
କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
21 ନଭେମ୍ବରରେ Tusar Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛମନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ମାସ୍କ ନ ପିନ୍ଧିଥିବାରୁ ବ୍ୟକ୍ତି କୁ ପୋଲିସ ଗିରଫ କରୁଥିବା ଭିଡିଓ ଦିଲ୍ଲୀର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଆଜିର ଦିଲ୍ଲୀ,,,,,,,. #Covid_19, ଦିଲ୍ଲୀ ରେ ବିନା ମାସ୍କ ରେ ଘରୁ ବାହାରୁଥିବା ବ୍ୟକ୍ତିଙ୍କ ପ୍ରତି ପୋଲିସ ର କାର୍ଯ୍ୟାନୁଷ୍ଠନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକଥର ସେୟାର ଏବଂ ଅନେକ ଲାଇକ କମେଣ୍ଟ ମିଳିଥିବା ବେଳେ ପୋଷ୍ଟକୁ 1000ରୁ ଅଧିର ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମାସ୍କ ନ ପିନ୍ଧିଥିବା ବ୍ୟକ୍ତି କୁ ପୋଲିସ ଗିରଫ କରୁଥିବା ଭିଡିଓ ଦିଲ୍ଲୀର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ କୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ଏହା ପରେ ଆମେ ଭାଇରାଲ ଭିଡିଓ କୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଭିଡିଓକୁ ଭଲରେ ଦେଖିଲୁ। ଯେଉଁଥିରେ ପୋଲିସ ଜିପରେ MP 03 7578 ଲେଖାଯାଇଛି। ଏଥିରୁ ଆମକୁ ଜାଣିବା କୁ ପାଇଲୁ ଯେ, ଭିଡିଓରେଥିବା ଜିପ ଦିଲ୍ଲୀର ନୁହେଁ। ତଳେ ଭିଡିଓରେଥିବା ଫଟୋ ଦେଖନ୍ତୁ।
ଏହା ପରେ ଆମେ ଫଟୋରେଥିବା ନମ୍ବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। mptransport ପେଜରେ ଜିପରେ ନମ୍ବର ପାଇଲୁ। ଯାହାକି ମଧ୍ୟପ୍ରଦେଶର ଜଣା ପଢ଼ଚି। ଜିପର ମାଲିକ ଭୋପାଲ ଡାଇରେକ୍ଟର ପୋଲିସଙ୍କର ଅଟେ। ଯାହାକି 27-9-2012ରେ ଇସୁ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-mptransport । Archive
ପରେ ଆମେ ଏହାକୁ ନେଇ ଗୁଗଲରେ ସର୍ଚ୍ଚ କରିଲୁ। ଗୁଗୁଲରେ MP police arrested man for not wearing mask, video ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 22 ନଭେମ୍ବରେ zeenews ପେଜରେ ପ୍ରକାଶିତ ଭାଇରାଲ ଭିଡିଓ ମିଳିଲା। ଖବର ଅନୁସାରେ ଉଜେନରେ ଯେଉଁମାନେ ମାସ୍କ ନ ପିନ୍ଧିଥିବା ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସହରରେ ଚାଲିଥିବା ଏହି ଅଭିଯାନରେ ପୋଲିସ ଲୋକଙ୍କୁ ଅସ୍ଥାଇ ଜେଲରେ 10 ଘଣ୍ଟା ପାଇଁ ରଖିଥିଲା। ତେବେ 21 ନଭେମ୍ବରରେ ଜଣେ ଯୁବକ ମାସ୍କ ନ ପିନ୍ଧିଥିବାରପ ପୋଲିସ ଗିରଫ କରୁଥିବା ସମୟରେ ଯୁବକ ଜଣକ ରାସ୍ତାରେ ଶୋଇ ପଡ଼ିଥିଲା। ଯାହାକି ଆପଣ ଭାଇରାଲ ଭିଡିଓରେ ଦେଖି ପାରୁଥିବେ। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- zeenews । Archive
ଏହା ପରେ ଆମକୁ MP TAK ୟୁଟ୍ୟୁବ ପେଜରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଦିଲ୍ଲୀର ନୁହେଁ ବରଂ ମଧ୍ୟପ୍ରଦେଶର ଅଟେ। ଭିଡିଓର 0.44 ରେ ମଧ୍ୟପ୍ରଦେଶର ଉଜେନ ପୋଲିସ ଏଡିଶ୍ନଲ ଏସପି ଅମର୍ନ୍ଦ୍ର ସିଂହ ତାଙ୍କ ବୟାନ ଦେଉଥିବାର ଦେଖିପାରିବେ। ଯେଉଁଥିରେ ସେ କହୁଛନ୍ତି ଯେ, ରାଜ୍ୟର ଅଲଗା ଅଲଗା ଜାବାରେ ଅସ୍ଥାଇ ଜେଲ କରାଯାଇଛି। ଯେଉଁଥିରେ ସହରରେ ବିନା ମାସ୍କ ପିନ୍ଧି ବୁଲୁଥିବା ଲୋକଙ୍କୁ 10 ଘଣ୍ଟା ପର୍ଯ୍ୟନ୍ତ ରଖି ଦଣ୍ଡ ଦିଆଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ମାସ୍କ ନ ପିନ୍ଧିଥିବା ବ୍ୟକ୍ତି କୁ ପୋଲିସ ଗିରଫ କରୁଥିବାର ଭିଡିଓ ଦିଲ୍ଲୀର ନୁହେଁ ବରଂ ମଧ୍ୟପ୍ରଦେଶ ଉଜେନର ଅଟେ।

Title:ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False