
ବରଫ ଭାଙ୍ଗି ସମୁଦ୍ରରୁ ଏକ ବୁଡ଼ାଜାହାଜ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ରୁଷ ଇରାନକୁ ସମର୍ଥନ ଦେବା ର ଘୋଷଣା କରିବା ପରେ ସମୁଦ୍ର ର ବରଫ ଫଟାଇ ଗୋଟିକ ପରେ ଗୋଟିଏ ଆଣବିକ ଶକ୍ତି ରେ ପରିଚାଳିତ ବୁଡ଼ାଜାହାଜ ଗୁଡିକୁ ବାହାର କୁ ଆସୁଥିବା ଦେଖିବାକୁ ମିଳୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ। ନୌସେନା ଅଭ୍ୟାସର ଅଂଶ ଭାବରେ ଆମେରିକାର ଏହି ବୁଡ଼ାଜାହାଜ ଆର୍କଟିକ ମହାସାଗରରେ ସମୁଦ୍ରରୁ ବରଫ ଭାଙ୍ଗି ବାହାରକୁ ଆସିଥିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୱାସିଂଟନ୍ ପୋଷ୍ଟ ୱେବସାଇଟରେ ୨୮ ମାର୍ଚ୍ଚ ୨୦୧୮ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପାଞ୍ଚ ସପ୍ତାହର ନୌସେନା ଅଭ୍ୟାସର ଅଂଶ ଭାବରେ ମାର୍ଚ୍ଚ 2018ରେ ୟୁଏସଏସ ହାର୍ଟଫୋର୍ଡ ଆର୍କଟିକ ମହାସାଗରରେ ବରଫ ଭାଙ୍ଗି ବାହାରକୁ ଆସିଥିଲା।

ଆମେରିକା ଯୁଧ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ଆମେରିକା ନୌସେନା ଆଇସ୍ ଏକ୍ସରସାଇଜ୍ ୨୦୧୮ (ICEX 2018) ନାମକ ଏକ ପ୍ରମୁଖ ଆର୍କଟିକ୍ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲା, ଯେଉଁଠାରେ ବୁଡ଼ାଜାହାଜଗୁଡ଼ିକ ଘନ ବରଫ ତଳେ ଏବଂ ଅତି କଠିନ ପରିସ୍ଥିତିରେ କାର୍ଯ୍ୟ କରିଥିଲେ। ଦୁଇଟି ଆମେରିକୀୟ ବୁଡ଼ାଜାହାଜ – USS ହାର୍ଟଫୋର୍ଡ ଏବଂ USS କନେକ୍ଟିକଟ୍ – ଏକ ବ୍ରିଟିଶ ବୁଡ଼ାଜାହାଜ, HMS ଟ୍ରେଞ୍ଚାଣ୍ଟ ସହିତ, ଆର୍କଟିକ୍ ରେ ସେମାନଙ୍କର ଦକ୍ଷତା, ଉପକରଣ ଏବଂ ପ୍ରସ୍ତୁତି ପରୀକ୍ଷା କରିବା ପାଇଁ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ। ତାଲିମରେ ବରଫ ଭାଙ୍ଗିବା, ପାଣି ତଳେ ନାଭିଗେସନ୍ କରିବା, ଯୋଗାଯୋଗ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପରୀକ୍ଷା କରିବା ଏବଂ ତଥ୍ୟ ସଂଗ୍ରହ କରିବା ଅନ୍ତର୍ଭୁକ୍ତ ଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନୌସେନା ଅଭ୍ୟାସର ଅଂଶ ଭାବରେ ଆମେରିକାର ଏକ ବୁଡ଼ାଜାହାଜ ଆର୍କଟିକ ମହାସାଗରରେ ସମୁଦ୍ରରୁ ବରଫ ଭାଙ୍ଗି ବାହାରକୁ ଆସିଥିବା ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

