ଗୁଜୁରାଟର ଚୁଲି ଜୈନ ମନ୍ଦିର ଭିଡିଓକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଛି।

False Social

ସୋସିଆଲ ମିଡିଆରେ ଏକ ମନ୍ଦିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଅତ୍ୟନ୍ତ ସୂନ୍ଦର ଦେଖାଯାଉଥିବା ଏହି ମିନ୍ଦିର ଅଯୋଧ୍ୟାର ରାମ ମନ୍ଦିର ଅଟେ। ଭିଡିଏରେ ରାମ ମନ୍ଦିର ପ୍ରସ୍ତୁତି ପ୍ରଣାଣିକୁ ଦର୍ଶା ଯାଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ମନ୍ଦିର ରାମ ମନ୍ଦିର ନୁହେଁ।

25 ଜୁଲାଇରେ Rasmita Senapati ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ବର୍ତ୍ତମାନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ*। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବ ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  25 ଜୁନ 2021ରେ Finite 2 Infinite ୟୁଟ୍ୟୁବ ଚ୍ୟାନେଲରେରେ ସମାନ ଭାଇରାଲଭିଡିଓ ପାଇଲୁ।  ଭିଡିଓ ବର୍ଣ୍ଣନା ଅନୁଯାୟୀ, ଭିଡିରେଥିବା ମନ୍ଦିର ଗୁଜୁରାଟର ଚୁଲି ଜୈନ ମନ୍ଦିର ହାଲଭାଡ ଧରଙ୍ଗଧର ରାଜପଥରେ ଅବସ୍ଥିତ ଏବଂ ଧରଙ୍ଗଧର ସହରଠାରୁ ହାଲଭାଡ ଆଡକୁ 12 କିଲୋମିଟର ଦୂରରେ ଅବସ୍ଥିତ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

https://www.youtube.com/watch?v=NunTAD5OA-s

ଉପୋରକ୍ତ ସୂଚନା ଅନୁସାରେ ଆମେ ଚୁଲି ଜୈନ ମନ୍ଦିର ବିଷୟର ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଗୁଜୁରାଟ ଚୁଲି ଜୈନ ମନ୍ଦିର ସହିତ ସମାନ ଫଟୋ ପାଇଲୁ। ଏକ BHARATKHAND DARSHAN ଏହା ମଧ୍ୟ କହିଛି ଯେ ଗୁଜୁରାଟର ହାଲଭାଡ- ଧରଙ୍ଗଧର ରାଜପଥରେ ଏହା ପ୍ରକୃତରେ ଜୈନ ମନ୍ଦିର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

Google Map ଭାଇରାଲ ଭିଡିଓରେ ଦେଖାଯାଉଥିବା ମିନ୍ଦିର ଫଟୋ ଦେଖିପାରିବେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେଥିବା ମନ୍ଦିର ଗୁଜୁରାଟର ଚୁଲି ଜୈନ ମନ୍ଦିରର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ପରେ ଆମେ ଅଯୋଧ୍ୟା ରାମ ମନ୍ଦିରରେ ନିର୍ମାଣ କାର୍ଯ୍ୟ ବିଷୟରେ ଜାଣିବାକୁ ସର୍ଚ୍ଚ କରିଲୁ। 31 ମଇ 2021   Shri Ram Janmbhoomi Teerth Kshetra ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟୁଇଟ୍ ପାଇଲୁ। ଏଥିରେ, ଚାରୋଟି ଚିତ୍ର ଆକାରରେ ଭିତ୍ତିପ୍ରସ୍ତର ବିଷୟରେ ସୂଚନା ଦିଆଯାଇଥିଲା।  ଏହା ପ୍ରକାଶ କରିଛି ଯେ ବର୍ତ୍ତମାନ ରାମମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଅଯେଧ୍ୟା ରାମ ମନ୍ଦିର ନିର୍ମାଣର ନୁହେଁ ଗୁଜୁରାଟର ଚୁଲି ଜୈନ ମନ୍ଦିରର ଅଟେ।

Avatar

Title:ଗୁଜୁରାଟର ଚୁଲି ଜୈନ ମନ୍ଦିର ଭିଡିଓକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *