
ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଦୂଷଣର କାରଣ ଭୋଟ ଚୋରୀ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏହି କଥା ନେଇ ସୋସିଆଲ ମିଡିଆରେ ତାଙ୍କର ପରିହାସ କର ଯାଉଛି।
କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଡେକାନ୍ କ୍ରୋନିକାଲ୍ସ ର ଟୁଇଟର ହେଣ୍ଡେଲରେ ୧୪ ଡିସେମ୍ବର ୨୦୨୫ ରେ ଅପ୍ଲୋଡ ହେଇଥିବା ମିଳିଲା।
ଏହି ଭିଡିଓରେ, ରାହୁଲ ଗାନ୍ଧୀଙ୍କୁ କହୁଛନ୍ତି, “ଏହି ଭୋଟ ଚୋରି କେବଳ ଭୋଟ ଚୋରି ନୁହେଁ…ଏହା ଆମ୍ବେଦକର ଜୀଙ୍କ ସମ୍ବିଧାନ ଉପରେ ଆକ୍ରମଣ। ସମ୍ବିଧାନରେ ଲେଖା ଅଛି ଯେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଭୋଟ ମିଳିବା ଉଚିତ। ତେଣୁ, ସର୍ବପ୍ରଥମେ, ଭୋଟ ଚୋରି ଆମ୍ବେଦକର ଜୀଙ୍କ ସମ୍ବିଧାନ ଉପରେ ଆକ୍ରମଣ ଏବଂ ସେମାନେ ଭୋଟ ଚୋରି କରି ସରକାର ଚଳାଉଛନ୍ତି। ସେମାନେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସମାପ୍ତ କରିଛନ୍ତି, ଭୁଲ GST ଲାଗୁ କରିଛନ୍ତି, ବିମୁଦ୍ରାକରଣ କରିଛନ୍ତି, ବେକାରୀ କରିଛନ୍ତି, ଏବଂ ଏହି ପ୍ରଦୂଷଣକୁ ଦେଖନ୍ତୁ… ଏସବୁ ଘଟୁଛି, କାରଣ ସେମାନେ ଭୋଟ ଚୋରି କରୁଛନ୍ତି। ଯଦି ସେମାନେ ଭୋଟ ଚୋରି କରି ନଥାନ୍ତେ ତେବେ ଆପଣ ସେମାନଙ୍କୁ ପାଞ୍ଚ ମିନିଟରେ ଧରି ସରକାରରୁ ବାହାର କରିପାରିଥାନ୍ତେ। ଏହା ସତ୍ୟ।”
ଏହା ସ୍ପଷ୍ଟ କରୁଛି ଯେ ରାହୁଲ ଗାନ୍ଧୀ କହିଥିଲେ ଯେ କେବଳ ଭୋଟ ଚୋରି ଯୋଗୁଁ ବିଜେପି ସରକାର ଏବେ ବି କ୍ଷମତାରେ ଅଛି। ଭାଇରାଲ ଭିଡିଓଟି ମୂଳ ଭିଡିଓରୁ କଟାଯାଇଛି।
ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବୁୟବାହାର କରି ମୂଳ ଭିଡିଓ ରାହୁଲ ଗାନ୍ଧୀଙ୍କର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ପାଇଲୁ। ଭିଡିଓର ଶୀର୍ଷକ ହେଉଛି, “ଭୋଟ ଚୋର ଗଦ୍ଦି ଚୋଡ଼ ମହାରାଲି- ରାମଳୀଳା ମଇଦାନ”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ମୂଳ ଭିଡିଓରେ ରାହୁଲ ଗାନ୍ଧୀ ବିଜେପି ଉପରେ ଭୋଟ୍ ଚୋରୀର ଅଭିଯୋଗ ଆଣି ଦେଶର ଅନେକ ସମସ୍ଯାର ଦାୟୀ କରିଛନ୍ତି।
Title:ପ୍ରଦୂଷଣ ଭୋଟ୍ ଚୋରୀ କାରଣରେ ହେଉଥିବା ରାହୁଲ ଗାନ୍ଧୀଙ୍କ ଭାଷଣ ଏକ କ୍ଲିପ୍ଡ଼ ଭିଡିଓ।
Fact Check By: Siddharth SahuResult:Missing Context


