
ବୁର୍କାର ଜଣେ ମହିଳା ‘ଆଜାଦି’ର ସ୍ଲୋଗାନ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳର ନେତାଙ୍କଠାରୁ ସ୍ୱାଧୀନତା ମାଗୁଥିବାର ଦେଖାଯାଉଛନ୍ତି। ହିନ୍ଦୀ କ୍ୟାପସନରେ ଲେଖାଅଛି, ମୁସ୍ଲିମ ଲୋକମାନେ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା ଚାହୁଁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉ।ଭିଡିଓରେ ଥିବା ମହିଳା କହୁଛନ୍ତ “ଭାରତ ମାତା କି ଜୟ, ଆମକୁ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା, ଅଖିଳେଶଙ୍କଠାରୁ ସ୍ୱାଧୀନତା, ମାୟା (ମାୟାବତୀ) ଦିଦିଙ୍କଠାରୁ ସ୍ୱାଧୀନତା ଦରକାର। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା ମହିଳା
31 ଅକ୍ଟୋବରରେ Rasmita Senapati ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁସ୍ଲିମ ମହିଳା ଏବଂ ଲୋକମାନେ ରାହୁଲ ଗାନ୍ଧୀ, ଅଖିଳେଶ ଏବଂ ମାୟାବତୀ ଠାରୁ ସ୍ୱାଧିନତା ମାଗୁଛନ୍ତି। ଆମ ଅନୁସନ୍ଧାମ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଏବେ ମୁସ୍ଲିମ ମହିଳା ଏବଂ ଲୋକମାନେ ରାହୁଲ ଗାନ୍ଧୀ, ଅଖିଳେଶ ଏବଂ ମାୟାବତୀ ଠାରୁ ସ୍ୱାଧିନତା ମାଗୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 13 ଜାନୁଆରି The Calm Indian ପେଜରେ ଭାଇରାଲ ଭିଡିଓ ପୋଷ୍ଟ ହେଇଥିବାର ପାଇଲୁ। ଖବର ଅନୁସାରେ ଭିଡିଓରେ ସ୍ଲୋଗାନ ଦେଉଥିବା ମହିଳାଙ୍କ ନାମ ହେଉଛି ନିଘାଟ ଅବ୍ବାସ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଏହି ନାମରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Nighat Abbassଙ୍କର ଏକ ପୁପୁଣା ଟ୍ୱିଟ ମିଳିଲା। ଯେଉଁଥିରେ ଯେଉଁଥିରେ ସେ ଏହି ଭିଡିଓ ବିଷୟରେ ସୂଚନା ଦେଇଛନ୍ତି। 16 ଜୁନ୍ 2020 ରେ ଏକ ଟୁଇଟ୍ ଜବାବରେ ସେ ଲେଖିଛନ୍ତି ଯେ,ଏହି ଭିଡିଓକୁ 2019 ଲୋକସଭା ଅଭିଯାନରେ ମନୋଜ ତିୱାରୀ ଜି କ୍ଷେତ୍ରରେ ଦିଲ୍ଲୀ ପ୍ରଦେଶ ମିଡିଆ ପ୍ୟାନେଲିଷ୍ଟ ନିଘତ ଅବ୍ବାସ ମାନେ ମୋ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଭିଡିଓରେ ସମସ୍ତ ମୁସଲମାନ ବିଜେପିକୁ ସମର୍ଥନ ଏବଂ ଭଲ ପାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ 7 ମେ 2019ରେ Nighat Abbass ତାଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୋ ସହ ମୁସଲିମ ସମାଜ କଂଗ୍ରେସ ଏବଂ କେଜ୍ରିୱାଲଙ୍କ ଠାରୁ ସ୍ୱାଧୀନତା ଦାବି କରି ସ୍ୱର ଉତ୍ତୋଳନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Nighat Abbass ଟ୍ୱିଟର ଆକାଉଣ୍ଟରେ ପ୍ରକାଶିତ ହୋଇଥଇବା ବାୟୋଡାଟା ହିସାବରେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳା ହେଉଛନ୍ତି ଦିଲ୍ଲୀ ବିଜେପି ମୁଖପାତ୍ର ନିଘତ ଅବ୍ବାସ। ତାଙ୍କ ଯାଞ୍ଚ ହୋଇଥିବା ଟ୍ୱିଟର ପ୍ରୋଫାଇଲର ବାୟୋରେ ଦିଆଯାଇଥିବା ସୂଚନା ନିଶ୍ଚିତ କରେ ଯେ ସେ ଦିଲ୍ଲୀ ବିଜେପିର ମୁଖପାତ୍ର ଅଟନ୍ତି। ସେ ଟ୍ୱଟରରେ 2016 ମସିହାରୁ ଅଛନ୍ତି । ଏବଂ ଟ୍ୱିଟରରେ 2 ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ନିଘାତ ଏବ୍ବାସ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସମ୍ପର୍କ ହୋଇ ପାରିଲା ନାହିଁ। ତେବେ ମିଳିଥିବା ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେଥିବା ମୁସ୍ଲିମ ମହିଳା ବିଜେପି ଦିଲ୍ଲୀ ବିଜେପିର ମୁଖପାତ୍ର ଅଟନ୍ତି।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେଥିବା ମୁସ୍ଲିମ ମହିଳା ସାଧାରଣ ମୁସ୍ଲିମ ମହିଳା ନୁହଁନ୍ତି ବରଂ ବିଜେପି ଦିଲ୍ଲୀ ବିଜେପିର ମୁଖପାତ୍ର ଅଟନ୍ତି। ଏହି ଭିଡିଓ 2019 ଲୋକସଭା ନିର୍ବାଚନ ସମୟରେ ମନୋଜ ତିୱାରୀଙ୍କ ନିର୍ବାଚନମଣ୍ଡଳୀ ସହିତ ଏକ ନିର୍ବାଚନ କାର୍ଯ୍ୟକ୍ରମ ସହିତ ଜଡିତ ଅଟେ।

Title:କଂଗ୍ରେସଠାରୁ ସ୍ୱାଧିନତା ମାଗୁଥିବା ମୁସ୍ଲିମ ମହିଳା କିଏ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: Missing Context
