
ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।
ଏହି ଭିଡିଓ ସେୟାର କରି ମହାରାଷ୍ଟ୍ରର ନାଶିକରେ ଆଜାନ ସମୟରେ ‘ଭଜନ ଏବଂ କୀର୍ତ୍ତନ’ ଭଳି ଧାର୍ମିକ କାର୍ଯ୍ୟକଳାପ ବନ୍ଦ କରାଯାଇଛି ବୋଲି ଦାବି କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ୨୦୨୨ ର ଏକ ପୁରୁଣା ଭିଡିଓ ଯେତେବେଳେ ଏକ ସମ୍ପ୍ରଦାୟ ଲୋକଙ୍କ ଠାରୁ ଧମକ ମିଳିବା ପରେ ଏପରି ନିଷ୍ପତ୍ତି ନିଆ ଯାଇଥିଲା। ଏହି ନିଷ୍ପତ୍ତି ୧୦ ଦିନ ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ କ୍ଳିପ୍ ର ମୂଳ ଭିଡିଓ ୧୮ ଏପ୍ରିଲ୍ ୨୦୨୨ ରେ ANI ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହିଥିରୁ ସ୍ପଷ୍ଟ ହେଲା ଯେ ଭାଇରାଲ କ୍ଳିପ୍ ପୁରୁଣା ଅଟେ।
ଚ୍ୟାନାଲରେ ପ୍ରସାରିତ ଭିଡିଓରେ ଭାଇରାଲ କ୍ଳିପ୍ କୁ ଆପଣ ମାନେ ୧ ମିନିଟ ୧୪ ସେକେଣ୍ଡ ସମୟ ପରେ ଦେଖି ପାରିବେ।
ସୂଚନା ଅନୁଯାୟୀ, ଏହି ଖବର କେବଳ ନାଶିକ ରୁ ଆସିଥିଲା। ମହାରାଷ୍ଟ୍ରର ନାଶିକରେ ହନୁମାନ ଚଲିସା-ଆଜାନ ବିବାଦ ପରେ ନଗର ପୋଲିସ ଏକ ନିର୍ଦ୍ଦେଶ ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଲାଉଡ ସ୍ପିକରରେ ହନୁମାନ ଚଲିସା ପାଠ କରିବା ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଅନୁମତି ଦିଆଯିବ ନାହିଁ। ନଗର ପୋଲିସ କମିଶନର ଦୀପକ ପାଣ୍ଡେ ANI କୁ କହିଥିଲେ, “ହନୁମାନ ଚଲିସା କିମ୍ବା ଭଜନ ପାଠ କରିବାକୁ ଅନୁମତି ଆବଶ୍ୟକ ହେବ। ଆଜାନ ପୂର୍ବରୁ ଏବଂ ପରେ ୧୫ ମିନିଟ୍ ପାଇଁ ଏହା ଅନୁମତି ଦିଆଯିବ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।”
“ଏହା ପଛରେ ଥିବା ଉଦ୍ଦେଶ୍ୟ ହେଉଛି ଯେ କୌଣସି ବ୍ୟକ୍ତିର ଅଧିକାର ସେଠାରେ ସମାପ୍ତ ହୁଏ ଯେଉଁଠାରେ ଅନ୍ୟର ଅଧିକାର ଆରମ୍ଭ ହୁଏ ଏବଂ ଭାରତର ସମ୍ବିଧାନ ଏବଂ ସମାଜ ପ୍ରତି ଉତ୍ତରଦାୟିତ୍ୱ ଅନୁଯାୟୀ ଆମେ ସାମାଜିକ ଶୃଙ୍ଖଳା ବଜାୟ ରଖିବା ପାଇଁ ଶପଥ ନେଊଁ ଏବନ ତାହା ପରିପୂର୍ଣ୍ଣ ହେଉ ବୋଲି ଏପରି ନିର୍ଦ୍ଦେଶ ନେଇଛୁ।”
ଅଧିକ ଅନୁସନ୍ଧାନ ପରେ, ଆମେ ୨୧ ଏପ୍ରିଲ୍ ୨୦୨୨ ରେ ‘ସ୍କ୍ରୋଲ୍’ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ପ୍ରକାଶିତ ଖବର ଅନୁଯାୟୀ, ଆଜାନ ସମୟରେ ହନୁମାନ ଚଲିସା ଉପରେ ନିଷେଧାଦେଶ ଜାରି କରିବାର ତିନି ଦିନ ପରେ ପୋଲିସ କମିଶନର ଦୀପକ ପାଣ୍ଡେଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ଥାନରେ ଜୟନ୍ତ ନାୟକନାଭରେଙ୍କୁ ପୋଲିସ କମିଶନର ନିଯୁକ୍ତ କରାଯାଇଥିଲା, ସେ ଆସିବା ମାତ୍ରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିଦେଇଥିଲେ।
କ’ଣ ନାଶିକରେ ବର୍ତ୍ତମାନ ମଧ୍ୟ ଆଜାନ୍ ସମୟରେ ଭଜନ-କୀର୍ତନ ଉପରେ ପ୍ରତିବନ୍ଧକ ଅଛି?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଏହା ସମ୍ବନ୍ଧିତ କୌଣସି ରିପୋର୍ଟ ମିଳିଲା ନାହିଁ ଯେଉଁଥିରେ ପୋଲିସ ଦ୍ଵାରା ନାଶିକରେ ଆଜାନ୍ ସମୟରେ ଭଜନ-କୀର୍ତନ ଏବଂ ହନୁମାନ ଚାଳିଶା ପାଠ କରିବା ଉପରେ ପ୍ରତିବନ୍ଧକଲଗା ଯାଇଛି। ଅଧିକ ସର୍ଚ୍ଚ କରିବା ପରେ ଆମକୁ 15 ଅକ୍ଟୋବର ୨୦୨୪ ରେ ନାଶିକ ସିଟି ପୋଲିସ ର ଏକ ଟୁଇଟ ମିଳିଲା ଯେଉଁଥିରେ ସ୍ପଷ୍ଟ କରା ଯାଇଛି ଯେ ଭାଇରାଲ ଭିଡିଓ ପୁରୁଣା ଅଟେ। ନିକଟରେ ନାଶିକରେ ହିନ୍ଦୁ ପୂଜା ଉପରେ କୌଣସି ପ୍ରତିବନ୍ଧକ ଲଗା ଯାଇ ନାହିଁ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ୨୦୨୨ ର ଏକ ପୁରୁଣା ଭିଡିଓ ଯେତେବେଳେ ଏକ ସମ୍ପ୍ରଦାୟ ଲୋକଙ୍କ ଠାରୁ ଧମକ ମିଳିବା ପରେ ଏପରି ନିଷ୍ପତ୍ତି ନିଆ ଯାଇଥିଲା। ଏହି ନିଷ୍ପତ୍ତି ୧୦ ଦିନ ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା।

Title:ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?
Fact Check By: Siddharth SahuResult: Missing Context
