ଇସ୍ରାଏଲ-ଇରାନ ଯୁଧ୍ୟର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇସ୍ରାଏଲ ମିସାଇଲରେ ଇରାନର ଟିଭି ବିଲଡିଙ୍ଗ ଧ୍ଵଂସ ପାଇଥିବା ଦାବି ସହିତ ସେୟାର କରା ଯାଉଛି। 

International Israel-Iran war Missing Context

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲୁଥିବା ଯୁଧ୍ୟ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଆଙ୍କର ରିପୋର୍ଟିଂ କରୁଥିବା ବେଳେ ଏକ ବୋମା ବିସ୍ଫୋରଣ ହେଉଛି। ବିସ୍ଫୋରଣ ହେବା ପରେ ସେ ମହିଳା ସେଠାରୁ ପଲାଉଥିବା ନଜର ଆସୁଛନ୍ତି। 

ଦାବି କରା ଯାଉଛି ଯେ ବର୍ତ୍ତମାନ ଇସ୍ରାଏଲ ଏବଂ ଇରାନ ଯୁଧ୍ୟ ସମୟରେ ଇସ୍ରାଏଲ ଇରାନର ଏକ ଟିଭି ସେଣ୍ଟର ଉପରେ ଏୟାରଷ୍ଟ୍ରାଇକ୍ କରି ତାହାକୁ ନଷ୍ଟ କରିଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇରାନୀ ସରକାରୀ ଟିଭି ହୋଷ୍ଟ : “ଆମ ପର୍ଯ୍ୟନ୍ତ କୌଣସି ବମ୍ ପହଂଚି ପାରିବ ନାହିଁ କାରଣ ଆଲ୍ହା ଆମକୁ ରକ୍ଷା କରୁଛନ୍ତି ।” ଗୋଟେ ସେକେଣ୍ଡ ପରେ: ଧମାକା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭିଡିଓର ଏକ ସ୍କ୍ରିନଶଟ୍ ୧୭ ଜୁନ୍ ୨୦୨୫ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ୧୬ ଜୁନ୍ ରେ ତେହେରାନରେ ଇରାନର ସରକାରୀ ପ୍ରସାରକ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂର ମୁଖ୍ୟାଳୟ ଉପରେ ଏକ ବିମାନ ଆକ୍ରମଣ କରିଥିଲା। ଇସ୍ରାଏଲି ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଙ୍କ ପକ୍ଷରୁ ସ୍ଥାନାନ୍ତର ଚେତାବନୀ ଏବଂ ଧମକ ପରେ ଏହି ଆକ୍ରମଣ ହୋଇଥିଲା। ଘଟଣାରେ ଦୁଇଜଣ ଇରାନୀ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ତର୍ଜାତୀୟ ସାମ୍ବାଦିକ ମହାସଂଘ ଏହି ଆକ୍ରମଣକୁ ନିନ୍ଦା କରି ସଂଘର୍ଷରେ ଥିବା ଉଭୟ ପକ୍ଷଙ୍କୁ ସାମ୍ବାଦିକ କିମ୍ବା ଗଣମାଧ୍ୟମ ସଂଗଠନକୁ ଟାର୍ଗେଟ ନକରିବାକୁ ଅନୁରୋଧ କରିଥିଲା।

ସମାନ ଭିଡିଓ ଆମକୁ ୧୬ ଜୁନ୍ ୨୦୨୫ ରେ ଡ଼ବଲଇଉକେ ଟୁଇଟର ହେଣ୍ଡେଲରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ଇସ୍ରାଏଲୀ ଆକ୍ରମଣରେ ତେହରାନରେ ଇରାନର ସରକାରୀ ଟିଭି ଏବଂ ରେଡିଓ କୋଠା ଉପରେ ସିଧା ପ୍ରସାରଣ ସମୟରେ ବୋମା ମାଡ଼ ହୋଇଛି”

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂର ମୁଖ୍ୟାଳୟ ତେହେରାନରେ ଏକ ଖବର କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେଉଥିବା ସମୟରେ ଇସ୍ରାଏଲ ଏକ ବିମାନ ଆକ୍ରମଣ କରିଥିଲା। ବିସ୍ଫୋରଣ ଯୋଗୁଁ ଟିଭି ଆଙ୍କର କଥାବାର୍ତ୍ତା ବନ୍ଦ କରି ଷ୍ଟୁଡିଓ ଛାଡିବାକୁ ବାଧ୍ୟ ହୋଇଥିଲେ ଏବଂ ସିଧା ପ୍ରସାରଣ ହଠାତ୍ ବନ୍ଦ ହୋଇଯାଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ କ୍ଷେପଣାସ୍ତ୍ର ବିନିମୟ ସମୟରେ ଏହି ଆକ୍ରମଣ ଘଟିଥିଲା। ଏହି ଆକ୍ରମଣ କୋଠାର କିଛି ଅଂଶକୁ କ୍ଷତିଗ୍ରସ୍ତ କରିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଇଛି ଯେ ଭାଇରା ଦାବି ବିନା ସଠିକ୍ର ପ୍ରସଙ୍ଗ ସହିତ ସେଯାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ଇସ୍ରାଏଲ-ଇରାନ ଯୁଧ୍ୟର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇସ୍ରାଏଲ ମିସାଇଲରେ ଇରାନର ଟିଭି ବିଲଡିଙ୍ଗ ଧ୍ଵଂସ ପାଇଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result:Missing Context

Leave a Reply

Your email address will not be published. Required fields are marked *