ଆସାମରେ ବାଂଲାଦେଶୀ ଲୋକଙ୍କୁ ମାଡ଼ ମରାଯାଉଥିବା ଦାବି ମିଥ୍ୟା; ଭିଡିଓଟି ଗୁଜରାଟର ପାଳନପୁରର।

Misleading Social

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ସାମ୍ପ୍ରତିକ ହିଂସା ସହିତ ଯୋଡି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ପୋଲିସ ଏବଂ ରାସ୍ତାରେ ଲୋକଙ୍କ ଭିଡ଼ ଦେଖାଯାଉଛି। କିଛି ଲୋକ ଯୁବକମାନଙ୍କୁ ସର୍ବସାଧାରଣରେ ବାଡ଼ିରେ ପିଟୁଥିବାର ଦେଖାଯାଉଛି। ଭିଡିଓଟି ଏହି ଦାବି ସହିତ ସେୟାର କରାଯାଉଛି ଯେ ଘଟଣାଟି ଆସାମର, ଯେଉଁଠାରେ ଲୋକମାନେ ବାଂଲାଦେଶୀମାନଙ୍କୁ ମାରୁଛନ୍ତି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଂଲାଦେଶୀ ଙ୍କ ଇଲାଜ ଆସାମ ରେ ଚାଲୁ ହୋଇଗଲା ଭାଇମାନେ। ଏହିପରି ଇଲାଜ ପୁରା ଦେଶରେ ହେବା ଦରକାର, ତେଣୁକରି ନିଜ ନିଜ ଏରିଆ ରେ ଚାଲୁ କରିଦିଅନ୍ତୁ ଭାଇମାନେ। ଶୁଭ କାମରେ ଡେରି କରନ୍ତି ନାହିଁ ବୋଲି ବୟସ୍କ ଲୋକ କୁହନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଭାଇରାଲ ଭିଡିଓ ସହିତ ଜଡ଼ିତ ଖବର ଆମକୁ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ମିଳିଲା। ୨୭ ଡିସେମ୍ବର ୨୦୨୫ ରେ ଅପ୍ଲୋଡ ହେଇଥିବା ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଡିସେମ୍ବର 20 ତାରିଖରେ ପାଲନପୁରରେ ଭରତ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା, ଯାହା ପରେ ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ଅପରାଧ ସ୍ଥଳକୁ ନେଇ ଘଟଣାସ୍ଥଳକୁ ପୁନଃନିର୍ମାଣ କରିଥିଲା।

ଅଧିକ ସରଚ୍ଚି କରିବା ପରେ ଆମକୁ ସମାନ ଭିଡିଓ ନ୍ୟୁଜ୍୧୮ ଇଣ୍ଡିଆ ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ୨୮ ଡିସେମ୍ବର ୨୦୨୫ ର ଏହି ରିପୋର୍ଟ ଅନୁଯାୟୀ, ଗୁଜରାଟର ବନାସକାଣ୍ଠାରେ ଏକ ହତ୍ୟାର ସନ୍ଦିଗ୍ଧଙ୍କୁ ପୋଲିସ ଅଧିକାରୀମାନେ ସର୍ବସାଧାରଣରେ ମାରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। 

ଏହି ଘଟଣା ୨୦ ଡିସେମ୍ବର ତାରିଖରେ ହୋଇଥିବା ଭରତ ଚୌଧୁରୀଙ୍କ ହତ୍ୟା ସହିତ ଜଡିତ। ହତ୍ୟା ମାମଲାରେ ଗିରଫ ହୋଇଥିବା ଛଅ ଜଣ ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳକୁ ଆଣିଥିଲା ଅଭିଯୋଗ ହୋଇଛି ଯେ ପୋଲିସ ଅଭିଯୁକ୍ତମାନଙ୍କୁ ସର୍ବସାଧାରଣରେ ବାଡ଼ିରେ ପିଟିଥିଲା।

ଆମର ତଦନ୍ତ ସମୟରେ, ଆମେ ଭାସ୍କର ୱେବସାଇଟରେ ଏକ ରିପୋର୍ଟ ମଧ୍ୟ ପାଇଲୁ। ରିପୋର୍ଟରେ ଭାଇରାଲ୍ ଭିଡିଓର ଏକ ଚିତ୍ର ଦେଖାଯାଇଛି। ରିପୋର୍ଟ ଅନୁଯାୟୀ, ୨୦ ଡିସେମ୍ବର ତାରିଖରେ, ପାଲନପୁରରେ, ଅହମ୍ମଦାବାଦ ରାଜପଥର ରାମଦେବ ହୋଟେଲ ନିକଟରେ ଏକ କାରରେ ଥିବା କିଛି ଲୋକ ଭରତ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ଏହା ପରେ ପୋଲିସ ଏହି ମାମଲାରେ ଲାଲୋ ନିମେଶ ମାଣ୍ଡୋରା, ରିକି ନୋଏଲ, ଭାରତ ଭୁରାଜୀ ରାଜପୁତ, ଭୌତିକ ଜଗଦୀଶ ପରମାର, ଗଣପତି ସେନଜୀ ଠାକୁର ଏବଂ ଅନିଲ ଶଙ୍କର ବାୱରୀଙ୍କୁ ଗିରଫ କରିଥିଲା।

ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ସେମାନଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା। ଡିସେମ୍ବର ୨୭ ତାରିଖ ସକାଳେ, ପୋଲିସ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ପାଲନପୁରର ଆରୋମା ସର୍କଲକୁ ଆଣି ଘଟଣାଟି ପୁନରାବୃତ୍ତି କରିଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ କଠୋର ଦଣ୍ଡ ଦାବି କରି ସ୍ଲୋଗାନ ଦେଇଥିଲେ ଏବଂ ପୋଲିସ ମଧ୍ୟ ଅଭିଯୁକ୍ତମାନଙ୍କୁ ବାଡ଼ିରେ ପିଟିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ଗୁଜରାଟର ଘଟଣା, ଆସାମର ନୁହେଁ। ଭିଡିଓରେ ପୋଲିସ ଏକ ହତ୍ୟା ସହିତ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳ ରେ ମାରୁଛନ୍ତି। 

Avatar

Title:ଆସାମରେ ବାଂଲାଦେଶୀ ଲୋକଙ୍କୁ ମାଡ଼ ମରାଯାଉଥିବା ଦାବି ମିଥ୍ୟା; ଭିଡିଓଟି ଗୁଜରାଟର ପାଳନପୁରର।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *