ଆୟାତୋଲ୍ଲା ଖୋମେନିଙ୍କ ମୃତ୍ୟୁ ପରେ ଏକ ସାମ୍ପ୍ରତିକ ଘଟଣା ଭାବରେ ବରେଲିର ପୁରୁଣା ଭିଡିଓ ଭାଇରାଲ ହେଉଛି।

Misleading Social

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଏକ ଭିଡ଼ ଉପରେ ପୋଲିସ ହଠାତ୍ ବାଡ଼ି ରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ଇରାନରେ ଯୁଧ୍ୟ ସମୟରେ ଖାମେନିଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଏହି ଘଟଣା ଘଟିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓରେ ୟୁପି ପୋଲିସ ଆୟାତୋଲ୍ଲା ଖୋମେନିଙ୍କ ସମର୍ଥକମାନଙ୍କୁ ପିଟିବା ଦେଖାଯାଉନାହିଁ। ଏହା ସେପ୍ଟେମ୍ବର 2025 ରେ “ଆଇ ଲଭ୍ ମହମ୍ମଦ” ବିବାଦ ସହିତ ଜଡିତ ବରେଲିର ଏକ ପୁରୁଣା ଭିଡିଓ।

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ବିରୋଧ ର ଗୋଟେ ସୀମା ଥାଏ । ଇରାନ ରେ ମଲା ଖାମନେଇ କିନ୍ତୁ ଉତ୍ତରପ୍ରଦେଶରେ ବିକ୍ଷୋଭ , ତେବେ ସମ୍ଭାଳ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୬ ସେପ୍ଟେମ୍ବର ୨୦୨୫ ରେ ଟାଇମ୍ସ ନାଓ ହିନ୍ଦୀ ୱେବସାଇଟରେ ସମାନ ଘଟଣା ସହିତ ଜଡ଼ିତ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, “ବରେଲିରେ ଶୁକ୍ରବାର ନମାଜ ପରେ, ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ “ଆଇ ଲଭ୍ ମହମ୍ମଦ” ବିବାଦକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ, ଯାହା ଫଳରେ ହିଂସାତ୍ମକ ଘଟଣା ଘଟିଥିଲା, ଯାହା ଫଳରେ ପୋଲିସ ଲାଠିଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା। ବରେଲି ପୋଲିସ ଏହି ଘଟଣା ସହିତ ଜଡିତ କିଛି ବ୍ୟକ୍ତିଙ୍କୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରିଥିଲା। 

ବରେଲିର କୋତୱାଲି ପୋଲିସ ଷ୍ଟେସନ ଅଞ୍ଚଳର ବିହାରୀପୁର ପୋଲିସ ପୋଷ୍ଟ ନିକଟରେ ଥିବା ଏକ ମସଜିଦ ବାହାରେ ଶହ ଶହ ଶ୍ରଦ୍ଧାଳୁ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସେମାନେ “ଆଇ ଲଭ୍ ମହମ୍ମଦ” ଏବଂ “ନାରା-ଏ-ତକଦୀର” ଭଳି ସ୍ଲୋଗାନ ଦେଇ ବ୍ୟାନର ଧରି ରାସ୍ତାକୁ ଓହ୍ଲାଇଥିଲେ। ଭିଡ଼ର ଚାପ ଏତେ ତୀବ୍ର ହୋଇ ଯାଇଥିଲା ଯେ ପୋଲିସ ଲାଠିଚାର୍ଜ କରିଥିଲା। ଘଟଣାସ୍ଥଳରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡିଆଇଜି ଅଜୟ ସାହାନି କହିଥିଲେ ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଇଥିଲା।”

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଅଧିକ ସର୍ଚ୍ଚ କରିବା ପରେ ଆମକୁ ନ୍ୟୁଜ୍ ୯ ଲାଇଭ୍ ର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ୍ ଭିଡିଓ ସହିତ ସମାନ ଫୁଟେଜ୍ ଦେଖିବାକୁ ମିଳିଲା। ଭିଡିଓର ବର୍ଣ୍ଣନାରେ ଲେଖାଯାଇଛି, “‘ଆଇ ଲଭ୍ ମହମ୍ମଦ’ ପ୍ରତିବାଦ ପରେ ବରେଲିରେ ହିଂସା ଦେଖାଦେଇଥିଲା। ବିଭିନ୍ନ ଅଞ୍ଚଳରେ ପଥର ଫିଙ୍ଗାଳି ଦେଖିବାକୁ ମିଳିଥିଲା, ଯାହା ଫଳରେ ପୋଲିସକୁ ଶାନ୍ତି ଫେରାଇ ଆଣିବା ପାଇଁ ଲାଠିଚାର୍ଜ କରିବାକୁ ପଡିଥିଲା।

“ଆଇ ଲଭ୍ ମହମ୍ମଦ” ବିବାଦ:

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, “‘ଆଇ ଲଭ୍ ମହମ୍ମଦ’ ବିବାଦ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିଲା, ଯେତେବେଳେ କାନପୁର ପୋଲିସ ସେପ୍ଟେମ୍ବର ୪ ତାରିଖରେ ଏକ ବାରୱାଫତ ଶୋଭାଯାତ୍ରା ସମୟରେ ଏକ ସାଧାରଣ ରାସ୍ତାରେ ‘ଆଇ ଲଭ୍ ମହମ୍ମଦ’ ସ୍ଲୋଗାନ ବୋର୍ଡ ପ୍ରଦର୍ଶନ କରିଥିବା ଅଭିଯୋଗରେ ନଅ ଜଣ ନାମିତ ଏବଂ ୧୫ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଥିଲା। ଅନେକ ହିନ୍ଦୁ ସଂଗଠନ ଏହି ଶୋଭାଯାତ୍ରାକୁ ବିରୋଧ କରିଥିଲେ ଏବଂ ଏହାକୁ ଏକ “ନୂତନ ଧାରା” ବୋଲି କହିଥିଲେ, ଏହା ଏକ ଜାଣିଶୁଣି ଉତ୍ତେଜନା ଥିଲା ବୋଲି ଅଭିଯୋଗ କରିଥିଲେ।

ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ‘ଆଇ ଲଭ୍ ମହମ୍ମଦ’ କହିବା ଅପରାଧ ନୁହେଁ ବୋଲି ଦାବି କରିବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା, କାରଣ ଏପରି ବିଶ୍ୱାସର ପ୍ରକାଶକୁ କାହିଁକି ଉତ୍ତେଜନାମୂଳକ ଭାବରେ ଦେଖାଯିବା ଉଚିତ୍ ବୋଲି ପ୍ରଶ୍ନ କରିଥିଲେ।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତିକର ବୋଲି ଜଣା ପଡ଼ିଲା। ଭାଇରାଲ ଭିଡିଓରେ ୟୁପି ପୋଲିସ ଆୟାତୋଲ୍ଲା ଖୋମେନିଙ୍କ ସମର୍ଥକମାନଙ୍କୁ ପିଟିବା ଦେଖାଯାଉନାହିଁ। ଏହା ସେପ୍ଟେମ୍ବର 2025 ରେ “ଆଇ ଲଭ୍ ମହମ୍ମଦ” ବିବାଦ ସହିତ ଜଡିତ ବରେଲିର ଏକ ପୁରୁଣା ଭିଡିଓ।

Result Stamp

Title: ଆୟାତୋଲ୍ଲା ଖୋମେନିଙ୍କ ମୃତ୍ୟୁ ପରେ ଏକ ସାମ୍ପ୍ରତିକ ଘଟଣା ଭାବରେ ବରେଲିର ପୁରୁଣା ଭିଡିଓ ଭାଇରାଲ ହେଉଛି।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *