍ରାମ ବାସୀଙ୍କ ମଧ୍ୟରେ ଭୟ ଏବଂ ଦଉଡା-ଦଉଡି ଆରମ୍ଭ ହୋଇଥିଲା। ଗ୍ରାମ ବାସୀଙ୍କ ପାଟି ସୁଣୀ ଭାଲୁ ପଲ ସେଠାରୁ ପଳାଇଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଲୁଙ୍କ ଏକ ପଲର ଏହି ଭିଡିଓ ଅଯୋଧ୍ୟାର ନୁହେଁ, ବରଂ ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାର ଘଟଣା ଅଟେ। ଏହାର ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଲୁ ମାନଙ୍କର ଏକ ଦଳ ଅଯୋଧ୍ୟାରେ ଦେଖା ଯାଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
