ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

Communal False

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି। 

କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି ମିଥ୍ୟା ଅଟେ। ଏହା ବାଂଲାଦେଶର ଏକ ମସଜିଦର ଭିଡିଓ ଅଟେ। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଶିରଡି ସାଇ ମନ୍ଦିରରେ ଦାନ ଦିଆ ଯାଇଥିବା ନଗଦ ଟଙ୍କାକୁ ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି। 

ଜଣେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ଶିରିଡି ସାଇ ବସ୍ତା ରେ ରୋଜବାର କୁଆଡେ ଯାଉଛି?? ସମସ୍ତ ହିନ୍ଦୁ ମାନେ ଦେଖନ୍ତୁ”

Facebook | Archive

ସମାନ ଭିଡିଓ ଆପଣ ମାନେ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ଯେଉଁ ଗୁନିରେ ନଗଦ ଟଙ୍କା ଭରା ଯାଉଥିଲା ସେଥିରେ ବଙ୍ଗଳା ଭାଷାରେ କିଛି ଲେଖା ହୋଇଥିଲା। ଆମେ ଏହା ମଧ୍ୟ ଜାଣିଛୁ ଯେ ଶିରଡି ସାଇ ମନ୍ଦିର ମାହାରାଷ୍ଟ୍ରରେ ଅବସ୍ଥିତ। ତେଣୁ ଏହି ଭିଡିଓର ଶିରଡି ସାଇ ମନ୍ଦିରର ଘଟଣା ଦାବି ଉପରେ ଆମକୁ ସନ୍ଦେହ ହେଲା। ନିମ୍ନରେ ଆପଣ ମାନେ ଗୁନି ଗୁଡିକର ଫୋଟୋ ଦେଖି ପାରିବେ। 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୬ ମଇ ୨୦୨୩ ରେ ଜାଗି ନ୍ୟୁଜ୍ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏଥିରେ, ଆମେ ସମାନ ଦୃଶ୍ୟ ଦେଖିବାକୁ ପାଇଲୁ ଯାହା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପାଗଲା ମସଜିଦର ଦାନ ବାକ୍ସରେ ୧୯ ଟି ଗୁନି ବାଂଲାଦେଶୀ ଟାକା (ବାଂଲାଦେଶୀ ମୁଦ୍ରା) ମିଳିଲା। ଆପଣ ସେହି ଭିଡିଓକୁ ନିମ୍ନରେ ଦେଖିପାରିବେ |

ଉପରୋକ୍ତ ଭିଡିଓରେ ଆମେ ଦେଖିଲୁଯେ ଗୁନିରେ ଟଙ୍କା ଭାରୁଥିବା ବେଳେ ସେଠାରେ ନୀଳ ପୋଷାକରେ ସମାନ ବ୍ୟକ୍ତିଙ୍କୁ ଛିଡା ହୋଇଥିବା ଦେଖିବାକୁ ପାଇଲୁ। ତାଙ୍କ ପୋଷାକରେ ବଙ୍ଗଳା ଭାଷାରେ କିଛି ଲେଖା ହୋଇଛି।

ଆମେ ଗୁଗୁଲ ଲେନ୍ସ ସାହାଯ୍ୟତାରେ ତାହାର ଅନୁବାଦ କରିଲୁ। ପୋଷାକରେ ଲେଖା ହୋଇଛି “ଆପ୍ନା ମସଜିଦ ଇସଲାମିକ କମ୍ପ୍ଲେକ୍ସ ସିକ୍ଯୁରିଟି ଗାର୍ଡ”

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ଶିରଡି ସାଇ ମନ୍ଦିର ନୁହେଁ କିନ୍ତୁ ଏକ ମସଜିଦର ଅଟେ। 

ଭିଡିଓରେ ଆମେ ଦାନପାତ୍ରରେ ଟଙ୍କା ଥିବା ଦେଖିଲୁ। ସେଥିରେ ଆମେ ଦେଖିଲୁ ଯେ ସେହି ଟଙ୍କା ଗୁଡିକରେ ସଂଖ୍ୟା ବଙ୍ଗଳା ଭାଷାରେ ଲେଖା ଯାଇଛି ଏବଂ ନୋଟ୍ ରେ ଗାନ୍ଧୀଜିଙ୍କର ଚିତ୍ର ମଧ୍ୟ ନାହିଁ। ଆମେ ବାଂଲାଦେଶର ନୋଟର ଫୋଟୋ ଗୁଗୁଲରୁ ସର୍ଚ୍ଚ କରି ଭାଇରାଲ ଭିଡିଓରେ ଥିବା ନୋଟ୍ ସହିତ ତୁଳନା କରିଲୁ। ଫଳାଫଳରେ ଆମେ ଦୁଇଟି ନୋଟ୍ ମଧ୍ୟରେ ସମାନତା ଦେଖିବାକୁ ପାଇଲୁ। ଦୁଇଟି ନୋଟର ରଙ୍ଗ ଏକା, ସେଥିରେ ଚିତ୍ର ସମାନ ଏବଂ ସଂଖ୍ୟା ବଙ୍ଗଳା ଭାଷାରେ ଲେଖା ଯାଇଛି। 

୬ ମେ ରେ ସୋମୋଇନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବାଂଲାଦେଶର କିଶୋରଗଞ୍ଜରେ ବସ୍ଥିତ ପାଗଲା ମସଜିଦରେ ଥିବା ଦାନ ବାକ୍ସରେ 19 ଅଖା ଟାକା ବାହାରିଛି। ପ୍ରତି ତିନି ମାସରେ ଗଣନା କରାଯାଏ ବୋଲି କୁହାଯାଇଛି। ଜାନୁଆରୀରେ ଗଣନା କରିବା ପରେ ଏଥର ଚତୁର୍ଥ ମାସରେ ଗଣନା କରାଯାଉଛି | ଏହା କୁହାଯାଇଛି ଯେ କିଶୋରଗଞ୍ଜ ଅତିରିକ୍ତ ଡେପୁଟି କମିଶନର ଏଟିଏମ୍ ଫରହାଦ୍ ଚୌଧରିଙ୍କ ନେତୃତ୍ୱରେ ମସଜିଦର ଆଠଟି ବଡ଼ ଲୁହା ବାକ୍ସ ଖୋଲାଯାଇଥିଲା।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଶିରଡି ସାଇ ମନ୍ଦିରରର ନୁହେଁ। ଏହା ବାଂଲାଦେଶର ଏକ ମସଜିଦର ଭିଡିଓ ଅଟେ ଯାହାକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

Avatar

Title:ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *