ବାଂଲାଦେଶର ଭିଡିଓକୁ SIR ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଅବୈଧ ପ୍ରବାସୀ ଦାବି ସହିତ ସେୟାର କରା ଯାଉଛି।

Communal False

୨୭ ଅକ୍ଟୋବର ୨୦୨୫ ରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସମେତ ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କରାଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ, ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ବିସ୍ତୃତ ଯାଞ୍ଚ ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, ଭାରତ ବାହାରକୁ ସୀମା ପାର କରିବାକୁ ଚେଷ୍ଟା କରୁଥିବା ଅନେକ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରାଯାଇଥିଲା।

ଏହି ପ୍ରସଙ୍ଗରେ, SIR କାର୍ଯ୍ୟକାରୀ କରୁଥିବା ରାଜ୍ୟଗୁଡ଼ିକରୁ ଅନୁପ୍ରବେଶକାରୀ ଏବଂ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ଆମେ ଡଙ୍ଗାରେ ନଦୀ ପାର ହେବାକୁ ଚେଷ୍ଟା କରୁଥିବା ଏକ ବିଶାଳ ଭିଡ଼କୁ ଦେଖିଲୁ।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପଶ୍ଚିମବଙ୍ଗରେ ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଯଦି ଠିକ୍ ଭାବରେ ଚାଲେ ତେବେ ମୋର ଅନୁମାନ ପଶ୍ଚିମବଙ୍ଗର ଜନସଂଖ୍ୟା ୨୦% ଜନସଂଖ୍ୟା କମିଯିବ। ଏହି ଦୃଶ୍ୟ ବସିରହାଟ ରୂପନଗର ଅଞ୍ଚଳରୁ … ବାଂଲାଦେଶୀଙ୍କ ପଳାୟନ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧ ଅକ୍ଟୋବର ୨୦୨୫ ରେ ଫେସବୁକ ରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ ଉଲ୍ଲେଖ କରା ଯାଇଛି ଯେ ଏହା ମୋଙ୍ଗଳା ଫେରି ଟର୍ମିନାଲର ଘଟଣା।

ଉପରୋକ୍ତ ପୋଷ୍ଟ ଅନୁସାରେ, ଏହି ଦୃଶ୍ୟଟି ବାଂଲାଦେଶର ମୋଙ୍ଗଲାରେ ଥିବା ଏକ ଫେରି ଟର୍ମିନାଲର। ଆମେ ମୋଙ୍ଗଲା ଫେରି ଟର୍ମିନାଲର ଅନେକ ସମାନ ଭିଡିଓ ପାଇଛୁ। ତଳେ, ଆପଣ ଦେଖିପାରିବେ ଯେ ଏହି ଟର୍ମିନାଲର ଏକ ଭିଡିଓ ନଭେମ୍ବର ୨୦୨୪ ରେ ଫେସବୁକରେ ଅପଲୋଡ୍ କରାଯାଇଥିଲା।

ଜଣେ ବାଂଲାଦେଶୀ ଭ୍ଲଗର ଏହି ସ୍ଥାନର ଏକ ଭିଡିଓ ବ୍ଲଗ୍ YouTube ରେ ପୋଷ୍ଟ କରିଛନ୍ତି। ଆପଣ ତଳେ ଭିଡିଓଟି ଦେଖିପାରିବେ। ମୋଙ୍ଗଲା ହେଉଛି ବାଂଲାଦେଶର ଖୁଲନା ଡିଭିଜନର ବାଗେରହାଟ ଜିଲ୍ଲାର ଏକ ଉପଜିଲ୍ଲା।

ନିମ୍ନରେ ଥିବା ଗୁଗୁଲ ମ୍ୟାପ୍ସରେ ଆପଣ ମାନେ ଦେଖି ପାରିବେ ଯେ ମୋଙ୍ଗଳା ବାଂଲାଦେଶର ଏକ ସ୍ଥାନ।

ତଳେ ତୁଳନାରେ ଲାଲ ଗୋଳେଇ ରେ ଥିବା ପର୍ବତଟି ବ୍ଲଗ୍ ଭିଡିଓରୁ ଆସିଛି। ଭାଇରାଲ୍ ଭିଡିଓରେ ମଧ୍ୟ ସମାନ ପର୍ବତ ସ୍ପଷ୍ଟ ଭାବରେ ଦେଖାଯାଉଛି। ଫଳସ୍ୱରୂପ, ଏହା ସ୍ପଷ୍ଟ ଯେ ବ୍ଲଗ୍ ଭିଡିଓ ଏବଂ ଭାଇରାଲ୍ ଭିଡିଓ ଉଭୟରେ ଦେଖାଯାଇଥିବା ସ୍ଥାନ ସମାନ।

ସିଦ୍ଧାନ୍ତ: 

ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶର ଭିଡିଓକୁ SIR ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଅବୈଧ ପ୍ରବାସୀ ଦାବି ସହିତ ସେୟାର କରା ଯାଉଛି।

Avatar

Title:ବାଂଲାଦେଶର ଭିଡିଓକୁ SIR ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଅବୈଧ ପ୍ରବାସୀ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *