ପୁରୁଣା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ନିତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହୁଛନ୍ତି। 

Missing Context Political

ବର୍ତ୍ତମାନ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଛି। ନିଜ ଭାଷଣରେ ନିତୀଶ କୁମାର କହୁଛନ୍ତି, “ଆଦରଣୀୟ ନରେନ୍ଦ୍ର ମୋଦୀ ଜି ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ, ଦେଶର ବିକାଶ ହେଉ।

ଏହି ଭିଡିଓଟି ଏପରି ସେୟାର କରାଯାଇଛି ଯେପରି ଏହା 2025 ବିହାର ନିର୍ବାଚନ ସହିତ ଜଡିତ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଏବଂ ଭାଷଣରେ ସେ ନିତୀଶ କୁମାର ଭୁଲରେ ପ୍ରଧାନମନ୍ତ୍ରୀ କହିବ ସ୍ଥାନରେ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଏହା ଆମକୁ ୨୬ ମଇ ୨୦୨୪ ରେ NDTV ର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଭିଡିଓର ଏକ ଲମ୍ବା ସଂସ୍କରଣକୁ ନେଇଗଲା। ଭିଡିଓର ବର୍ଣ୍ଣନାରେ ଲେଖା ହୋଇଛି, “ନୀତୀଶ କୁମାର ଆଜି ଭୁଲବଶତଃ ପରାମର୍ଶ ଦେଇଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। କିନ୍ତୁ, ୭୩ ବର୍ଷୀୟ ବ୍ୟକ୍ତିଙ୍କ ଜିଭ ଖସିଯିବା ମଞ୍ଚ ଉପରେ ଥିବା ଅନ୍ୟ ନେତାମାନେ ଧରି ପକାଇଲେ।

୨୭ ମଇ ୨୦୨୪ ରେ ଟାଇମ୍ସ ନାଓର ଅଫିସିଆଲ୍ ଫେସବୁକ୍ ପେଜରେ ସମାନ ଏକ ଭିଡିଓ ଅପଲୋଡ୍ କରାଯାଇଥିଲା। ଭିଡିଓର କ୍ୟାପସନରେ ଲେଖାଯାଇଛି, “ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଉ ଏକ ଭୁଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ‘ମୁଖ୍ୟମନ୍ତ୍ରୀ’ ହେବାକୁ ଚାହୁଁଥିବା କଥା କହୁଥିବା ଶୁଣିବାକୁ ମିଳୁଛି। ଚଳିତ ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପାଇଁ ଏକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ରାଲିକୁ ନିତୀଶ କୁମାର ସମ୍ବୋଧିତ କରୁଥିଲେ।

https://www.facebook.com/share/v/1FmAmfYamX

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଏବଂ ଭାଷଣରେ ସେ ନିତୀଶ କୁମାର ଭୁଲରେ ପ୍ରଧାନମନ୍ତ୍ରୀ କହିବ ସ୍ଥାନରେ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। 

Avatar

Title:ପୁରୁଣା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ନିତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହୁଛନ୍ତି।

Fact Check By: Siddharth Sahu 

Result:Missing Context

Leave a Reply

Your email address will not be published. Required fields are marked *