କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Communal International

ଗୋଟିଏ ବିଲଡିଙ୍ଗରେ ଆକ୍ରମଣ ହେଉଥିବା ବେଳେ କିଛି ଲୋକମାନେ ପାଇପ୍ ବ୍ୟବହାର କରି ଉଦ୍ଧାର ପାଇବା ଚେଷ୍ଟା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାଇପ୍ ରୁ ଓହ୍ଲାଇବା ବେଳେ କେତେକ ସେଥିରୁ ଖସି ପଡ଼ିଛନ୍ତି।

ଦାବି କରା ଯାଉଛି ଯେ ବାଂଲାଦେଶରେ ଚାଲୁଥିବା ହିଂସା ସମୟରେ ସେଠିକାର ଲୋକମାନେ ଏକ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ଭିଡିଓ ତାହାର ଏକ ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଯଦିଓ ଏହି ଭିଡିଓ ବାଂଲାଦେଶର ଅଟେ କିନ୍ତୁ ଏହାର ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ବାଂଲାଦେଶ ରେ ଏସବୁ ଦୃଶ୍ୟ ଏକ ହିନ୍ଦୁ ଛାତ୍ର ରହୁଥିବା ହଷ୍ଟେଲର… ଉପରୁ ମାଡ଼ ତଳ ପଟରୁ ପଥର ମାଡ଼, ଖସି ପଡି ୧୩ ଛାତ୍ର ମୃତ, ଅନେକ ଗୁରୁତର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିୟତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ଏକ ଫୋଟୋ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୧୭ ଜୁଲାଇ ୨୦୨୪ ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଚିତ୍ତାଗଙ୍ଗର ମୁରାଦପୁରରେ କୋଟା ପାଇଁ ଆନ୍ଦୋଳନ କରୁଥିବା ଛାତ୍ରମାନଙ୍କ ସହ ସଂଘର୍ଷ ବେଳେ ଛଅ ମହଲା କୋଠାର ଛାତ ଏବଂ ବିଭିନ୍ନ ମହଲାରୁ କିଛି ଲୋକଙ୍କୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ର ଶିବୀର ଏବଂ ଛାତ୍ର ଦଳ ନେତା ଓ କର୍ମୀ ମାନେ ଆକ୍ରମଣ କରି ଛାତ୍ର ଳିଗ୍ କାର୍ଯ୍ୟକର୍ତ୍ତାଙ୍କୁ ବିଲ୍ଡିଂରୁ ଫିଙ୍ଗିଥିଲେ। ପୋଲିସ ୧୫ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏହି ଘଟଣାରେ ଅନେକ ଜଣ ଗୁରୁତର ଆହତ ହୋଇଥିଲେ। ଅନ୍ୟ ବାଂଲାଦେଶୀ ଗଣମାଧ୍ୟମ ମଧ୍ୟ ଏହି ଘଟଣା ରିପୋର୍ଟ କରିଥିଲା। କୌଣସି ରିପୋର୍ଟରେ ଉଲ୍ଲେଖ କରା ଯାଇ ନାହିଁ ଯେ ଏହି ଘଟଣାରେ ହିନ୍ଦୁ ଛାତ୍ର ମାନଙ୍କର ହଷ୍ଟେଲ୍ ଉପରେ ବାଂଲାଦେଶୀ ମାନେ ଆକ୍ରମଣ କରିଥିଲେ। ଏହା ବାଂଲାଦେଶର ଦୁଇଟି ରାଜନୈତିକ ଦଳ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଅଟେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଭିଡିଓରେ ବାଂଲାଦେଶୀ ଲୋକମାନେ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁ ନାହାଁନ୍ତି। ଏହି ଭିଡିଓ ଟି ବାଂଲାଦେଶର ଦୁଇଟି ରାଜନୈତିକ ଦଳ ମଧ୍ୟରେ ହେଇଥିବା ସଂଘର୍ଷର ଅଟେ ଯାହାକୁ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Written By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *