ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Communal Missing Context

ସୋସିଆଲ ମିଡିଆରେ ଏକ ସବୁଜ ମସଜିଦ ପରି ଏକ ଗଠନକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେଉଁପରି ଏହା ଭାରତରେ ଗୋଟିଏ ମସଜିଦ ଭଙ୍ଗା ଯାଉଥିବା ବୋଲି ଜଣା ପଡ଼ୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ପ୍ରକୃତରେ ଏହା ଇଣ୍ଡୋନେସିଆର ଏକ ମନୋରଞ୍ଜନ ପାର୍କର ଭିଡିଓ, ଯାହାକୁ ନିୟମ ଉଲ୍ଲଂଘନ ଯୋଗୁଁ ଭାଙ୍ଗି ଦିଆଯାଇଥିଲା

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କେଉଁ ଜାଗା ଜଣା ନାହିଁ,ହେଲେ ଯେତିକି ମନ୍ଦିର ଭଙ୍ଗାଯାଇ ମସଜିଦ ହୋଇଛି ଏହିଭଳି ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣି ମନ୍ଦିର ହେବା ଦରକାର

Facebook | Archive

ଅନ୍ୟ ଏକ ପୋଷ୍ଟରେ ଜଣେ ୟୁଜର ଦାବି କରିଛନ୍ତି ଯେ ଏହି ଭିଡିଓ ଉତ୍ତରାଖଣ୍ଡରୁ ଆସିଛି।

https://www.facebook.com/vicky.koli.1291/posts/650859740792515/?rdid=qmQv00eg8gBzASoO

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ, ଆମକୁ ସମାନ ଭିଡିଓ ‘ନ୍ୟୁ ଫାରସି ଅଫିସିଆଲ’ ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ୧୦ ମାର୍ଚ୍ଚ ୨୦୨୫ ରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପସନରେ ହ୍ୟାସଟ୍ୟାଗ୍ ସହିତ ସ୍ଥାନଟି ଇଣ୍ଡୋନେସିଆର ହିବିସ୍କସ୍ ଫ୍ୟାଣ୍ଟାସି ପୁଙ୍କାକ ବୋଲି ଉଲ୍ଲେଖ କରା ଯାଇଛି।

ତା’ପରେ ଆମକୁ ସମାନ ଭିଡିଓ ଜଣେ ଫେସବୁକ ୟୁଜର ଦ୍ଵାରା ସେୟାର କରା ଯାଇଥିବା ମିଳିଲା। ପୋଷ୍ଟରେ ସେ ଲେଖିଛନ୍ତି ଯେ ପୁଙ୍କାକ ଅଞ୍ଚଳର ହିବିସ୍କସ୍ ଫ୍ୟାଣ୍ଟାସି ପର୍ଯ୍ୟଟନ ସ୍ଥଳକୁ ଭାଙ୍ଗି ଦିଆଯାଇଛି।

ଆମର ତଦନ୍ତ ସମୟରେ, ଆମେ CNN ର ଇଣ୍ଡୋନେସିଆନ୍ ନ୍ୟୁଜ୍ ୱେବସାଇଟରେ ଭାଇରାଲ୍ ଦାବି ସହ ଜଡିତ ଏକ ଖବର ରିପୋର୍ଟ ପାଇଲୁ। ଏହି ରିପୋର୍ଟ ୧୧ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ହୋଇଥିଲା। ଇଣ୍ଡୋନେସିଆନ୍ ଭାଷାରେ ପ୍ରକାଶିତ ଏହି ଖବରରେ କୁହାଯାଇଛି ଯେ, ପୂର୍ବ ଜାଭା ରାଜ୍ୟପାଳ ‘ଦେଦୀ ମୁଲିଆଦି’ ଇଣ୍ଡୋନେସିଆର ମନୋରଞ୍ଜନ ପାର୍କ ହିବିସ୍କସ୍ ଫ୍ୟାଣ୍ଟାସି ପୁଙ୍କାକକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ, Liputan6 ର ଏକ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟନ ସ୍ଥଳଟି ସିଲିୱଙ୍ଗ ନଦୀର ଉପର ଭାଗରେ ଏକ ସଂରକ୍ଷିତ ଅଞ୍ଚଳ ରେ ଅବସ୍ଥିତ। ଏଠାରେ ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ବନ୍ୟାର ସମ୍ଭାବନା ରହିଥାଏ। ଏହି ଚିନ୍ତା ଏବଂ ନିୟାମକ ଉଲ୍ଲଂଘନ ଯୋଗୁଁ, ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ରିପୋର୍ଟରେ ରାଜ୍ୟପାଳ ଦେଦୀ ମୁଲିଆଦିଙ୍କ ଉଦ୍ଧୃତି ମଧ୍ୟ ଦିଆଯାଇଛି ଯେ ଏହି କାର୍ଯ୍ୟାନୁଷ୍ଠାନ କେବଳ ପରିବେଶ ସୁରକ୍ଷା ପାଇଁ ନିଆଯାଇଥିଲା।

ହିବିସ୍କ ଫ୍ୟାଣ୍ଟାସି ପୁଙ୍କାର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜରେ ୨୩ ଜାନୁଆରୀ ୨୦୨୫ ରେ ଏକ ଭିଡିଓ ପୋଷ୍ଟ କରିଥିଲା, ଯେଉଁଥିରେ ଭାଇରାଲ କ୍ଲିପରେ ଦେଖାକୁ ମିଳିଛି। ଏହାକୁ ପର୍ଯ୍ୟଟନ ଆକର୍ଷଣର ଏକ ଅଂଶ ଭାବରେ ଚିହ୍ନଟ କରାଯାଇଛି।

ଶେଷରେ ଆମେ ଏହି ବିଷୟରେ ଉତ୍ତରାଖଣ୍ଡରେ କାର୍ଯ୍ୟରତ ସାମ୍ବାଦିକ ଗୌରବ ବାସୁଦେବଙ୍କ ସହ ଯୋଗାଯୋଗ କଲୁ। ସେ ଫ୍ୟାକ୍ଟ କ୍ରିଷେଣ୍ଡୋ କୁ ସ୍ପଷ୍ଟ କରିଛନ୍ତି ଯେ “ଭାଇରାଲ ଭିଡିଓଟି ଉତ୍ତରାଖଣ୍ଡର ନୁହେଁ। କିମ୍ବା ନିକଟରେ ମସଜିଦ ଭାଙ୍ଗିବାର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଏହାକୁ ଉତ୍ତରାଖଣ୍ଡ ନାମରେ ଏକ ମିଥ୍ୟା ଦାବି ସହିତ ସେୟାର କରାଯାଉଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Avatar

Title:ଇଣ୍ଡୋନେସିଆର ଏକ ପାର୍କର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ଭାରତରେ ମସଜିଦ ଭଙ୍ଗା ଯାଉଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *