କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତାକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

False Political

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର କରାଚି ସହରର ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ଯ୍ବହାରକାରୀ ଦାବି କରିଛନ୍ତି, “ଆମ ଗର୍ବ ଗୌରବର ପ୍ରତୀକ ଜାତୀୟ ପତାକାକୁ ପାଦରେ ମାଡି, ଗାଡି ଚଢ଼େଇ କେରଳ କଣ ଆମକୁ ଶିକ୍ଷା ଦେଉଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓର ଏକ ଫୋଟୋ ଗୋଟିଏ ଟୁଇଟରେ ମିଳିଲା ଯାହାକି ୧୦ ମାର୍ଚ୍ଚ ୨୦୨୦ ରେ ପୋଷ୍ଟ କରା ଯାଇଥିଲା।

Archive

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମକୁ ‘ସନମ ବୁଟିକ୍’ ନାମରେ ଏକ ଦୋକାନ ଦେଖିବାକୁ ମିଳିଲା। ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଦୋକାନ ପାକିସ୍ତାନର କରାଚି ସହରର ତାରିକ ରୋଡ୍ ନାମକ ସ୍ଥାନରେ ଅବସ୍ଥିତ ଅଟେ। 

କରାଚି ଷ୍ଟ୍ରିଟ୍ ଭ୍ୟୁ- ପାକିସ୍ତାନ ନାମକ ୟୁଟ୍ୟୁବ ଚ୍ୟାନାଲର ୧୫ ମିନିଟ ୫୮ ସେକେଣ୍ଡ ରେ ଭାଇରାଲ ଭିଡିଓର ସ୍ଥାନ ଦେଖିବାକୁ ମିଳିଛି। 

ନିମ୍ନରେ ଆପଣ ମାନେ ଫୋଟୋର ତୁଳନା ଦେଖି ପାରିବେ। 

ଏହା ବାବଦ ଆମକୁ ଉପରୋକ୍ତ ଭିଡିଓରେ ଗୋଟିଏ ଧଳା ରଙ୍ଗ ଭ୍ୟାନ୍ ରେ ‘ଦି ହୁନର ଫାଉଣ୍ଡେସନ୍’ ମଧ୍ୟ ଲେଖା ହେଇଥିବା ମିଳିଲା। ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପାକିସ୍ତାନର ଏକ ସଂସ୍ଥା ଅଟେ ଯାହାର ସ୍ଥାପନା ୨୦୦୮ ରେ ହୋଇଥିଲା। 

Archive

ଭାଇରାଲ ଭିଡିଓରେ ଦେଖା ଯାଉଥିବା ଅଟୋରିକ୍ସା ମଧ୍ୟ ଭାରତର ଅଟୋ ଠାରୁ ବିଭନ୍ନ ବୋଲି ଜଣା ପଡିଛି। ଏହି ଲିଙ୍କ୍ ରେ ଆପଣ ମାନେ କେରଳର ଅଟୋର ଫୋଟୋ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ କେରଳ ନୁହେଁ ବରଂ ପାକିସ୍ତାନର କରାଚିର ଅଟେ। ପାକିସ୍ତାନର ପୁରୁଣା ଭିଡିଓକୁ କେରଳର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତାକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *