୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶୀ ମାନେ ଭରତକୁ ପଶିବାକୁ ଚେଷ୍ଟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Partly False Social

ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିଂସା ଓ ଲୁଟ୍ ହେବାର ଖବର ସାମନାକୁ ଆସିଛି। ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ସମ୍ପ୍ରତି ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଅନେକ ଲୋକେ ସୀମା ପାର କରି ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି। 

ଏହି ପ୍ରସଙ୍ଗରେ, ସୀମା ରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମା ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ଘଟଣା ଭାବରେ ଏହାକୁ ବିଭିନ୍ନ ସାମାଜିକ ପ୍ଲାଟଫର୍ମରେ ସେୟାର କରାଯାଉଛି ଏବଂ ଦାବି ହେଉଛି ଯେ ବାଂଲାଦେଶରୁ ହଜାର ହଜାର ମୁସ୍ଲିମ ମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଦୁଇଟି ଭାଇରାଲ ଭିଡିଓ ମଧ୍ୟରୁ ପ୍ରଥମ ଭିଡିଓ ୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମା ରେ ଆୟୋଜିତ ଏକ ମେଳାର ଦୃଶ୍ୟ ଅଟେ। ଦ୍ଵିତୀୟ ଭିଡିଓ ସମ୍ପ୍ରତି ସମୟରେ ଭାରତ-ବାଂଲାଦେଶ ସୀମାର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଭାରତ ବାଂଲାଦେଶ ସୀମା ରେ ଭାରତ ଭିତରେ ପଶିବାକୁ ଚାଲିଛି ଚେଷ୍ଟା

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମ ଭିଡିଓ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପର ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ଜୁନ୍ ୨୦୧୮ ରେ ୟୋର ଫ୍ରେଣ୍ଡ୍ସ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ସମାନ ଭିଡିଓ ଅପଲୋଡ୍ ହୋଇଥିବା ପାଇଲୁ। କ୍ୟାପ୍ସନ୍ ଅନୁବାଦ କରିବା ଦ୍ଵାରା ଜଣାପଡିଲା ଯେ ଏହି ଭିଡିଓଟି ୧୫ ଏପ୍ରିଲ ୨୦୧୮ ରେ ଭାରତ ବାଂଲାଦେଶ ମିଳନ ମେଲାର ଦୃଶ୍ୟ ଅଟେ। ଆଗକୁ ଆମେ ଦେଖିଲୁ ଯେ ମିଳନ ମେଲା ୨୦୧୮ ର ଆହୁରି ଅନେକ ଭିଡିଓ ସମାନ ଚ୍ୟାନେଲରେ ଅପଲୋଡ୍ ହୋଇଛି। ଏଥିରୁ ଏସପିଏସଟି ହେଲା ଯେ ଭିଡିଓଟି ପୁରୁଣା ଅଟେ ଏବଂ ସମ୍ପ୍ରତି ସମୟର ବାଂଲାଦେଶ ହିଂସା ସହିତ କୌଣସି ସମ୍ପର୍କ ନାହିଁ। 

Archive

ଏହି ଭିଡିଓ ସମ୍ବନ୍ଧିତ ଆମକୁ ଆସାମ ପୋଲିସର ଏକ ଟୁଇଟ ମିଳିଲା। ଆସାମ ପୋଲିସ ସ୍ପଷ୍ଟ ଭାବରେ କହିଛି ଯେ ଏହି ଭିଡିଓ ୨୦୧୮ ମସିହାର ଅଟେ ଯାହାକୁ ନିକଟରେ ଭାରତ-ବାଂଲାଦେଶ ସୀମାର ସ୍ଥିତି ଦାବି ଶୀତ ଭାଇରାଲ କରା ଯାଉଛି। 

Archive

୧୬ ଏପ୍ରିଲ ୨୦୧୮ ରେ ପ୍ରକାଶିତ ଦି ଟେଲିଗ୍ରାଫ୍ ର ରିପୋର୍ଟ ଅନୁଯାୟୀ, ଭାରତ ଏବଂ ବାଂଲାଦେଶରେ ରହୁଥିବା ଅନେକ ଲୋକ, ଯାହାର ସମ୍ପର୍କୀୟମାନେ ସୀମାର ଅପର ପାର୍ଶ୍ୱରେ ରହୁଛନ୍ତି, ଜଲପାଇଗୁରିର ରାଜଗଞ୍ଜ ବ୍ଲକ୍ ରେ ଆୟୋଜିତ ମେଳାରେ ସୀମା ନିକଟରେ ଏକାଠି ହୋଇଥିଲେ। ସୀମା ସୁରକ୍ଷା ବଳ ଏବଂ ବିଜିବିଙ୍କ ଦେଖରେଖ ରେ ଏହି ମେଳା ଆୟୋଜିତ ହୋଇଥିଲା।

୨୪ ଜୁଲାଇ ୨୦୧୯ ର ଅମର ଉଜାଲା ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବଇସାଖୀ ତାରିଖ ଦିନ ଭାରତ-ବାଂଲାଦେଶ ସୀମାରେ ଏକ ସଭା ସମାରୋହ ଆୟୋଜିତ କର ଯାଏ। ଉଭୟ ଦେଶର ଲୋକମାନେ ବର୍ଷକୁ ଥରେ ସୀମାରେ ନିଜ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଏବଂ ଉଭୟ ଦେଶର କଣ୍ଟା ତାର ସ୍ଥାପିତ ସ୍ଥାନରେ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଆସନ୍ତି।

ଉପରୋକ୍ତ ତଥ୍ୟରୁ ପ୍ରମାଣିତ ହେଉଛି ଯେ ଭାଇରାଲ ଭିଡିଓ ସମ୍ପ୍ରତି ସମୟରେ ଭାରତ-ବାଂଲାଦେଶ ସୀମାର ସ୍ଥିତିକୁ ଦର୍ଶାଉ ନାହିଁ। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ। 

ଦ୍ଵିତୀୟ ଭିଡିଓ: 

ଏହି ଭିଡିଓର ସ୍କ୍ରିନଶଟ୍ ନେଇ ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓର ଏକ ଫୋଟୋ ୭ ଅଗଷ୍ଟ ୨୦୨୪ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ହିଂସା ବ୍ୟାପିବା ପରେ ସେଠିକାର ବାସିନ୍ଦା ମାନେ ଭାରତରେ ଶରଣାର୍ଥୀ ଭାବେ ଆଶ୍ରୟ ନେବା ପାଇଁ ଭାରତ-ବାଂଲାଦେଶ ସୀମାରେ ଏକତ୍ର ହୋଇଛନ୍ତି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟ ହେଇଥିବା ଦୁଇଟି ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓ ପୁରୁଣା ଅଟେ ଯାହାକୁ ଭାରତ-ବାଂଲାଦେଶ ସୀମାର ସମ୍ପ୍ରତି ସ୍ଥିତି ଦାବି ସହିତ ଭାଇରାଲ କରା ଯାଉଛି। ଏହା ୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଦୃଶ୍ୟ ଅଟେ। 

Avatar

Title:୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶୀ ମାନେ ଭରତକୁ ପଶିବାକୁ ଚେଷ୍ଟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *